ନାବାଳିକାଙ୍କୁ ଦୁଷ୍କର୍ମ : ଦୋକାନୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ

ବାଲେଶ୍ଵର: ଚକଲେଟ କିଣିବାକୁ ଯାଇ ନାବାଳିକା ଦୋକାନୀ ଦ୍ଵାରା ଦୁଷ୍କର୍ମ ଶିକାର ଘଟଣା‌ରେ ଦୋକାନୀ ଅଜୟ ବେହେରାକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା ଓ ଅନାଦେୟ ହେଲେ ଅଧିକ ୨ ବର୍ଷ ଜେଲ ଦଣ୍ଡ। ୧୭ ଜଣ ସାକ୍ଷୀ, ୧୮ଟି ଦଲିଲ ଓ ଦସ୍ତାବିଜକୁ ଆଧାର କରି ରାୟ ଶୁଣାଇଛନ୍ତି ବାଲେଶ୍ଵର ସ୍ଵତନ୍ତ୍ର ପୋକ୍ସୋ କୋର୍ଟ ଜଜ୍ ରଞ୍ଜନ କୁମାର ସୂତାର।
ନାବାଳିକାଙ୍କୁ ଦୁଷ୍କର୍ମ ନେଇ ଦୋକାନୀ ଅଜୟ ବେହେରା ନାମରେ ୩୦/୫/୨୩ରେ ବାଲେଶ୍ଵର ଜିଲ୍ଲା ଖନ୍ତାପଡ଼ା ଥାନାରେ ନାବାଳିକାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା। ଏହି ମାମଲାରେ ସରକାରଙ୍କ ପକ୍ଷରୁ ସ୍ଵତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ପ୍ରଣବ କୁମାର ପଣ୍ଡା ମକଦ୍ଦମା ପରିଚାଳନା କରୁଥିଲେ।

Share Now:

Kalinga News Beuro

Next Post

ଦୁଇ ଜିଲ୍ଲାର ଏସପିଙ୍କୁ ବଦଳାଇଲେ ନିର୍ବାଚନ କମିଶନ

Mon Apr 8 , 2024
ଭୁବନେଶ୍ୱର: ନିର୍ବାଚନ କମିଶନ ବ୍ରହ୍ମପୁର ଏସପି ଓ ଖୋର୍ଦ୍ଧା ଏସପିଙ୍କୁ ବଦଳି କରିଛନ୍ତି। ବ୍ରହ୍ମପୁରର ଏସପି ଭାବେ ଡ଼.ସାର୍ଥକ ଷଡଙ୍ଗୀଙ୍କୁ ଦାୟିତ୍ୱ ଦିଆଯାଇଥିବାବେଳେ ଖୋର୍ଦ୍ଧା ଏସପି ଭାବେ ଅବିନାଶ କୁମାରଙ୍କୁ ଦାୟିତ୍ୱ ଦିଆଯାଇଛି। ଉଲ୍ଲେଖ ଥାଉ କି କିଛିଦିନ ତଳେ ରାଜ୍ୟ ସରକାର ଆଇଏଏସ୍‌ସ୍ତରରେ ଛୋଟଧରଣର ଅଦଳବଦଳ କରିଥିଲେ। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି ହୋଇଥିଲା।ନିର୍ବାଚନ କମିସନ ରାଜ୍ୟର ୨ଜଣ ଆଇଏଏସ୍ ଓ ୬ଜଣ ଆଇପିଏସ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial