ଲକ୍‌ଡାଉନ୍‌ ସମୟରେ ବିବାହ କରିବା ମହଙ୍ଗା ପଡ଼ିଲା:୪୫ଦିନ ହେବ କନ୍ୟା ଘରେ ଫସି ରହିଛନ୍ତି ବରଯାତ୍ରୀ

ନୂଆଦିଲ୍ଲୀ: କରୋନା ଭାଇରସ୍‌କୁ ନେଇ ସମଗ୍ର ଦେଶରେ ଲକ୍‌ଡାଉନର ତୃତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ଏହି ସମୟରେ ଅଧିକାଂଶ ଲୋକ ଘରେ ରହି ଲକ୍‌ଡାଉନ୍‌ ନିୟମ ପାଳନ କରୁଛନ୍ତି। ଏହି ସମୟରେ କିଛି ଏମିତି ବି ଲୋକ ଅଛନ୍ତି ଯେଉଁମାନେ କି ହଠାତ ଲକ୍‌ଡାଉନ୍‌ କାରଣରୁ ଫସି ରହିଛନ୍ତି। ଫସି ରହିଥିବା ଲୋକମାନେ ଘରକୁ କିପରି ବାହୁଡ଼ିବେ ତାହାକୁ ବ୍ୟାକୁଳ ହୋଇ ସେମାନେ ଅପେକ୍ଷା କରି ରହିଛନ୍ତି। ଏମିତି ଏକ ଘଟଣା ଉତ୍ତର ପ୍ରଦେଶର ବେଗୁସରାଏରୁ ସାମ୍ନାକୁ ଆସିଛି। ଏଠାକୁ ଉତ୍ତରପ୍ରଦେଶର କାନପୁରରୁ ଆସିଥିବା ଏକ ବରାଯାତ୍ରୀ ଦଳ ଗତ ୪୫ଦିନ ହେବ ଲକ୍‌ଡାଉନ୍‌ କାରଣରୁ ଫସି ରହିଛନ୍ତି। ତେବେ ଏଭଳି ପରିସ୍ଥିତି ଆସି ପହଞ୍ଚିଛି କି ଏହି ୪୫ଦିନ ମଧ୍ୟରେ ବରଯାତ୍ରୀଙ୍କ ପାଖରେ ଥିବା ସମସ୍ତ ଟଙ୍କା, ଖାଦ୍ୟ ଓ ପାନୀୟ ଶେଷ ହୋଇଯାଇଛି। ଏପଟେ କନ୍ୟାଘର ପକ୍ଷର ଆର୍ଥିକସ୍ଥିତି ଏତେଟା ଠିକ୍‌ ନ ଥିବାରୁ ସେମାନଙ୍କୁ ଭୋକରେ ବି ରହିବାକୁ ପଡ଼ୁଛି। ଏଭଳି ଘଟଣା ବେଗୁସରାଏ ଜିଲ୍ଲା ବଲିୟା ପ୍ରଖଣ୍ଡସ୍ଥିତ ଫତେପୁର ଗ୍ରାମରେ ଦେଖିବାକୁ ମିଳିଛି। ଏଠାରେ ରହୁଥିବା ଖୁସବୁ ଖାତୁନ୍‌ଙ୍କ ବିବାହ ଉତ୍ତରପ୍ରଦେଶର କାନପୁରରେ ରହୁଥିବା ୩୦ବର୍ଷୀୟ ଇମତିୟାଜଙ୍କ ସହିତ ସ୍ଥିର ହୋଇଥିଲା। ମାର୍ଚ୍ଚ୨୧ରେ ବିବାହ ଥିଲା। ଏଥିପାଇଁ ମାର୍ଚ୍ଚ ୨୦ରେ ବର ଇମତିୟାଜ, ବରର ମାତା-ପିତା ସମେତ ୧୦ଜଣ ବରଯାତ୍ରୀ ବେଗୁସରାଏର ଫତେହପୁର ଗ୍ରାମରେ ପହଞ୍ଚିଥିଲେ। ମାର୍ଚ୍ଚ ୨୧ରେ ବିବାହ ସମ୍ପୂର୍ଣ୍ଣ ହୋଇଥିଲା। କିନ୍ତୁ ମାର୍ଚ୍ଚ ୨୨ରେ ଜନତା କର୍ଫ୍ୟୁ ଲାଗୁ ହୋଇ ଯାଇଥିଲା। ଲକ୍‌ଡାଉନ୍‌ କାରଣରୁ ଯିବାଆସିବା ସମ୍ପୂର୍ଣ୍ଣ ଭାବେ ଠପ୍‌ ହୋଇଗଲା। ଫଳରେ ବର ସହିତ ବରଯାତ୍ରୀ ବି କନ୍ୟାଘରେ ଫସି ରହିଗଲେ। ଏହି ସମୟରେ ଯେ ପର୍ଯ୍ୟନ୍ତ ବରପକ୍ଷଙ୍କ ପାଖରେ ଟଙ୍କା ଥିଲା କୌଣସି ଅସୁବିଧା ହେଉ ନ ଥିଲା। କିନ୍ତୁ ଟଙ୍କା ଶେଷ ହେବା ପରେ ଅନେକ ଅସୁବିଧା ଦେଇ ସେମାନଙ୍କୁ ଗତି କରିବାକୁ ପଡ଼ୁଛି। କିଛିଦିନ ପର୍ଯ୍ୟନ୍ତ କନ୍ୟାପକ୍ଷ ବରଯାତ୍ରୀଙ୍କ ଖର୍ଚ୍ଚ ଉଠାଇ ଥିଲେ। କିନ୍ତୁ ସେମାନଙ୍କର ବି ଆର୍ଥିକସ୍ଥିତି ଏତେଟା ଠିକ୍‌ ନ ଥିବାରୁ ଏବେ ବରଯାତ୍ରୀଙ୍କ ଖାଦ୍ୟ ଓ ପାନୀୟରେ ଅନେକ ଅସୁବିଧା ହେଉଛି। କନ୍ୟାଘର ପକ୍ଷ ଲୁଣ-ରୁଟି ବି ଦେବାକୁ ବରଘରକୁ ସକ୍ଷମ ହେଉ ନାହାନ୍ତି। କନ୍ୟା ଓ ବରପକ୍ଷଙ୍କ ଏଭଳି ଅସୁବିଧାକୁ ଦୃଷ୍ଟିରେ ରଖି ଗ୍ରାମର ମୁଖିଆ ସରକାର ଓ ଜିଲ୍ଲା ପ୍ରଶାସନଙ୍କୁ ବରଯାତ୍ରୀଙ୍କୁ ଲକ୍‌ଡାଉନ୍‌ ସମୟରେ ଘରକୁ ପଠାଇବା ପାଇଁ ଗୁହାରି କରିଛନ୍ତି।

Share Now:

Kalinga News Beuro

Leave a Reply

Next Post

ଆମେରିକାର ନ୍ୟୁୟର୍କ ସହରରେ କରୋନା ରଚୁଛି ମୃତ୍ୟୁର ତାଣ୍ଡବ : ହସ୍ପିଟାଲର ଶବ ଗୃହରେ ଜାଗା ନାହିଁ,କେବଳ ଶବ ହିଁ ଶବ

Thu May 7 , 2020
ୱାଶିଂଟନ : ମନେ କରନ୍ତୁ ଡ୍ୟୁଟି କରୁ କରୁ ଆପଣଙ୍କ ନିଦ ଲାଗି ଯାଇଛି। ଆଉ ନିଦ ଭାଙ୍ଗିଲା ପରେ ଆପଣ ଦେଖୁଛନ୍ତି, ଆପଣଙ୍କ ଚାରିଆଡେ ବିଛାଡି ହୋଇ ପଡ଼ିଛି ଶହ ଶହ ଶବ। ସେତେବେଳେ ଆପଣଙ୍କ ଅବସ୍ଥା କ’ଣ ହେବ। ଠିକ୍ ଏମିତ ଏକ ସ୍ଥିତିର ଅନୁଭବ କରିଛନ୍ତି ଆମେରିକାର ନ୍ୟୁୟର୍କ ସହରରେ ଶବ ସତ୍କାର ଦାୟିତ୍ୱରେ ଥିବା ଜଣେ ଅଧିକାରୀ। ଆମେରିକାର ସବୁଠୁ ଆଭିଜାତ୍ୟ ସଂପନ୍ନ ସହର […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial