ନବ ବିବାହିତାଙ୍କ ମୃତ୍ୟୁ ଘଟଣାରେ ନଣନ୍ଦ ଓ ଶାଶୁ କୋର୍ଟ ଚାଲାଣ

ବାଦାମପାହାଡ଼: ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଅର୍ନ୍ତଗତ ଦଲକି ଗ୍ରାମର ନବ ବିବାହିତା ମହିଳାଙ୍କ ମୃତ୍ୟୁ ଘଟଣାରେ ପୁଣି ଦୁଇଜଣ ଅଭିଯୁକ୍ତ କୋର୍ଟ ଚାଲାଣ ହୋଇଛନ୍ତି। ସୂଚନା ଅନୁଯାୟୀ ଦଲକି ଗ୍ରାମର ବିଏସଏଫ୍ ଯବାନ ଗଣେଶ ମହାନ୍ତଙ୍କ ସ୍ତ୍ରୀ ରିଙ୍କି ମହାନ୍ତ(୨୨)ଙ୍କୁ ତଣ୍ଟି ଚିପି ହତ୍ୟା କରାଯାଇଥିବା ନେଇ ବାପଘର ପକ୍ଷରୁ ଥାନାରେ ଅଭିଯୋଗ ହେବା ପରେ ଏନେଇ ବାଦାମପାହାଡ଼ ଥାନାରେ ଏକ ମାମଲା ରୁଜୁ କରି ସ୍ୱାମୀ ଗଣେଶ ମହାନ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ତେବେ ଆଜି ପୁଣି ମୃତ ନବ ବିବାହିତାଙ୍କ ଶାଶୁ ସାବିତ୍ରୀ ମହାନ୍ତ(୫୨) ଓ ନଣନ୍ଦ ଝରଣା ରାଣୀ ମହାନ୍ତଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ନେଇ ବାଦାମପାହାଡ଼ ଥାନା ଅଧିକାରୀ କାମାକ୍ଷା କମଳେଶ୍ୱର ହେମ୍ବ୍ରମ ସୂଚନା ଦେଇଛନ୍ତି।

Share Now:

Kalinga News Beuro

Next Post

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଏକାମ୍ର ଉତ୍ସବ ଉଦ୍‌ଘାଟିତ

Sun Feb 4 , 2024
ଭୁବନେଶ୍ୱର: ପ୍ରଥମ ଥର ପାଇଁ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଭୁବନେଶ୍ୱରରେ ଆୟୋଜିତ ହୋଇଛି। ଓଡ଼ିଆ ଭାଷାର ମହତ୍ୱ ସାରା ବିଶ୍ୱ ବୁଝିବାର ସୁଯୋଗ ସୃଷ୍ଟି ହୋଇଛି। ପୂରା ଭୁବନେଶ୍ୱର ଓଡ଼ିଆ ଓଡ଼ିଆ ବାସ୍ନା ହେଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏଭଳି ଏକ ଉଦ୍ୟମ ପ୍ରତ୍ୟେକ ଓଡ଼ିଆ ପାଇଁ ଗର୍ବର ବିଷୟ। ତା’ ସହିତ ଏହି ସଙ୍ଗୀତର ମୂର୍ଚ୍ଛନା, ଆମ ବ୍ୟଞ୍ଜନ, ଭୁଫେଷ୍ଟୋ ଏକ ନିଆରା ଅନୁଭୂତି ଦେଇଛି। ଆମ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial