ଚୀନ ବଳପୂର୍ବକ ପ୍ରକୃତ ନିୟନ୍ତ୍ରଣ ରେଖାକୁ ବଦଳାଇବାକୁ ଉଦ୍ୟମ କରିବାରୁ ସଂଘର୍ଷ ହେଲା : ଭାରତ

ନୂଆଦିଲ୍ଲୀ : ସୋମବାର ରାତିରେ ଲଦାଖର ଗଲଓ୍ଵାନ ଉପତ୍ୟାକାରେ ଭାରତ ଓ ଚୀନ ସେନା ମଧ୍ୟରେ ହୋଇଥିବା ସଂଘର୍ଷ ସଂପର୍କରେ ସରକାରୀଭାବେ ବୟାନ ଜାରି କରିଛି ଭାରତୀୟ ବୈଦେଶିକ ମନ୍ତ୍ରାଳୟ। ଏହି ବୟାନରେ କୁହାଯାଇଛି ଯେ ଜୁନ ୧୫ ରାତିରେ ଚୀନ ସେନା ପକ୍ଷରୁ ଏକପାଖିଆ ଭାବେ ପ୍ରକୃତ ନିୟନ୍ତ୍ରଣ ରେଖା(ଏଲଏସି)ର ସ୍ଥିତାବସ୍ଥା ପରିବର୍ତ୍ତନ ପାଇଁ ଉଦ୍ୟମ କରାଯାଇଥିଲା। ଏହାକୁ ନେଇ ଦୁଇ ପକ୍ଷ ମଧ୍ୟରେ ସଂଘର୍ଷ ହୋଇଥିଲା ଓ ଉଭୟ ପକ୍ଷର କ୍ଷତି ହୋଇଛି। ଯଦି ଚୀନ ପକ୍ଷ ପୂର୍ବ ବୁଝାମଣାକୁ ପାଳନ କରିଥାନ୍ତେ ତେବେ ଏହି ଘଟଣାକୁ ଏଡ଼ାଇ ଦିଆଯାଇପାରିଥାନ୍ତା। ଭାରତ ସବୁବେଳେ ଏଲଏସି ଏପଟେ ରହି କାର୍ଯ୍ୟକରିଆସିଛି। ଚୀନ ପକ୍ଷରୁ ମଧ୍ୟ ଏହାକୁ ସମ୍ମାନ ଦିଆଯିବା ଉଚିତ। ସୀମାରେ ଦେଖାଦେଇଥିବା ବିବାଦକୁ ଶାନ୍ତିପୂର୍ଣ୍ଣ ଉପାୟରେ ସମାଧାନ କରିବାକୁ ଭାରତ ଉଦ୍ୟମ କରିଆସିଛି। କିନ୍ତୁ ନିଜର ସାର୍ବଭୌମତ୍ୱ ଓ ଅଖଣ୍ଡତାକୁ ରକ୍ଷା କରିବାକୁ ଭାରତ ବଦ୍ଧପରିକର। ସୂଚନାଯୋଗ୍ୟ ଯେ, ସୋମବାର ରାତିରେ ଲଦାଖର ଗଲଓ୍ଵାନ ଉପତ୍ୟାକାରେ ଭାରତ ଓ ଚୀନ ସେନା ମଧ୍ୟରେ ହୋଇଥିବା ହିଂସାତ୍ମକ ସଂଘର୍ଷରେ ଭାରତୀୟ ସେନାର ୨ ସୈନିକ ହାବଲଦାର କେ. ପାଲାନି ଓ ସୁନୀଲ କୁମାରଙ୍କ ସମେତ ଜଣେ କର୍ଣ୍ଣେଲ ସନ୍ତୋଷ ବାବୁ ସହିଦ ହୋଇଥିଲେ। ସେହିପରି ଚୀନ ପକ୍ଷର କିଛି ସୈନିକ ମୃତ୍ୟୁବରଣ କରିଥିବା ଚୀନ ଗଣମାଧ୍ୟମ ସ୍ୱୀକାର କରିଛି। ଚୀନ ପକ୍ଷର କେତେକ ସୈନ୍ୟ ମୃତ୍ୟୁବରଣ କରିଥିବା ଭାରତୀୟ ସେନା ମଧ୍ୟ ନିଜ ବୟାନରେ ସ୍ପଷ୍ଟ କରିଛି।

Share Now:

Kalinga News Beuro

Next Post

ପୁଣି ୧୦୮ଜଣ କରୋନା ପଜିଟିଭ୍ ଚିହ୍ନଟ: ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୧୬୩କୁ ବୃଦ୍ଧି

Tue Jun 16 , 2020
ଭୁବନେଶ୍ୱର: ରାଜ୍ୟରେ ଆଜି ପୁଣି ୧୦୮ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୧୬୩କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ୧୩ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୯୫ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି। କୋଲକାତାରେ ଅମ୍ଫାନ କାମରୁ ଫେରିଥିବା ୧୬ ଅଗ୍ନିଶମ କର୍ମଚାରୀ ବି ଆଜି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial