ଏହା ଧାର୍ମିକ ସ୍ଥଳୀକୁ ଯିବାର ସମୟ ନୁହେଁ : ଏ ଆର୍‌ ରେହମାନ୍‌

ମୁମ୍ବାଇ: ସାରା ବିଶ୍ୱରେ କରୋନା ଆତଙ୍କ ଲାଗି ରହିଥିବା ବେଳେ ଲୋକମାନଙ୍କୁ ସରକାରଙ୍କ କଥା ମାନି ସତର୍କ ରହିବାକୁ ବାର୍ତ୍ତା ଦେଇଛନ୍ତି ବଲିଉଡ୍‌ର ଜଣାଶୁଣା ସଂଗୀତ ନିର୍ଦ୍ଦେଶକ ଏଆର୍‌ ରହମାନ। ଏ ସମୟରେ ଧାର୍ମିକ ସ୍ଥାନଗୁଡ଼ିକୁ ଯାଇ ସମସ୍ୟା ବଢ଼ାନ୍ତୁ ନାହିଁ ବୋଲି ସେ ବୁଧବାର ସୋସିଆଲ୍‌ ମିଡିଆରେ ପ୍ରକାଶ କରିଛନ୍ତି। ସରକାରଙ୍କ ଉପଦେଶ ମାନି ନିଜକୁ ପୃଥକ ଭାବେ ରଖନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି। ଦିଲ୍ଲୀର ନିଜାମୁଦ୍ଦିନ ଅଞ୍ଚଳରେ ଥିବା ମସ୍‌ଜିଦ୍‌ରେ ସହସ୍ରାଧିକ ଲୋକ ଧାର୍ମିକ ସମ୍ମିଳନୀ କରି ଶତାଧିକ ସଂଖ୍ୟାରେ କରୋନା ଆକ୍ରାନ୍ତ ହୋଇଥିବା ବେ‌ଳେ ଅନେକଙ୍କ ମୃତ୍ୟୁ ଘଟିବା ସହ ଚାରିଆଡ଼େ ଭାଇରସ୍‌ ବ୍ୟାପି ଯାଇ ଦେଶବ୍ୟାପୀ ଆଶଙ୍କାର କାରଣ ବନିବା ପରେ ସେ ଏପରି ପୋଷ୍ଟ୍‌ କରିଛନ୍ତି। ସାରା ବିଶ୍ୱରେ କରୋନା ହୁ ହୁ ହୋଇ ବଢ଼ି ଚାଲିଥିବା ବେଳେ ବିନା ସରକାରୀ ଅନୁମତିରେ ଉକ୍ତ ମସ୍‌ଜିଦ୍‌ରେ ହୋଇଥିବା ଧାର୍ମିକ ସମାବେଶ ଏବେ ସଭିଙ୍କୁ ଚକିତ କରିବା ସହ ଭାରତକୁ ଆହୁରି ବିପଦ ଆଡ଼କୁ ନେଇଯାଇଛି। ସଂଗୀତ ନିର୍ଦ୍ଦେଶକ ରହମାନ ଦେଶର ହସ୍ପିଟାଲ୍‌ ଓ କ୍ଲିନିକ୍‌ରେ କାର୍ଯ୍ୟ କରୁଥିବା ସମସ୍ତ ଡାକ୍ତର, ନର୍ସ ଓ କର୍ମଚାରୀମାନଙ୍କୁ ତାଙ୍କ ଟ୍ୱିଟ୍‌ ମାଧ୍ୟମରେ ଧନ୍ୟବାଦ୍‌ ଜଣାଇଛନ୍ତି। ସେ ଶେଷରେ ସବୁ ଲୋକଙ୍କ ଭିତରେ ଏକତା ରହୁ ବୋଲି ଇଚ୍ଛା ବ୍ୟକ୍ତ କରିଛନ୍ତି।

Share Now:

Kalinga News Beuro

Leave a Reply

Next Post

କରୋନା ମୁକାବିଲା ବେଳେ ଆୟୁଷ ଡାକ୍ତରଙ୍କୁ ଅବହେଳା

Thu Apr 2 , 2020
ଆୟୁଷ ସେଲ୍‌ ବନ୍ଦ, ଦିଆଯାଉନି ବ୍ୟକ୍ତିଗତ ସୁରକ୍ଷା ଉପକରଣ ଭୁବନେଶ୍ୱର : ରାଜ୍ୟରେ କରୋନା(କୋଭିଡ-୧୯) ମୁକାବିଲାରେ ଏକପ୍ରକାର ଅବହେଳାର ଶିକାର ହୋଇଛନ୍ତି କାର୍ଯ୍ୟରତ ଆୟୁଷ ଡାକ୍ତର। ରାଜ୍ୟର ହୋମିଓପ୍ୟାଥିକ ଓ ଆୟୁର୍ବେଦିକ ଡିସ୍‌ପେନସାରିଠାରୁ ଆରମ୍ଭ କରି ଅନ୍ୟ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଆୟୁଷ ଡାକ୍ତରଙ୍କୁ ଆବଶ୍ୟକ ସୁରକ୍ଷା ଉପରକରଣ ଦିଆଯାଉ ନ ଥିବା ଅଭିଯୋଗ ହୋଇଛି। ଏପରିକି ଆୟୁଷ ସଂଘ ମଧ୍ୟ ଏ ସଂକ୍ରାନ୍ତରେ ନବନିଯୁକ୍ତ ନିର୍ଦ୍ଦେଶକଙ୍କୁ ଚିଠି ଲେଖି ଅବଗତ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial