ନରସିଂହପୁରରେ ଅର୍ପଣ ରଥକୁ ଅଟକାଇଲେ ଗ୍ରାମବାସୀ

ନରସିଂହପୁର: ଅର୍ପଣ ରଥକୁ ଅଟକାଇ ବିରୋଧ ପ୍ରଦର୍ଶନ କଲେ ଗ୍ରାମବାସୀ। କଟକ ଜିଲ୍ଲା ନରସିଂହପୁର ନିକଟ ନୂଆପାଟଣା ପଞ୍ଚାୟତରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ। ରାସନ ସାମଗ୍ରୀ ମିଳିନଥିବାରୁ ଲୋକେ ଅର୍ପଣ ରଥକୁ ଅଟକ ରଖିଛନ୍ତି। ଦୀର୍ଘ ୭ ମାସ ହେଲା ଲୋକଙ୍କୁ ସରକାର ଯୋଗାଉଥିବା ଚାଉଳ ମିଳିନଥିବା ଅଭିଯୋଗ ହୋଇଛି। ରାସନକାର୍ଡ ହିତାଧିକାରୀଙ୍କୁ ମିଳୁଥିବା ଚାଉଳକୁ ଡିଲର ହେରଫେର କରିଥିବା କୁହାଯାଉଛି। ଏନେଇ ବାରମ୍ବାର ଅଧିକାରୀଙ୍କୁ ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ସାରା ରାଜ୍ୟରେ ବୁଲୁଛି ଅର୍ପଣ ରଥ। ଆଜି ଅର୍ପଣ ରଥ ସହ ନରସିଂହପୁର ବିଡିଓ ନୂଆପାଟଣା ପଞ୍ଚାୟତ ପହଞ୍ଚିବା ପରେ ରଥକୁ ଅଟକ ରଖିଛନ୍ତି ହିତାଧିକାରୀ। ୭ ମାସ ହେଲା ଚାଉଳ କାହିଁକି ମିଳୁନାହିଁ ବୋଲି ଅଭିଯୋଗ ଆଣିବା ସହ ଅର୍ପଣ ରଥକୁ ଅଟକାଇ ଦେଇଛନ୍ତି ଲୋକେ।

Share Now:

Kalinga News Beuro

Next Post

ଭିଜିଲାନ୍ସ ଜାଲରେ କୁବେର ଟ୍ରାଫିକ ଇନ୍ସପେକ୍ଟର

Fri Jan 12 , 2024
ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ କୁବେର ଟ୍ରାଫିକ ଇନ୍ସପେକ୍ଟର। ତାଳଚେରର ଟ୍ରାଫିକ ଇନ୍ସପେକ୍ଟର ଜିତେନ୍ଦ୍ର କୁମାର ବେହେରାଙ୍କ ଗାଡିରୁ ୧୧ ଲକ୍ଷ ୧୫ ହଜାର ୪୭୦ ଟଙ୍କା ଜବତ କରିଛି ଭିଜିଲାନ୍ସ ବିଭାଗ। କାରରେ ତାଳଚେରରୁ ଅସ୍ତରଙ୍ଗ ଯିବା ବେଳେ ବାଲିଅନ୍ତା ତ୍ରିନାଥ ବଜାର ନିକଟରେ ଟ୍ରାଫିକ ଇନ୍ସପେକ୍ଟରଙ୍କୁ ଅଟକାଇଥିଲେ ଭିଜିଲାନ୍ସ ଅଧିକାରୀ। ଆଉ ତାଙ୍କ ଗାଡିରୁ ମିଳିଥିବା ନଗଦ ୧୧ ଲକ୍ଷରୁ ଅଧିକ ଟଙ୍କା କେଉଁଠୁ ଆଣିଲେ, ଟଙ୍କା କାହାର, […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial