ବିଶ୍ୱରେ ପ୍ରଥମ: ବାଘ ଗୋଡ଼ରେ କୃତ୍ରିମ ପାଦ

ନାଗପୁର: ଶନିବାର ଦିନ ଅସ୍ତ୍ରୋପଚାର କରାଯାଇ ନାଗପୁରର ୯ ବର୍ଷିୟ ବାଘ ସାହେବରାଓ ବାମ ପଟ ଆଗ ଗୋଡ଼ରେ କୃତ୍ରିମ ପାଦ ଲଗାଯିବ। ବିଶ୍ୱର ପ୍ରଥମ ବୋଲି କୁହାଯାଉଥିବା ଏହି ଅସ୍ତ୍ରୋପଚାରେ ଅସ୍ଥିଶଲ୍ୟ ସର୍ଜନ୍‌ ଶୁଶ୍ରୁତ ବାଭୁଲ୍‌କର, ପ୍ରାଣୀ ଚିକିତ୍ସକ ଶିରିଷ ଉପାଧ୍ୟାୟ, ମହାରାଷ୍ଟ୍ର ପ୍ରାଣୀ ଓ ମତ୍ସ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର ଡାକ୍ତରୀ କର୍ମଚାରୀ, ଆଇଆଇଟି-ବମ୍ବେର ବନ୍ୟପ୍ରାଣୀ ଗବେଷଣା ଓ ତାଲିମ କେନ୍ଦ୍ରର ବିଶେଷଜ୍ଞ ଏବଂ ଲିଡ୍‌ସ୍‌ ବିଶ୍ୱବିଦ୍ୟାଳୟର ଡାକ୍ତର ପିଟର୍‌ ଜିଆନୋଡିସ୍‌ ଭାଗ ନେଉଛନ୍ତି। ଗୋରେଓ୍ଵାଡ଼ା ରେସ୍କ୍ୟୁ ସେଣ୍ଟର୍‌ରେ ଏହି ଅସ୍ତ୍ରୋପଚାର କରାଯିବ। ମହାରାଷ୍ଟ୍ର ବନ ବିକାଶ ନିଗମର କର୍ମଚାରୀମାନେ ମଧ୍ୟ ଅସ୍ତ୍ରୋପଚାର ସମୟରେ ଉପସ୍ଥିତ ରହିବେ। ଆଗରୁ କୁକୁର ଓ ହାତୀମାନଙ୍କ କ୍ଷେତ୍ରରେ ଏ ଭଳି ଅସ୍ତ୍ରୋପଚାର କରାଯାଇଛି। ୨୦୧୨ ମସିହା ଏପ୍ରିଲ୍‌ ୨୬ ତାରିଖ ଦିନ ଚନ୍ଦ୍ରପୁର ଜିଲ୍ଲା ଅନ୍ତର୍ଗତ ତଡ଼ୋବା-ଅନ୍ଧାରି ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳ ବାହାରେ ଶିକାରୀମାନେ ବସାଇଥିବା ଯନ୍ତାରେ ପଡ଼ି ସାହେବରାଓ ତା’ର ପାଦ ହରାଇଥିଲା। ତା’ର ଗୋଡ଼ରେ ଅସ୍ତ୍ରୋପଚାର କରାଯାଇ ପାଦ ଲଗାଇବା ନିମନ୍ତେ ଗତ ଦୁଇ ବର୍ଷ ହେବ ଉଦ୍ୟମ ଚାଲିଥିଲା।।

Share Now:

Kalinga News Beuro

Leave a Reply

Next Post

କମ୍ପୋଷ୍ଟ ପ୍ଲାଣ୍ଟକୁ ବିରୋଧ କଲେ କଲୋନୀ ବାସୀ

Sun Jan 19 , 2020
ମନ୍ତ୍ରୀଙ୍କୁ ସ୍ମାରକପତ୍ର, ପ୍ରତିବାଦ ଜୋର୍‌ଦାର୍‌ କରିବାକୁ ଚେତାବନୀ ଭୁବନେଶ୍ୱର: ୫୭ନମ୍ବର ୱାର୍ଡ ଅଧୀନ ବଡ଼ଗଡ଼ ବ୍ରିଟ୍‌ କଲୋନିରେ ମଶାଣି ସାମ୍ନାରେ ଥିବା ନେତାଜୀ ଖେଳ ପଡ଼ିଆରେ ବିଏମ୍‌ସି ମାଇକ୍ରୋ କମ୍ପୋଷ୍ଟ ପ୍ଲାଣ୍ଟ୍‌ ନିର୍ମାଣ କରିବାକୁ ଯୋଜନା କରିଛି। ଏହାକୁ ସ୍ଥାନୀୟ ଜନସାଧାରଣ ତୀବ୍ର ବିରୋଧ କରିଛନ୍ତି। ଏହି ପ୍ରସଙ୍ଗରେ ବିଭିନ୍ନ ସଂଗଠନ ପକ୍ଷରୁ ‌ବୈଠକ କରାଯାଇ ବିଏମ୍‌ସିର ପ୍ରସ୍ତାବକୁ ଦୃଢ଼ ବିରୋଧ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ସ୍ଥାନୀୟ ବିଧାୟକ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial