ଇଞ୍ଜିନିୟର ସ୍ୱାମୀଙ୍କ ବିରୋଧରେ ‌ଚୋରି ଅଭିଯୋଗ କଲେ ସ୍ତ୍ରୀ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଭୋପାଳରେ ଏକ ଘରୋଇ କମ୍ପାନିରେ ଇଞ୍ଜିନିୟର ଭାବେ କାମ କରୁଥିବା ସ୍ୱାମୀଙ୍କ ବିରୋଧରେ ସ୍ତ୍ରୀ ଚୋରିର ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗକୁ କେନ୍ଦ୍ର କରି ରେଳ ପୁଲିସ ଇଞ୍ଜିନିୟରଙ୍କ ଠାରୁ ଚୋରି ସାମଗ୍ରୀ ଜବତ କରି ତଦନ୍ତ ଆରମ୍ଭ କରିଛି। ଇଞ୍ଜିନିୟରଙ୍କ ସ୍ତ୍ରୀ ସ୍ୱାମୀ ବିରୋଧରେ ପୁଲିସରେ ଅଭିଯୋଗ କରି କହିଛନ୍ତି, ‘ମୁଁ ରାଜସ୍ଥାନରେ ବସବାସ କରେ। ମୋର ବିବାହ ଚଳିତବର୍ଷ ଜାନୁଆରି ୧୨ ତାରିଖରେ କାନପୁରରେ ରହୁଥିବା ମୋହଦ ଅଶରଦଙ୍କ ସହିତ ସମ୍ପର୍ଣ୍ଣ ହୋଇଥିଲା। ମୋ ସ୍ୱାମୀ ଏକ ଘରୋଇ କମ୍ପାନିରେ ଆଇଟି ଇଞ୍ଜିନିୟର ଭାବେ କାମ କରନ୍ତି। ମୁଁ ଏବେ ମୋ ସ୍ୱାମୀଙ୍କ ସହିତ ଭୋପାଳ ବିମାନବନ୍ଦର ରୋଡସ୍ଥିତ ଦତ୍ତା କଲୋନିରେ ରହୁଛି। ରମଜାନ ମାସ ଆରମ୍ଭ ହୋଇଯାଇଥିବା ବେଳେ ଇଦ ପର୍ବ ଆସିବାକୁ ଯାଉଛି। ଏହା ପୂର୍ବରୁ ମୁଁ ଘରକୁ ସଫସୁତୁରା କରୁଥିଲି। ଏହି ସମୟରେ ଏକ ସିନ୍ଧୁକ ପାଇଥିଲି। ଏହି ସିନ୍ଧୁକ ଖୋଲିଲା ପରେ ସେଥିରେ ଭାରତୀୟ ରେଳବାଇର ୩୦ଟି ତଉଲିଆ ଓ ୬ଟି କମ୍ବଳ ସହିତ ଅନେକ ବେଡସିଟ ଥିବା ଦେଖିବାକୁ ପାଇଥିଲି। ଏଥିସହିତ ଦିଲ୍ଲୀର ଏକ ବଡ଼ ହୋଟେଲର ଅନେକ ସାମଗ୍ରୀ ମଧ୍ୟ ଏହି ସିନ୍ଧୁକରେ ରହିଥିଲା। ମୋ ଅନୁମାନ ହେଲା ଏସବୁ ସାମଗ୍ରୀ ସ୍ୱାମୀ ‌ଚୋରାଇ ଆଣି ସିନ୍ଧୁକରେ ଲୁଚାଇ ରଖିଛନ୍ତି। ମୁଁ ତାଙ୍କୁ ଏବିଷୟରେ ପଚାରିବା ସହିତ ଚୋରି କରିବା ହେଉଛି ଅପରାଧ ବୋଲି କହିଥିଲି। ଏହାପରେ ସ୍ୱାମୀ ମୋ‌ତେ ଚପଲରେ ମାଡ଼ ମାରିଥିଲେ। ମୁଁ ଫୋନ କରି ରେଳବାଇ ପୁଲିସକୁ ଘଟଣା ବିଷୟରେ ଜଣାଇ ଜିଆରପିଏଫଙ୍କୁ ଡାକି ସମସ୍ତ ସାମଗ୍ରୀ ହସ୍ତାନ୍ତର କରିଦେଇଥିଲି। ଏହି ଘଟଣାରେ ରାଗ ରଖି ସ୍ୱାମୀ ମୋତେ କାଳେ ମାଡ଼ ମରିବେ ସେ ଭୟରେ ମୁଁ ଲୁଚି ଏକ ଗାଡ଼ି କରି ବାପଘରକୁ ଚାଲି ଆସିଛି।’

Share Now:

Kalinga News Beuro

Next Post

ପାକିସ୍ତାନୀ କୋଇଲା ଖଣିରେ ମିଥେନ ଗ୍ୟାସ ବିସ୍ଫୋରଣ : ୧୨ ଜଣ ଶ୍ରମିକଙ୍କ ମୃତ୍ୟୁ

Wed Mar 20 , 2024
କରାଚି: ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ଥିବା ଏକ କୋଇଲା ଖଣିରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ ଘଟିଛି। ଏହି ଦୁର୍ଘଟଣାରେ କୋଇଲା ଖଣିରେ କାମ କରୁଥିବା ୧୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ତେବେ ଦୁର୍ଘଟଣାସ୍ଥଳରୁ ୮ ଜଣ ଖଣି କର୍ମଚାରୀଙ୍କୁ ଉଦ୍ଧାର କରାଯାଇଛି। ବୁଧବାର ପାକିସ୍ତାନୀ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ପାକିସ୍ତାନର ଡନ୍ ଖବରକାଗଜରେ ପ୍ରକାଶିତ ଖବର ଅନୁଯାୟୀ, ହରନାଇ ଜିଲ୍ଲାର ଜର୍ଦାଲୋ ଅଞ୍ଚଳରେ ଏହି ଘଟଣା ଘଟିଛି। […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial