ସୋମବାରଠାରୁ ଗଡ଼ିବ ‘ମୋ ସାଇକେଲ୍‌’:ଜୁନ୍‌ ୩୦ ଯାଏ ମାଗଣା ଚଲାଇ ପାରିବେ

ପ୍ରତି ୩୦ମିନିଟ ପରେ ସାଇକେଲ୍‌ ଲକ୍ ନକଲେ ଭଡ଼ା ପଡ଼ିବ

ଭୁବନେଶ୍ୱର: ଲକ୍‌ଡାଉନ୍ ହେବା ଦିନଠାରୁ ଅଚଳ ହୋଇ ପଡ଼ିଥିବା ‘ମୋ ସାଇକେଲ୍‌’ ପୁଣି ଗଡ଼ିବ। ସୋମବାରଠାରୁ ୩୦୦ଟି ‘ମୋ ସାଇକେଲ୍‌’ ୫୦ଟି ପବ୍ଲିକ ବାଇ‌କ୍‌ ସେୟାରିଙ୍ଗ୍‌ (ପିବିଏସ୍‌) ଷ୍ଟେସନ୍‌ରେ ଉପଲବ୍ଧ ହେବ। ଲୋକମାନେ ମୋ ସାଇକେଲ୍‌ ଆପ୍‌ରେ ଲକ୍‌ ଖୋଲି ସାଇକେଲ୍‌ ଚଲାଇ ପାରିବେ ବୋଲି କ୍ରୁଟ୍‌ ପକ୍ଷରୁ କୁହାଯାଇଛି। ପ୍ରାୟ ୫୦ ଦିନ ମୋ ସାଇକେଲ୍‌ ଗଡ଼ି ନଥିବାରୁ ଏହାକୁ ମରାମତି କରି ବିଶୋଧନ କରାଯାଉଛି। ଅଧିକରୁ ଅଧିକ ଲୋକ ଯେପରି ମୋ ସାଇକେଲ୍ ଚଲାଇ‌‌ବେ, ସେଥିପାଇଁ ଜୁନ୍ ୩୦ ପର୍ଯ୍ୟନ୍ତ ଚଲାଇବା ମାଗଣା କରାଯାଇଛି। ହେଲେ ଏଥିପାଇଁ ସର୍ତ୍ତ ରଖାଯାଇଛି ଯେ ଜଣେ ଲୋକ ଥରେ ରାଇଡ୍‌ ଆରମ୍ଭ କଲେ ୩୦ ମିନିଟ ପର୍ଯ୍ୟନ୍ତ ମାଗଣା ଚଲାଇ ପାରିବେ। ଏହାପରେ ଯଦି ସାଇକେଲ୍‌ ଚଲାଇ‌ବେ, ତେବେ ପ୍ରଚଳିତ ଭଡ଼ା ପଡ଼ିବ। ହେଲେ ୩୦ ମିନିଟ ପରେ ସାଇକେଲ୍‌ ଲକ୍‌ କରି ପୁଣି ଅନଲକ୍‌ କରି ଚଲାଇଲେ କୌଣସି ଭଡ଼ା ପଡ଼ିବନି। ଦିନକୁ ଏକାଧିକ ଥର ସାଇକେଲ୍‌ ଚଲାଇ ପାରିବେ। କିନ୍ତୁ ପ୍ରତି ଥରରେ ୩୦ ମିନିଟ୍‌ ପର୍ଯ୍ୟନ୍ତ ମାଗଣା ଚଳାଇବାକୁ ଅନୁମତି ମିଳିବ। ଏବେ ରାଜଧାନୀର ପ୍ରମୁଖ ସ୍ଥାନରେ ଥିବା ୫୦ଟି ପିବିଏସ୍‌ରେ ମୋ ସାଇକେଲ୍‌ ଉପଲବ୍ଧ ହେବ। ଏବେ ୟାନା ଓ ୟୁଲୁର ୩୦୦ଟି ସାଇକେଲ୍‌ ଉପଲବ୍ଧ ହେବ। ପ୍ରତ୍ୟେକ ସାଇକେଲ୍‌ ବ୍ୟବହାର ପରେ ତାହାକୁ ବିଶୋଧନ କରାଯିବ। ବିଶୋଧନ ହେବା ପରେ ହିଁ ଲୋକ ସାଇକେଲ୍‌ ଚଲାଇବେ। ସେହିପରି ମୋ ସାଇକେଲ୍‌ ବ୍ୟବହାର ସମୟରେ ମାସ୍କ ଓ ଗ୍ଲୋବ୍‌ସ ବ୍ୟବହାର କରିବାକୁ ଏବଂ ସାଇକେଲ୍‌ ଷ୍ଟେସନରେ ସାମାଜିକ ଦୂରତା ରଖିବାକୁ କ୍ରୁଟ୍‌ର ମହାପ୍ରବନ୍ଧକ ଦୀପ୍ତି ମହାପାତ୍ର କହିଛନ୍ତି।

Share Now:

Kalinga News Beuro

Leave a Reply

Next Post

ସୁପର ସାଇକ୍ଲୋନର ରୂପ ନେଉଛି ଅମ୍ଫାନ୍, ସୂଚନା ଦେଲା ଭାରତୀୟ ପାଣିପାଗ ବିଭାଗ

Mon May 18 , 2020
ନୂଆଦିଲ୍ଲୀ: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଅମ୍ଫାନ୍ ସୁପର ସାଇକ୍ଲୋନର ରୂପ ନେଉଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏହା ୧୨ ଘଣ୍ଟା ମଧ୍ୟରେ ସୁପର ସାଇକ୍ଲୋନ ହୋଇପାରେ ବୋଲି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହା ବଙ୍ଗୋପସାଗରରେ ଅତି ଭୀଷଣ ରୂପ ଧାରଣ କରିଛି। ଆଜି ସଂଧ୍ୟା ୫.୩୦ ସୁଦ୍ଧା ଏହି ପ୍ରକ୍ରିୟା ଆରମ୍ଭ ହୋଇଯିବ। ମହବାତ୍ୟା ରୂପ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial