ହାଇଦ୍ରାବାଦ ଡାକ୍ତରାଣୀ ହତ୍ୟା ମାମଲା : ଅପରାଧ ଘଟାଇବା ପୂର୍ବରୁ ତାଙ୍କୁ ବଳପୂର୍ବକ ମଦ ପିଆଇଥିଲେ ଅପରାଧୀ

ହାଇଦ୍ରାବାଦ : ହାଇଦ୍ରାବାଦରେ ହୋଇଥିବା ଡାକ୍ତରାଣୀ ଦୁଷ୍କର୍ମ ମାମଲାରେ ଆଉ କେତେକ ନୂଆ ତଥ୍ୟ ସାମନାକୁ ଆସିଛି । ଅଭିଯୁକ୍ତମାନେ ତାଙ୍କୁ ଦୁଷ୍କର୍ମ କରିବା ପୂର୍ବରୁ ମୃଦୁ ପାନୀୟରେ ମଦ ମିଶାଇ ବଳପୂର୍ବକ ତାଙ୍କୁ ପିଆଇଥିଲେ । ପୁଲିସ ସୁତ୍ରରୁ ପ୍ରକାଶ ଯେ ଅଭିଯୁକ୍ତମାନେ ସମସାବାଦ ଟୋଲ ପ୍ଲାଜା ନିକଟରେ ଥିବା ତୋଣ୍ଡୁପାଲୀ ଗାଁରୁ ମଦ ଓ କିଛି ଖାଦ୍ୟସାମଗ୍ରୀ କିଣିଆଣିଥିଲେ । ସେମାନେ ନିଜେ ମଦ ପିଇବା ସହ ମୃତା ଡାକ୍ତରାଣୀଙ୍କୁ ବଳପୂର୍ବକ ପିଆଇଥିଲେ । ଏହା ପରେ ସେମାନେ ଅପରାଧ ଘଟାଇଥିଲେ । ଅପରାଧୀମାନେ ଦୁଷ୍କର୍ମ କରିବାବେଳେ ପୀଡିତାଙ୍କ ମୁହଁକୁ ଘୋଡାଇ ରଖିଥିବାରୁ ଶ୍ୱାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ପୁଲିସ ତଦନ୍ତରୁ ଜଣାପଡିଛି ।
ଗିରଫ ଅଭିଯୁକ୍ତମାନଙ୍କୁ ତେଲେଙ୍ଗାନାର ସାଦନଗରର ଏକ କୋର୍ଟ ଦୁଇ ସପ୍ତାହ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇଦେଇଛନ୍ତି । ଶୁକ୍ରବାରଦିନ ସାଇବରାବାଦ ପୁଲିସ ଏହି ୪ ଅଭିଯୁକ୍ତ ମହମ୍ମଦ ଆରିଫ, ଜୋଲୁ ଶିବା, ଜୋଲୁ ନବୀନ ଓ ଚିନ୍ତାକୁଣ୍ଡା ଚେନ୍ନାକେଶବଲୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହି ଘଟଣାକୁ ନେଇ ସାରା ଦେଶରେ ପ୍ରବଳ ପ୍ରତିବାଦ ଦେଖିବାକୁ ମିଳିଛି ।

Share Now:

Kalinga News Beuro

Leave a Reply

Next Post

ଗାଡ଼ି ଚାଳକ ସାବଧାନ ! ଆଜିଠାରୁ ଏହି ୧୦ ଟ୍ରାଫିକ୍ ନିୟମ ଉଲ୍ଲଂଘନ କଲେ ଦେବାକୁ ପଡ଼ିବ ଜରିମାନା

Sun Dec 1 , 2019
ଭୁବନେଶ୍ୱର:ଗାଡ଼ି ଚାଳକମାନେ ସାବଧାନ। ଡିସେମ୍ବର ପହିଲାରୁ ସାରା ରାଜ୍ୟରେ ନୂଆ ମୋଟରଯାନ ଆଇନକୁ କଡ଼ାକଡ଼ି ଭାବେ ଲାଗୁ କରାଯିବ। କେବଳ ଗାଡ଼ି କାଗଜପତ୍ର ଓ ଡ୍ରାଇଭିଂ ଲାଇସେନ୍ସକୁ ଛାଡ଼ି ଅନ୍ୟ ସମସ୍ତ କ୍ଷେତ୍ରରେ ନୂଆ ନିୟମ ଲାଗୁ ହେବ। ୧୦ଟି ନିୟମ ଉଲ୍ଲଂଘନ କଲେ ଜରିମାନା ଦେବାକୁ ପଡ଼ିବ। ଆଉ ଏହାକୁ କଡ଼ାକଡ଼ି ଭାବେ ଲାଗୁ କରିବା ସହ ଜରିମାନା ଆଦାୟ କରିବା ଲାଗି ଆଜି ସମସ୍ତ ଜିଲ୍ଲାପାଳ, ଆରକ୍ଷୀ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial