ପାକିସ୍ତାନ ତାଲିବାନ ମୁଖ୍ୟ ନୂର୍ ମେହ୍‌ସୁଦ୍‌ଙ୍କୁ ବିଶ୍ୱ ଆତଙ୍କବାଦୀ ନାମିତ କଲା ଜାତିସଂଘ

ନୂର୍ ମେହ୍‌ସୁଦ୍‌ଙ୍କୁ ବିଶ୍ୱ ଆତଙ୍କବାଦୀ ନାମିତ କଲା ଜାତିସଂଘ

ୱାସିଂଟନ୍: ପାକିସ୍ତାନସ୍ଥିତ ଆତଙ୍କବାଦ ସଂଗଠନ ତେହରିକ୍-ଏ-ତାଲିବାନ୍‌ ପାକିସ୍ତାନର ମୁଖ୍ୟ ମୁଫ୍‌ତି ନୂର୍‌ ୱାଲି ମେହ୍‌ସୁଦ୍‌ଙ୍କୁ ଗୁରୁବାର ଦିନ ଜାତିସଂଘ ବୈଶ୍ବିକ ଆତଙ୍କବାଦୀ ନାମିତ କରିଛି। ଯୁକ୍ତରାଷ୍ଟ୍ର ଆମେରିକାର ନିରାପତ୍ତା ପରିଷଦ ୧୨୬୭ ଅଲ୍‌-କାଇଦା କଟକଣା କମିଟି ମେହ୍‌ସୁଦ୍‌ଙ୍କୁ ତା’ର ‘ଆଇଏସ୍ଆଇଏଲ୍‌’ (ଡାଏସ୍) ଏବଂ ‘ଅଲ୍-କାଇଦା ସାଙ୍କ୍‌ସନ୍‌ ଲିଷ୍ଟ୍‌ରେ ସାମିଲ କରିଛି। ଅଲ୍‌-କାଏଦା ସହ ସମ୍ପୃକ୍ତ ସଂଗଠନଗୁଡ଼ି ନାମରେ ହେଉ, କିଂବା ସେମାନଙ୍କ ପକ୍ଷରୁ ହେଉ କି, ସେମାନଙ୍କୁ ସମର୍ଥନ କରି ଅର୍ଥ ଯୋଗାଣ, ଯୋଜନା, କାର୍ଯ୍ୟକଳାପରେ ସୁବିଧା କରାଇବାରେ ଭୂମିକା ଗ୍ରହଣ କରୁଥିବା ମୁଫ୍‌ତି ନୂର୍‌ ୱାଲି ମେହ୍‌ସୁଦ୍‌ଙ୍କୁ ପ୍ରସ୍ତାବନା ୨୩୬୮ର (୨୦୧୭) ଦ୍ବିତୀୟ ଓ ଚତୁର୍ଥ ପାରାର ତାଲିକାଭୁକ୍ତ କରାଯାଇଛି। ଯୁକ୍ତରାଷ୍ଟ୍ର ଆମେରିକା ଏହି ଅଗ୍ରଗତିକୁ ସ୍ବାଗତ କରିଛି। ଆତଙ୍କବାଦୀ ସଂଗଠନ ‘ଟିଟିପି’ ବା ପାକିସ୍ତାନ ତାଲିବାନ ଏକାଧିକ ଆତ୍ମଘାତୀ ବିସ୍ଫୋରଣ ଏବଂ ଶହ ଶହ ବେସାମରିକ ନାଗରିକଙ୍କ ହତ୍ୟା ନିମନ୍ତେ ଦାୟୀ। ‘ଟିଟିପି’ ନେତା ମୁଲ୍ଳା ଫାଜୁଲ୍ଲାଙ୍କ ମୃତ୍ୟୁ ପରେ ୨୦୧୮ରେ ନୂର୍ ଏହି ସଂଗଠନର ନେତୃତ୍ବ ନେଇଥିଲେ।

Share Now:

Kalinga News Beuro

Next Post

ଚର୍ଚ୍ଚାରେ କଟକର ଗୋଲ୍ଡେନ୍‌ ମ୍ୟାନ୍‌ଙ୍କ ଗୋଲ୍ଡ ମାସ୍କ

Fri Jul 17 , 2020
କଟକ: କରୋନାବେଳେ ମାସ୍କ ଫେସନ। କଟକର ଗୋଲ୍ଡେନ ମ୍ୟାନ ଆଲୋକ ମହାନ୍ତି ନିଜ ପାଇଁ ପ୍ରସ୍ତୁତ କରିଛନ୍ତି ସୁନାର ମାସ୍କ। ଏହି ମାସ୍କର ଓଜନ ରହିଛି ଶହେ ଗ୍ରାମ। ଏହାର ଆନୁମାନିକ ମୂଲ୍ୟ ୩ ଲକ୍ଷ ୫୦ ହଜାର ଟଙ୍କା ହେବ। ମାସ୍କରେ ସୁନ୍ଦର କାରୁକାର୍ଯ୍ୟ ହୋଇଛି। ଏହି ମାସ୍କକୁ ନେଇ ଏବେ ଚର୍ଚ୍ଚାରେ କଟକର ଆଲୋକ ମହାନ୍ତି। ସୁନା ପ୍ରତି ଆଲୋକଙ୍କ ଅହେତୁକ ଦୁର୍ବଳତା ରହିଛି ବୋଲି ତାଙ୍କୁ […]
କଟକର ଗୋଲ୍ଡେନ୍‌ ମ୍ୟାନ୍‌ଙ୍କ ଗୋଲ୍ଡ ମାସ୍କ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial