ଡାକ୍ତରଖାନାରୁ ଶିଶୁପୁତ୍ରକୁ ଅପହରଣ: ଥାନାରେ ଅଭିଯୋଗ

ସୋର: ବାଲେଶ୍ଵର ଜିଲ୍ଲା ସୋର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଜି ଅପରାହ୍ନରେ ଜଣେ ମହିଳା ତାଙ୍କର୧ ବର୍ଷର ଶିଶୁପୁତ୍ରକୁ ସାଙ୍ଗରେ ଆଣିଥିବା ବେଳେ ଡାକ୍ତରଖାନା ପରିସରରୁ ତାଙ୍କ ପୁଅକୁ ଅପହରଣ କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ସିମୁଳିଆ ଥାନା ବାଲିକଣା ଗ୍ରାମର ପ୍ରତିମା ମୁର୍ମୁ ସୋର ପୌରାଞ୍ଚଳ ଢିପାସାହି ସ୍ଥିତ ନିଜ ବାପା ଘରକୁ ଆସିଥିବା ବେଳେ ଆଜି ଅପରାହ୍ନରେ ତାଙ୍କର ୧ ବର୍ଷର ଶିଶୁପୁତ୍ର ଏବଂ ତାଙ୍କ ଭଉଣୀସହ ଜଣେ ଓକିଲଙ୍କ ସହିତ ଡାକ୍ତରଖାନାକୁ ଆସିଥିଲେ। ଡାକ୍ତରଖାନାରେ ପହଞ୍ଚିବା ପରେ ଓକିଲ ଜଣଙ୍କ ତାଙ୍କ ଶିଶୁପୁତ୍ରକୁ ଜଣେ ମହିଳାଙ୍କୁ ଧରିବାକୁ ଦେବା ପାଇଁ କହିଥିଲେ। ଏଥିରେ ପ୍ରତିମା ରାଜି ନ ହେବାରୁ ଓକିଲ ଜଣଙ୍କ ତାଙ୍କୁ ଦେବା ପାଇଁ ବାଧ୍ୟ କରିବାରୁ ପ୍ରତିମା ଶିଶୁପୁତ୍ରଙ୍କୁ ମହିଳା ଜଣଙ୍କୁ ଦେଇ ଓକିଲଙ୍କ ସହ ଡାକ୍ତରଖାନାର ଉପର ମହଲାକୁ ଯାଇଥିଲେ। ସେଠାରୁ ଫେରିବା ପରେ ପ୍ରତିମା ଶିଶୁପୁତ୍ର ସହ ଉକ୍ତ ମହିଳାଙ୍କୁ ସେଠାରେ ନ ପାଇ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। ଶେଷରେ ନିରାଶ ହୋଇ ସନ୍ଧ୍ୟାରେ ସୋର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଡାକ୍ତରଖାନାରେ ପହଁଚି ସିସିଟିଭି ଯାଞ୍ଚ କରିବା ସହିତ ତଦନ୍ତ ଆରମ୍ଭ କରିଛି।

Share Now:

Kalinga News Beuro

Next Post

ପଦ୍ମଶ୍ରୀ ସାଧୁ ମେହେରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗଭୀର ଶୋକ

Fri Feb 2 , 2024
ଭୁବନେଶ୍ଵର: ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ଓ ନିର୍ଦ୍ଦେଶକ ପଦ୍ମଶ୍ରୀ ସାଧୁ ମେହେରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଏକ ଶୋକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପଦ୍ମଶ୍ରୀ ସାଧୁ ମେହେର ତାଙ୍କର ବଳିଷ୍ଠ ଅଭିନୟ ଓ ନିର୍ଦ୍ଦେଶନା ପାଇଁ ଓଡ଼ିଶା ସମେତ ଜାତୀୟ ସ୍ତରରେ ଜଣେ ପ୍ରଶଂସନୀୟ ବ୍ୟକ୍ତିତ୍ୱ ଥିଲେ। ଉଭୟ ହିନ୍ଦି ଓ ଓଡିଆ ଚଳଚ୍ଚିତ୍ରରେ ସେ ତାଙ୍କର ନିଖୁଣ ଅଭିନୟର ଛାପ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial