ଆଜି ରାଜ୍ୟରେ ଚିହ୍ନଟ ହେଲେ ୮୦ ଜଣ ନୂଆ କରୋନା ପଜିଟିଭ: ଆକ୍ରାନ୍ତଙ୍କ ସଂଖ୍ୟା ୧୨୬୯

ଭୁବନେଶ୍ୱର: ଆଜି ରାଜ୍ୟରେ ୮୦ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ସଂଖ୍ୟାକୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୬୯ରେ ପହଂଚିଛି। ଏମାନଙ୍କ ମଧ୍ୟରୁ ୪୩୬ ଜଣ ସୁସ୍ଥ ହୋଇଥିବାବେଳେ ୭ ଜଣଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ରାଜ୍ୟରେ ୮୨୬ଟି ସକ୍ରିୟ ସଂକ୍ରମିତ ରହିଥିବାର ସ୍ୱାସ୍ଥ୍ୟ ବିଭାଗର ୱେବସାଇଟରୁ ସୂଚନା ମିଳିଛି। ନୂଆ କଥା ହେଲା, କରୋନା ସଂକ୍ରମଣ ଛୁଇଁ ନ ଥିବା ନବରଙ୍ଗପୁର ଓ ଗଜପତି ଜିଲ୍ଲାକୁ କରୋନା ବ୍ୟାପିଛି। ଗଜପତିରେ ୪ ଜଣ ଓ ନବରଙ୍ଗପୁରରେ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ଚିହ୍ନଟ ୮୦ ପଜିଟିଭଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାର ୧୯ ଜଣ ଚିହ୍ନଟ ହୋଇଥିବାବେଳେ ଯାଜପୁରରୁ ୧୪ ଜଣ, ବାଲେଶ୍ୱରରୁ ୩ ଜଣ, ପୁରୀରୁ ୧୭ ଜଣ ଓ କଟକରୁ ଜଣେ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷରେ ସୁନ୍ଦରଗଡ଼ରୁ ୫ ଜଣ, ନୟାଗଡ଼ରୁ ୫ ଜଣ, ବଲାଙ୍ଗୀରରୁ ୧ ଜଣ ଓ ମାଲକାନଗିରିରୁ ୫ ଜଣ ଚିହ୍ନଟ ହୋଇଛନ୍ତି। ଗତକାଲି ସଂଧ୍ୟାରେ ସୁନ୍ଦରଗଡ଼ ଜିଲ୍ଲାରେ ୫ ସଂକ୍ରମିତ ଚିହ୍ନଟ ହୋଇଥିବା କଥା ଜିଲ୍ଲାପାଳ ଗଣମାଧ୍ୟମକୁ ପ୍ରକାଶ କରିଥିଲେ। ସେହିପରି କନ୍ଧମାଳରୁ ୨ ଜଣ,ଝାରସୁଗୁଡାରୁ ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ନୂଆ ୮୦ ପଜିଟିଭଙ୍କ ମଧ୍ୟରୁ ୭୧ ଜଣ କ୍ଵାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୨ ଜଣ ହୋମ କ୍ଵାରେଣ୍ଟାଇନରେ ଥିଲେ। ନୂଆ ୮୦ଙ୍କ ମଧ୍ୟରୁ ମାତ୍ର ୭ ଜଣ ସ୍ଥାନୀୟ ଭାବେ ସଂକ୍ରମିତ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Share Now:

Kalinga News Beuro

Next Post

କରୋନା ପ୍ରଭାବ : ହଜାର ହଜାର କର୍ମଚାରୀଙ୍କୁ ଛଟେଇ କଲା ଆଇବିଏମ୍

Sat May 23 , 2020
ସାନଫ୍ରାନସିସକୋ : କରୋନା ମହାମାରୀ ପ୍ରଭାବରୁ ବିଶ୍ୱର ପ୍ରମୁଖ ଟେକ୍ନୋଲୋଜି କମ୍ପାନିମାନଙ୍କ ଅବସ୍ଥା ଖରାପ ହୋଇଯାଇଛି। ଏହା ଫଳରେ କମ୍ପାନିମାନେ ହଜାର ହଜାର କର୍ମଚାରୀଙ୍କୁ ଛଟେଇ କରିବା ଆରମ୍ଭ କଲେଣି। ଆମେରିକୀୟ ଟେକ୍ନୋଲୋଜି କମ୍ପାନି ଆଇବିଏମ ସାରାବିଶ୍ୱରେ ହଜାର ହଜାର କର୍ମଚାରୀଙ୍କୁ ଛଟେଇ କରିବା ବିଷୟରେ ଘୋଷଣା କରିଛି। ବର୍ତ୍ତମାନର ପରିସ୍ଥିତି ଓ କମ୍ପାନିର ଦୀର୍ଘ ମିଆଦୀ ସ୍ୱାର୍ଥକୁ ଦ୍‌ଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ବୋଲି କମ୍ପାନି ପକ୍ଷରୁ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial