ଆମ୍ବୁଲାନ୍ସର ଅପବ୍ୟବହାର ଧରାପଡ଼ିଲେ ବନ୍ଧାହେବେ ଡ୍ରାଇଭର, ବାଜ୍ୟାପ୍ତ ହେବ ଗାଡ଼ି

ଭୁବନେଶ୍ୱର : ଆମ୍ବୁଲାନ୍ସର ଅପବ୍ୟବହାରକୁ ରୋକିବା ଲାଗି ରାଜ୍ୟ ସରକାର କଠୋର ପଦକ୍ଷେପ ନେଇଛନ୍ତି। ଆମ୍ବୁଲାନ୍ସକୁ ଯାତ୍ରୀ ପରିବହନ ଲାଗି ବ୍ୟବହାର କରୁଥିବା ଜଣାପଡ଼ିଲେ ଡ୍ରାଇଭରକୁ ଗିରଫ କରାଯିବ ଓ ଗାଡ଼ି ବାଜ୍ୟାପ୍ତ କରାଯିବ ବୋଲି ସୂଚନା ଦେଇଛନ୍ତି ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ। ତେବେ ରାଜ୍ୟରେ କେତେକ ସ୍ଥାନରେ ଆମ୍ବୁଲାନ୍ସର ଅସଦବ୍ୟବହାର କରାଯାଇଥିବା ଖବର ଆସିଛି। ଲକଡାଉନ ସମୟରେ ଆମ୍ବୁଲାନ୍ସରେ କିଛି ଲୋକଙ୍କୁ ବୁହାଯାଉଥିବା ସୂଚନା ମିଳିଛି । ତେବେ ତାଲାବନ୍ଦ ବେଳେ ଏଭଳି କାମ ଆଦୌ କ୍ଷଣଣୀୟ ନୁହେଁ । ଆଗାମୀ ଦିନରେ ଯଦି ଆମ୍ବୁଲାନ୍ସର କେହି ଅପବ୍ୟବହାର କରନ୍ତି ତେବେ ଡ୍ରାଇଭର ସମେତ ମାଲିକଙ୍କୁ ଗିରଫ କରାଯିବ । ଏହା ସହ ସଙ୍ଗେ ସଙ୍ଗେ ଉକ୍ତ ଆମ୍ବୁଲାନ୍ସକୁ ବାଜ୍ୟାପ୍ତ କରାଯିବ ବୋଲି ସରକାର ନିର୍ଦ୍ଦେଶ ଦେଇଥିବା ସୁବ୍ରତ କହିଛନ୍ତି । ମାର୍ଚ୍ଚ ୨୮ ତାରିଖରେ ଭଦ୍ରକରେ ଏକ ଆମ୍ବୁଲାନ୍ସ ଲୁଚାଛପାରେ କିଛି ଲୋକଙ୍କୁ ନେଇ ଭଦ୍ରକରୁ ଚାନ୍ଦବାଲି ଯାଉଥିବା ବେଳେ ପୁଲିସ ଓ ଭଦ୍ରକ ଆରଟିଓ ହାତରେ ଧରାପଡିଥିଲା। ଆମ୍ବୁଲାନ୍ସଟି ୭ଜଣ ଯାତ୍ରୀଙ୍କୁ ନେଇ ଭଦ୍ରକରୁ ଚାନ୍ଦବାଲି ବ୍ଲକରେ ଥିବା ଘଣ୍ଟେଶ୍ୱରକୁ ଯାଉଥିଲା। ଏହି ସମୟରେ ଡାହାଣୀଗୁଡିଆ ଛକରେ ଆମ୍ବୁଲାନ୍ସକୁ ଅଟକାଇଥିଲେ ଉଭୟ ପୁଲିସ ଓ ଭଦ୍ରକ ଆରଟିଓ। ଭିତରେ ୭ଜଣ ଯାତ୍ରୀଙ୍କୁ ଦେଖି କରୋନା କଟକଣା ଭାଙ୍ଗିଥିବାରୁ ଚାଳକ ନାଁରେ ୩୧,୫୦୦ ଟଙ୍କାର ଚାଲଣ କାଟିଥିଲେ ଭଦ୍ରକ ଆରଟିଓ। ସେହିପରି ୩୦ ତାରିଖରେ କରୋନା ମହାମାରୀ ମୁକାବିଲା ପାଇଁ ଚାଲିଥିବା ଲକଡାଉନ୍ ସମୟରେ ଯାତ୍ରୀ ଓ ଆମ୍ବୁଲାନସ୍ ଡ୍ରାଇଭରଙ୍କ ଏପରି କାରନାମାର ପର୍ଦାଫାଶ କରିଛି ରାୟଗଡ଼ା ଟାଉନ୍ ଥାନା ପୁଲିସ୍। ଆମ୍ବୁଲାନସକୁ ପୁଲିସ୍ ଜବତ କରିବା ସହ ଡ୍ରାଇଭର ଲକ୍ଷ୍ମୀନାରାୟଣ ସେନାପତିଙ୍କୁ ଅଟକ ରଖିଛି। ଆମ୍ବୁଲାନସରେ ଯାତ୍ରା କରୁଥିବା ୬ ଯାତ୍ରୀଙ୍କୁ ପୁଲିସ୍ ନୋଟିସ୍ ଜାରି କରିବା ପରେ ଛାଡ଼ି ଦେଇଛି।

Share Now:

Kalinga News Beuro

Leave a Reply

Next Post

ସଂକ୍ରମଣ ଭୟରେ ପୂରା ହୋଟେଲ ବୁକ କଲେ, ୨୦ଜଣ ରକ୍ଷିତାଙ୍କୁ ନେଇ ଆତ୍ମ-ବିଚ୍ଛିନ୍ନ ହୋଇ ରହିଲେ ଥାଇଲାଣ୍ଡର ରାଜା

Tue Mar 31 , 2020
ନୂଆଦିଲ୍ଲୀ: ଥାଇଲାଣ୍ଡର ରାଜା ମହା ଭାଜିରାଲୋଙ୍ଗକର୍ନ ଜର୍ମାନୀର ଏକ ବିଳାସପୂର୍ଣ୍ଣ ହୋଟେଲକୁ ବୁକ କରି ସେଠାରେ ସଙ୍ଗରୋଧରେ ରହିଥିବା ଜଣା ପଡିଛି । ସଂକ୍ରମଣ ଭୟରେ ସେ ଏଭଳି କରିଥିବା ବେଳେ ପ୍ରାୟ ୨୦ଜଣ ମହିଳାଙ୍କୁ ରକ୍ଷିତା ଭାବରେ ସେଠାରେ ରଖିଥିବା ନେଇ ସୂଚନା ମିଳିଛି । ନୋଭଲ କରୋନାଭାଇରସର ସଂକ୍ରମଣ ସମଗ୍ର ବିଶ୍ୱର ଲୋକଙ୍କୁ ନିଜ ଘର ଭିତରେ ରହିବାକୁ ବାଧ୍ୟ କରିଛି । ଦରକାର ସମୟରେ ଘର […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial