ରାଜ୍ୟରେ ନୂଆ ୧୮୬ଜଣ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଜି ୧୮୬ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୯୦୯କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ୧୫ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୧୭୧ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି। ଆଜି ୨୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି। କନ୍ଧମାଳ ଜିଲ୍ଲାରେ ସର୍ବାଧିକ ୨୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାଛଡ଼ା ଖୋର୍ଦ୍ଧା ଜିଲ୍ଲାରେ ୨୧, ଝାରସୁଗୁଡ଼ାରେ୨, କେନ୍ଦୁଝରରେ ୧୧, ଯାଜପୁରରେ୧୨, ମାଲକାନଗିରିରେ ୧, କଟକରେ ୧୨, ଜଗତସିଂହପୁରରେ ୧୧, ଅନୁଗୁଳରେ ୧, ଢେଙ୍କାନାଳରେ୨, ଭଦ୍ରକରେ ୧, ଗଜପତିରେ ୧୫, ବରଗଡ଼ରେ ୧୬, କଳାହାଣ୍ଡିରେ ୧୬, ଗଞ୍ଜାମରେ ୪, ପୁରୀରେ ୭, ସୁନ୍ଦରଗଡ଼ରେ ୩, ବଲାଙ୍ଗୀରରେ ୨, ମୟୂରଭଞ୍ଜରେ ୧୩ ଓ କେନ୍ଦ୍ରପଡ଼ା ଜିଲ୍ଲାରେ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରେ ପଶ୍ଚିମବଙ୍ଗରୁ ଅମ୍ପାନ ମୁକାବିଲା ସାରି ଫେରିଥିବା ୧୩ଜଣ ଅଗ୍ନିଶମ ବାହିନୀ, ଏନଡିଆରଏଫ୍ ଓ ଓଡିଆରଏଫ୍ ସଂକ୍ରମିତ ଅଛନ୍ତି। ଏବେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୩୦୧ରେ ପହଞ୍ଚିଛି। ତେବେ ଏଯାବତ୍ ୨୫୯୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅପରପକ୍ଷରେ ୧୧ଜଣଙ୍କର ମୃତ୍ୟୁ ଘଟିଛି। କରୋନା ବ୍ୟତୀତ ଅନ୍ୟ ରୋଗରେ ତିନି ପୀଡ଼ିତଙ୍କର ବି ମୃତ୍ୟୁ ଘଟିଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Share Now:

Kalinga News Beuro

Next Post

ରାଜଧାନୀରେ ପୁଣି ୧୬ ଜଣ କରୋନା ପଜିଟିଭ୍ ଚିହ୍ନଟ:ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨୨ରେ ପହଞ୍ଚିଲା

Sun Jun 14 , 2020
ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରେ ପୁଣି ୧୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ବିଏମସି (ଭୁବନେଶ୍ୱର ମହାନଗର ନିଗମ) ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି। ଏହାଫଳରେ ଭୁବନେଶ୍ୱରରେ ମୋଟ୍ ପଜିଟିଭ୍ ଚିହ୍ନଟଙ୍କ ସଂଖ୍ୟା ୧୨୨ରେ ପହଞ୍ଚିଛି। ଏମାନଙ୍କ ଭିତରୁ ୨ ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୧୪ଜଣ ଗୃହ ସଙ୍ଗରୋଧରେ ଥିବା ସୂଚନା ଦିଆଯାଇଛି। ଦୁଇ ସ୍ଥାନୀୟ ସଂକ୍ରମିତ କପିଳେଶ୍ବର ଅଞ୍ଚଳର ଭଦ୍ରକ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial