ଯୁବକକୁ ପିଟିପିଟି ହତ୍ୟା ଘଟଣା : ଦୁଇ ଭାଇ ଗିରଫ

କୁଆରମୁଣ୍ଡା: ବୀରମିତ୍ରପୁର ଥାନା ଅନ୍ତର୍ଗତ ରାମପାଲ ଛକ ନିକଟରେ ଯୁବକକୁ ଚୋରି କରିଥିବା ଅଭିଯୋଗରେ ଦୁଇଭାଇ ମିଶି ଠେଙ୍ଗାରେ ପିଟିପିଟି ହତ୍ୟା କରିଥିବା ଘଟଣାରେ ଆଜି ପୁଲିସ ଦୁଇଭାଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପ୍ରାପ୍ତ ସୂଚନା ଅନୁଯାଇ ରାମପାଲ ଛକ ନିକଟରେ ଢାବା କରିଥିବା ସୁରେଶ ପଣ୍ଡାଙ୍କ ନିର୍ମାଣାଧୀନ ଘରର ଝରକାକୁ କୌଣସି ଦୁର୍ବୃତ୍ତ ଚୋରିକରି ନେଇଯାଇଥିଲେ। ସେହି ଗ୍ରାମର ସାନିକା ଲାକ୍ରା (୩୫) କୌଣସି କାମରେ ରାମପାଲ ଛକ ଆସିଥିବାବେଳେ ସୁରେଶ ପଣ୍ଡା ସାନିକା ଲାକ୍ରାଙ୍କୁ କୁଆଡ଼େ ତାଙ୍କ ଝରକା ଚୋରି କରିଥିବା କହିବା ସହ ସାନିକାଙ୍କୁ ତାଙ୍କ ଢାବାକୁ ଡାକିନେଇ ସୁରେଶ ପଣ୍ଡା ଓ ତାଙ୍କ ଭାଇ ସନ୍ତୋଷ ପଣ୍ଡା ଦୁଇ ଭାଇ ମିଶି ଏକ ରସିରେ ହାତଗୋଡ଼ ବାନ୍ଧି ଠେଙ୍ଗାରେ ନିସ୍ତୁକ ମାଡ଼ ମାରିଥିଲେ।
ସାନିକା ଲାକ୍ରା ଦରମରା ହୋଇ ପଡ଼ିଯିବାରୁ ତାଙ୍କୁ ସେଠାରୁ ନିଜ କାର୍‌ରେ ନେଇ କୁଆରମୁଣ୍ଡା ପଟକୁ ଯାଉଥିବାବେଳେ ବାଟରେ କୁଆରମୁଣ୍ଡା ପୁଲିସ ହାତରେ ଧରା ପଡ଼ିଯାଇଥିଲେ। କାର୍‌ରେ ସାନିକାର ମୃତଦେହ ଉଦ୍ଧାର କରିବା ସହ ଅଭିଯୁକ୍ତ ସୁରେଶ ପୁଲିସ ହାତରେ ଧରାପଡ଼ିଥିବାବେଳେ ସନ୍ତୋଷ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ସାନିକାଙ୍କ ପରିବାର ଲୋକେ ବୀରମିତ୍ରପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ ଚଳାଇଥିଲେ। ଆଜି ବୀରମିତ୍ରପୁର ଥାନା ଅଧିକାରୀ ଆଶିଷ କୁମାର ଜେନା, ଏସଆଇ ନିରୁପମା ମହାପାତ୍ର ପୁଲିସ ଦଳସହ ବିଜାବାହାଲ ବସ୍ତି ଉପରେ ଚଢ଼ଉ କରି ସନ୍ତୋଷ ପଣ୍ଡାକୁ ଗିରଫ କରିଥିଲେ। ଆଜି ଅଭିଯୁକ୍ତ ଦୁଇଭାଇଙ୍କୁ କୋର୍ଟ ଚାଲାଣ କରାଯାଇଛି।

Share Now:

Kalinga News Beuro

Next Post

ଓଡ଼ିଶା ବିଧାନସଭାର ବଜେଟ୍‌ ଅଧିବେଶନ : ସହଯୋଗ ଲୋଡ଼ିଲେ ବାଚସ୍ପତି

Sun Feb 4 , 2024
ଭୁବନେଶ୍ୱର: ଆସନ୍ତାକାଲି ୫ ଫେବୃଆରୀ ୨୦୨୩ ଠାରୁ ଷୋଡଶ ବିଧାନସଭାର ଅନ୍ତିମ ଅଧିବେଶନ ଆରମ୍ଭ ହେବ। ବିଧାନସଭାର ଏହି ବଜେଟ୍‌ ଅଧିବେଶନ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଏହା ପୂର୍ବରୁ ରବିବାର ସନ୍ଧ୍ୟାରେ ବିଧାନସଭାର ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକର ବାଚସ୍ପତି ପ୍ରମିଳା ମଲ୍ଲିକ ଅଧ୍ୟକ୍ଷତା କରିଛନ୍ତି।ବାଚସ୍ପତିଙ୍କ ପ୍ରକୋଷ୍ଠରେ ବସିଥିବା ବୈଠକରେ ବିଧାନସଭାକୁ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବାକୁ ନେଇ ଚର୍ଚ୍ଚା ହୋଇଛି। […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial