ସମ୍ବଲପୁରରେ ଚାଞ୍ଚଲ୍ୟ, ରାତିରେ ଶୋଇଥିବା ଅବସ୍ଥାରେ ଘରୁ ଉଠାଇ ନେଇ ନାବାଳିକାଙ୍କୁ ଦୁଷ୍କର୍ମ

ସମ୍ବଲପୁର : ସାରା ଦେଶରେ ଲକ୍‌ଡାଉନ୍ ଘୋଷଣା ହୋଇଥିବା ସମୟରେ ସମ୍ବଲପୁର ଶାସନ ଥାନା ଅଞ୍ଚଳରେ ଜଣେ ନାବାଳିକା ଦୁଷ୍କର୍ମର ଶିକାର ହେବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏ ନେଇ ଶାସନ ଥାନାରେ ଅଭିଯୋଗ ମଧ୍ୟ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଶାସନ ଥାନା ଅନ୍ତର୍ଗତ ପରମାଣପୁର ଗାଁର ଜଣେ ଓଲଡିଂ ମିସ୍ତ୍ରୀଙ୍କର ୧୧ ବର୍ଷ ବୟସ୍କା ନାବାଳିକା କନ୍ୟା ନିଜର ଆଈଙ୍କ ସହ ଘରେ ଶୋଇଥିଲେ। ରାତି ପାଖାପାଖି ଦୁଇଟା ବେଳେ କେହି ଜଣେ ଅସାମାଜିକ ଯୁବକ ଘରର ପଛପଟ କବାଟ ଖୋଲି ଘର ଭିତରକୁ ପଶିଥିଲା। ସେ ପୀଡ଼ିତା ନାବାଳିକାଙ୍କୁ ଉଠାଇ ନେଇଥିଲା। ତା’ପରେ ସେ ଗ୍ରାମ ଦେବୀଙ୍କ ମନ୍ଦିର ପାଖରେ ନାବାଳିକା ସହ ଦୁଷ୍କର୍ମ କରି ପଳାଇଥିଲା। ଭୋର୍ ସମୟରେ ପୀଡ଼ିତା ଉଠି ଘରକୁ ଫେରି ସବୁ କଥା କହିଥିଲେ। ତା’ପରେ ପୀଡ଼ିତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ନାବାଳିକାଙ୍କ ଡାକ୍ତରୀମାଇନା ହେବା ପରେ ତାଙ୍କର ଚିକିତ୍ସା ଚାଲିଛି। ପରେ ଏନେଇ ପୀଡ଼ିତାଙ୍କ ପରିବାର ପକ୍ଷରୁ ଶାସନ ଥାନାରେ ଲିଖିତ ଅଭିଯୋଗ କରାଯିବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏଣେ ପୀଡ଼ିତା ଦୁଷ୍କର୍ମକାରୀକୁ ଚିହ୍ନିପାରିବ ବୋଲି କହିଛନ୍ତି।

Share Now:

Kalinga News Beuro

Leave a Reply

Next Post

ଏହା ଧାର୍ମିକ ସ୍ଥଳୀକୁ ଯିବାର ସମୟ ନୁହେଁ : ଏ ଆର୍‌ ରେହମାନ୍‌

Thu Apr 2 , 2020
ମୁମ୍ବାଇ: ସାରା ବିଶ୍ୱରେ କରୋନା ଆତଙ୍କ ଲାଗି ରହିଥିବା ବେଳେ ଲୋକମାନଙ୍କୁ ସରକାରଙ୍କ କଥା ମାନି ସତର୍କ ରହିବାକୁ ବାର୍ତ୍ତା ଦେଇଛନ୍ତି ବଲିଉଡ୍‌ର ଜଣାଶୁଣା ସଂଗୀତ ନିର୍ଦ୍ଦେଶକ ଏଆର୍‌ ରହମାନ। ଏ ସମୟରେ ଧାର୍ମିକ ସ୍ଥାନଗୁଡ଼ିକୁ ଯାଇ ସମସ୍ୟା ବଢ଼ାନ୍ତୁ ନାହିଁ ବୋଲି ସେ ବୁଧବାର ସୋସିଆଲ୍‌ ମିଡିଆରେ ପ୍ରକାଶ କରିଛନ୍ତି। ସରକାରଙ୍କ ଉପଦେଶ ମାନି ନିଜକୁ ପୃଥକ ଭାବେ ରଖନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି। ଦିଲ୍ଲୀର ନିଜାମୁଦ୍ଦିନ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial