ସମାଜସେବୀଙ୍କ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ

ଆନନ୍ଦପୁର:ଘସିପୁରା ରାମଚନ୍ଦ୍ରପୁର ଅଂଚଳର ସମାଜସେବୀ ପ୍ରଦୀପ କୁମାର ସାହୁ (ଟୁଲୁ ଭାଇ) ସାମ୍ପ୍ରତିକ କରୋନାର ମୁକାବିଲା କରିବା ନିମନ୍ତେ ଓଡିଶା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି କୋଭିଡ-୧୯ କୁ ଏକ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି। ଘସିପୁରା ବ୍ଲକ ଅଧିକାରୀ ଏବଂ ଉପ-ଜିଲ୍ଲାପାଳ ରାମଚନ୍ଦ୍ରପୁରର କୋଭିଡ-୧୯ କେନ୍ଦ୍ର ପରିଦର୍ଶନରେ ଆସିଥିବା ଅବସରରେ ସେ ଏହା ପ୍ରଦାନ କରିଥିଲେ।

ପ୍ରଦୀପ ଏହି ସମାଜସେବା କାମ ଦୀର୍ଘ ୨୦ ବର୍ଷ ହେବ କରି ଆସୁଛନ୍ତି । ଟୁଲୁ ଭାଇ ନାମରେ ପରିଚିତ ଏହି ବ୍ୟକ୍ତି ରାମଚନ୍ଦ୍ରପୁର ବଡପଦନା ଠାରୁ ନେଇ କେନ୍ଦୁଝର ଏବଂ ଅନ୍ୟ ଆଖପାଖ ଅଞ୍ଚଳରେ ବିଭିନ୍ନ ସାମାଜିକ ଉନ୍ନତିମୂଳକ କାର୍ଯ୍ୟ କରିଆସୁଛନ୍ତି।

Share Now:

Kalinga News Beuro

Leave a Reply

Next Post

ନିଜାମୁଦ୍ଦିନର ଧାର୍ମିକ ସମାବେଶ‌ ବଢ଼ାଇଲା କରୋନା ଚିନ୍ତା! ବିଭିନ୍ନ ରାଜ୍ୟରୁ ଶ୍ରଦ୍ଧାଳୁ ଯୋଗ ଦେଇଥିବା ଜଣାପଡ଼ିବା ପରେ ଦେଶବ୍ୟାପି ହଇଚଇ

Tue Mar 31 , 2020
ନୂଆଦିଲ୍ଲୀ: ଦିଲ୍ଲୀର ନିଜାମୁଦ୍ଦିନ ଅଞ୍ଚଳରେ ହୋଇଥିବା ଧାର୍ମିକ ସମାବେଶ ଫଳରେ ଶହ ଶହ ଲୋକଙ୍କୁ କରୋନା ସଂକ୍ରମଣ ହେବା ଆଶଙ୍କା ଦୃଢୀଭୂତ ହେବା ପରେ ଗଣ ସମାରୋହ ହୋଇଥିବା ମସ୍‌ଜିଦ୍‌ଟିକୁ ସିଲ୍‌ କରି ଦିଆଯିବା ସହ ପ୍ରାୟ ୮୦୦ ଲୋକଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି। ଏହି ମସ୍‌ଜିଦ୍‌ରେ ଥିବା ଆହୁରି ୨୪ ଜଣଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି। ଅନ୍ୟପକ୍ଷରେ ଦେଶର ବିଭିନ୍ନ ରାଜ୍ୟରୁ ଶ୍ରଦ୍ଧାଳୁ ଏହି ସମାବେଶରେ ଯୋଗ ଦେଇଥିବା ଜଣାପଡ଼ିବା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial