ନକଲି ସିବିଆଇ ଅଧିକାରୀଙ୍କୁ ବାନ୍ଧିଲା ପୁଲିସ

ରେଳବାଇରେ ଚାକିରି କରାଇଦେବାକୁ କହି ୨ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଠକିଥିଲେ

ସୁନ୍ଦରଗଡ଼: ଟାଉନ ପୁଲିସ ଦ୍ୱାରା ନକଲି ସିବିଆଇ ଅଧିକାରୀ ଗିରଫ ହୋଇଛନ୍ତି। ରେଳବାଇରେ ଚାକିରି କରାଇଦେବାକୁ କହି ୪ଜଣଙ୍କ ଠାରୁ ୨ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଠକି ନେଇଥିଲେ ସଂପୃକ୍ତ ଯୁବକ। ଅଭିଯୁକ୍ତ ଯୁବକର ଘର ଟାଉନ ଥାନା ପଣ୍ଡରିଢ଼ିପା ଅଞ୍ଚଳର ଓ ତାର ନାଁ ଉମେଶ ତନ୍ତୀ ବୋଲି ଜଣାପଡ଼ିଛି। ୨୦୨୧ ମସିହାରେ ରେଳବାଇ ବିଭାଗରେ ନର୍ସ, ଟିକେଟ କାଉଣ୍ଟରରେ ଚାକିରି କରିଦେବାକୁ କହି ସବଡେଗା କିରାଲଗା ଅଞ୍ଚଳର ଜଣେ ମହିଳାଙ୍କ ସହାୟତାରେ ଟଙ୍କା ନେଇଥିଲେ। ଚାକିରି ପାଇଁ ୫ ଲକ୍ଷ ଲାଗିବ। ତେବେ ବର୍ତ୍ତମାନ ୫୦ ହଜାର ଦେଲେ ହେବ କହିବା ପରେ ସବଡେଗା ଟାଙ୍ଗରଗାଁ ଅଞ୍ଚଳର ୩ ଜଣ ଝିଅ ଓ ଜଣେ ପୁଅ ୨ ଲକ୍ଷ ୨୫ ହଜାର ଟଙ୍କା ଦେଇଥିଲେ। ଏହାପରେ ବାରମ୍ବାର ଦିନ ଗଡ଼ାଇ ଚାଲିଥିଲେ ନକଲି ଅଧିକାରୀ। ଠକେଇର ଶିକାର ହୋଇଥିବା ଜାଣିବା ପରେ ଯୁବକ ଯୁବତୀ ଆଜି ଟାଉନ ଥାନାରେ ଲିଖିତ ଏତଭା ଦେଇଥିଲେ। ପୁଲିସ ଏକ ମାମଲା ରୁଜୁ କରି ସଂପ୍ରୁକ୍ତ ନକଲି ଅଧିକାରୀଙ୍କୁ ସହରର ପଣ୍ଡ୍ରିଢିପାରୁ ଗିରଫ କରି କୋର୍ଟ ଚାଲାଣ କରିଛି।

Share Now:

Kalinga News Beuro

Next Post

ଆଜି ଠାରୁ ‘ଓଡ଼ିଆ ଭାଷାର ଗୌରବ ଗାଥା’ ପଦଯାତ୍ରା

Fri Feb 2 , 2024
ଓଡ଼ିଆ ଭାଷା, ସଂସ୍କୃତି ସହ ଯୋଡ଼ିହେବେ ପର୍ଯ୍ୟଟକ ଭୁବନେଶ୍ୱର: ଜାନୁଆରି ମାସରୁ ଆରମ୍ଭ ହୋଇଥିବା ‘ଏକାମ୍ର ୱାକ୍‌ସ୍‌‌’ରେ ‘ଓଡିଆ ଭାଷାର ଗୌରବ ଗାଥା’ ପଦଯାତ୍ରା ଯୋଡ଼ି ହୋଇଛି। ଆଜି ଶୁକ୍ରବାର ଠାରୁ ଏହା ଆରମ୍ଭ ହେଉଛି। ୫ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ପଦଯାତ୍ରା ପ୍ରତ୍ୟେକ ଦିନ ୨ଟା ୩୦ରୁ ୬ଟା ୩୦ ପର୍ଯ୍ୟନ୍ତ ଚାଲିବ। କେଦାରନାଥ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ଏହି ପଦଯାତ୍ରା ଏକାମ୍ର ହାଟରୁ ଆରମ୍ଭ ହେବ। […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial