କେବେ ଚାଲିବ ବୁଲେଟ୍ ଟ୍ରେନ୍ ? ଉତ୍ତରଦେଲେ ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ

ନୂଆଦିଲ୍ଲୀ: ଦେଶରେ ବୁଲେଟ ଟ୍ରେନ କେବେ ଚାଲିବ ତାହାକୁ ନେଇ ସାରା ଦେଶର ଲୋକେ ଅପେକ୍ଷା କରିଛନ୍ତି। ତେବେ ଶେଷ ହେବାକୁ ଯାଉଛି ଦେଶର ସବୁଠାରୁ ବଡ ପ୍ରତୀକ୍ଷାର ଅନ୍ତ। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମୁମ୍ବାଇ-ଅହମ୍ମଦାବାଦ ବୁଲେଟ ଟ୍ରେନ କେବେ ଚାଲିବ ସେ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ସିଏନଏନ ନ୍ୟୁଜ୍ ୧୮ର କାର୍ଯ୍ୟକ୍ରମ ‘ରାଇଜିଂ ଇଣ୍ଡିଆ’ରେ ଯୋଗଦେଇ ବୈଷ୍ଣବ କହିଛନ୍ତି ଯେ ୨୦୨୬ରେ ଦେଶରେ ବୁଲେଟ୍ ଟ୍ରେନ୍ ଚାଲିବ। ଅର୍ଥାତ୍ ଆସନ୍ତା ୨ ବର୍ଷରେ ଦେଶରେ ଚାଲିବ ବୁଲେଟ ଟ୍ରେନ।
ସେ କହିଛନ୍ତି, ଆମର ପ୍ରସ୍ତୁତି ବହୁତ ଦ୍ରୁତ ଗତିରେ ଚାଲିଛି ଏବଂ ୨୦୨୬ ରେ ବୁଲେଟ୍ ଟ୍ରେନ୍ ଚାଲିବ। ଭାରତୀୟ ରେଳବାଇରେ ଆସୁଥିବା ପରିବର୍ତ୍ତନ ସମ୍ପର୍କରେ ସୂଚନା ଦେଇ ରେଳମନ୍ତ୍ରୀ କହିଛନ୍ତି ଯେ, ମୋଦୀ ସରକାରଙ୍କ ସବୁଠାରୁ ବଡ ଲକ୍ଷ୍ୟ ହେଉଛି ଯାତ୍ରୀଙ୍କ ସୁରକ୍ଷା। ପ୍ରଥମେ ସୁରକ୍ଷିତ ଯାତ୍ରା ଏବଂ ପରେ ସୁବିଧାର ସମ୍ପ୍ରସାରଣ ଲକ୍ଷ୍ୟ ରହିଛି। ବୁଲେଟ୍ ଟ୍ରେନର ୨୮୪ କିଲୋମିଟର ଟ୍ରାକ୍ କାମ ଶେଷ ହୋଇଛି ବୋଲି ରେଳମନ୍ତ୍ରୀ କହିଛନ୍ତି। ଏହି ସଂଖ୍ୟା ୧୦-୧୨ ଦିନ ପୂର୍ବର, ଯେତେବେଳେ ମୁଁ ସମୀକ୍ଷା କଲି। ଅନ୍ୟ ଦେଶରେ ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ସମ୍ପୂର୍ଣ୍ଣ କରିବାକୁ ୨୦ ବର୍ଷ ସମୟ ଲାଗିଥାଏ, କିନ୍ତୁ ଆପଣ ଭାରତରେ ଦେଖୁଛନ୍ତି।

Share Now:

Kalinga News Beuro

Next Post

ନନ୍ଦନବିହାର ଡ଼ମ୍ପିଂୟାର୍ଡ଼ରେ ଭୟାବହ ଅଗ୍ନିକାଣ୍ଡ

Tue Mar 19 , 2024
ଚନ୍ଦ୍ରଶେଖରପୁର: ଆଜି ରାତି ପ୍ରାୟ ୮ଟା ବେଳେ ନନ୍ଦନବିହାର ଡ଼ମ୍ପିଂୟାର୍ଡ଼ରେ ଭୟାବହ ଅଗ୍ନିକାଣ୍ଡ ଘଟି ସ୍ଥାନୀୟ ଅଞ୍ଚଳ ଧୂଆଁମୟ ହୋଇଯାଇଛି। ସୂଚନାପାଇ ଚନ୍ଦ୍ରଶେଖରପୁର ଓ ଶୈଳଶ୍ରୀବିହାର ସ୍ଥିତ ଦମକଳ କାର୍ଯ୍ୟାଳୟରୁରୁ ଦୁଇଟି ଦମକଳ ଓ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ପାଣିଢ଼ାଳି ନିଆଁକୁ ଆୟତ କରିଛନ୍ତି। ତେବେ ପାଖପାଖି ୨ ଘଣ୍ଟାଧରି ଅଳିଆଗଦାରେ ନିଆଁ ଲାଗିବାରୁ ପ୍ରବଳ ଧୂଆଁ ସ୍ଥାନୀୟ ଲୋକଙ୍କୁ ଅତିଷ୍ଟ କରିଥିଲା। ଆଖପାଖର ଲୋକମାନେ ଘର ଝରକା କବାଟ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial