ସିଲ୍ ହେଲା ଭୁବନେଶ୍ୱରସ୍ଥିତ ଇଣ୍ଟେଲିଜେନ୍ସ ବ୍ୟୁରୋ କାର୍ଯ୍ୟାଳୟ

ଭୁବନେଶ୍ୱର: ଆଜି ଭୁବନେଶ୍ୱରସ୍ଥିତ ଇଣ୍ଟେଲିଜେନ୍ସ ବ୍ୟୁରୋ କାର୍ଯ୍ୟାଳୟକୁ ସିଲ୍ କରାଯାଇଥିବା ଜଣାଯାଇଛି। ଏହାର ଜଣେ କର୍ମଚାରୀ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡ଼ିବା ପରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଇଣ୍ଟେଲିଜେନ୍ସ ବ୍ୟୁରୋ କାର୍ଯ୍ୟାଳୟକୁ ସମ୍ପୂର୍ଣ୍ଣଭାବେ ୧୪ ଦିନ ପାଇଁ ସିଲ୍ କରି ଦିଆଯାଇଛି। ଏହାକୁ ୬ ତାରିଖରୁ ୨୦ ତାରିଖ ଯାଏଁ ସିଲ୍ କରାଯାଇଛି। ସଂକ୍ରମଣ ଆଶଙ୍କାରେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା କର୍ମଚାରୀଙ୍କ ସମେତ କାର୍ଯ୍ୟାଳୟର ଅନ୍ୟ ସମସ୍ତ କର୍ମଚାରୀ ମଧ୍ୟ ହୋମ୍‌ କ୍ୱାରେଣ୍ଟାଇନରେ ରଖାଯାଇଥିବାର ମଧ୍ୟ ସୂଚନା ମିଳିଛି।

Share Now:

Kalinga News Beuro

Leave a Reply

Next Post

ସତ୍ୟ ନଗର କରୋନା ଆକ୍ରାନ୍ତଙ୍କ ସଂପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଲା ବିଏମସି:ନିର୍ଦ୍ଦିଷ୍ଟ ଓମଫେଡ୍ ବୁଥକୁ ସେ ବାରମ୍ବାର ଯାଉଥିଲେ

Wed Apr 8 , 2020
ଭୁବନେଶ୍ୱର: ଆଜି ସକାଳେ ଭୁବନେଶ୍ୱରର ସତ୍ୟନଗରରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କୁ ନେଇ ବଡ଼ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ। ସତ୍ୟନଗରରୁ ଚିହ୍ନଟ ହୋଇଥିବା ୪ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ସତ୍ୟନଗରର ତୋଷାଳି ଭବନ ସମ୍ମୁଖରେ ଥିବା ଏକ ଓମଫେଡ ପାର୍ଲରକୁ ଯାଉଥି‌ଲେ ବୋଲି ବିଏମସି ସୂଚନା ଦେଇଛି। ଏହି ନିର୍ଦ୍ଦିଷ୍ଟ ପାର୍ଲରକୁ ସେ ବାରମ୍ବାର ଆସୁଥିବା ସୂଚନା ବିଏମସିକୁ ହସ୍ତଗତ ହୋଇଛି। ଏଥିସହ ସତ୍ୟନଗରର ସାଧାରଣ ବାସିନ୍ଦାଙ୍କୁ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial