ଚାଙ୍ଗୁଡିଦେଇ ପାହାଡ଼ରେ ପ୍ରଥମକରି ଉଡିଲା ତ୍ରିରଙ୍ଗା

ଚାଙ୍ଗୁଡିଦେଇ ପର୍ବତ (2)

ଦିଗପହଣ୍ଡି : ଦିଗପହଣ୍ଡି ସହର ଉପକଣ୍ଠସ୍ଥ ମା ଚାମୁଣ୍ଡେଶ୍ଵରୀ ମନ୍ଦିର ପାଦଦେଶରେ ଥିବା ଆଦର୍ଶ ଆଶ୍ରମ ପରିସରରେ ଆମ ଭାଷା ସାହିତ୍ୟ ସଂସଦ ତରଫରୁ ୭୪ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଦିଗପହଣ୍ଡି ଅବକାରୀ ଉପନିରୀକ୍ଷକ ଅଭିରାମ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଅଭିବାଦନ ଗ୍ରହଣ କରିଥିଲେ। ସମ୍ମାନିତ ଅତିଥିଭାବେ ଖେମୁଣ୍ଡି ଓକିଲ ସଂଘର ପୂର୍ବତନ ଉପସଭାପତି ନିଜକୁ ମହାତ୍ମା ଗାନ୍ଧୀଙ୍କ ଚରିତ୍ରରେ ସଜାଇ ଅସହିଷ୍ଣତା ସମ୍ପର୍କରେ ଉଦବୋଧନ ଦେଇଥିଲେ। ସାମବେଦ କର୍ମକାଣ୍ଡି ପଣ୍ଡିତ ସମ୍ଭବ ତ୍ରିପାଠୀ ବେଦ ଗାନ କରିଥିବାବେଳେ ସମାଜସେବୀ ଶଙ୍କର୍ଷଣ ରଥ ଅତିଥି ପରିଚୟ ପ୍ରଦାନ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମକୁ ସମାଜସେବୀ ତଥା ସାମ୍ବାଦିକ ସମୀରକାନ୍ତ ତ୍ରିପାଠୀ ସଂଯୋଜନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମା ଚାମୁଣ୍ଡେଶ୍ଵରୀ ମନ୍ଦିର ପୂଜକ ମିଲନ ପାଣିଗ୍ରାହୀ, ସମାଜସେବୀ କାଳୁଚରଣ ବେହେରା , ଲିଙ୍ଗରାଜ ଆଇନ ମହାବିଦ୍ୟାଳୟର ଆଇନ ଛାତ୍ର ତଥା ଛାତ୍ରନେତା ବଛା ମନୋଜ ଦୋରା ପ୍ରମୁଖ ଉପସ୍ଥିତ ରହି ସ୍ଵାଧୀନତା ଦିବସ ସମ୍ପର୍କରେ ନିଜନିଜର ମତବ୍ୟକ୍ତ କରିଥିଲେ।

ଏହି ଅବସରରେ ଚାଙ୍ଗୁଡିଦେଇ ପାହାଡର ପାଦଦେଶରେ ସମୂହ ବୃକ୍ଷରୋପଣ କରାଯାଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମକୁ ସାମାଜିକ ଦୂରତ୍ବର ସହ କୋଭିଡ-୧୯ ନିୟମ ଅନୁଯାୟୀ କରାଯାଇଥିଲା। ସନରାଇଡର କ୍ଲବ ସଦସ୍ୟ ସନ୍ତୋଷ ସାହୁ, ରିଙ୍କୁ ସାହୁ , ରବି ବେହେରା ପରିଚାଳନାରେ ସହଯୋଗ କରିଥିଲେ।

Share Now:

Kalinga News Beuro

Next Post

ଅନ୍‌ଲାଇନ୍‌ ପାଠପଢାର ବିକଳ ଚିତ୍ର : ମେଘପାଲ ପଞ୍ଚାୟତରେ ନାହିଁ ନେଟ୍‌ୱର୍କ, ସ୍ମାର୍ଟଫୋନ କିଣି ଅସୁବିଧାରେ ଅଭିଭାବକ

Sun Aug 16 , 2020
ସମ୍ବଲପୁର : କରୋନା ଲକଡାଉନରେ ସ୍କୁଲ ବନ୍ଦ ହୋଇଯିବା ପରେ ଫୋନରେ ପାଠ ପଢା ହେବ। ଏଥିପାଇଁ ଶିକ୍ଷକମାନେ ପ୍ରତି ଘର ବୁଲି ହ୍ବଟ୍‌ସଅପ୍‌ ନମ୍ବର ସଂଗ୍ରହ କଲେ। ଏଣେ ଝିଅର ମାଟ୍ରିକ ପରୀକ୍ଷା। ବିନା ଫୋନରେ କିପରି ପଢିବ ଭାବି ନରେଗାର ମାସକର ମଜୁରି ଟଙ୍କାରେ ସ୍ମାର୍ଟ ଫୋନ କିଣିଦେଲି। ମାତ୍ର ଠିକ ବେଳକୁ ନେଟୱର୍କ ନାହିଁ। ଅତି ଦରକାର ସମୟରେ ୧ରୁ୨ କିଲୋମିଟର ଯିବାକୁ ହୁଏ। କେବଳ […]
ନେଟ୍‌ୱର୍କ ନାହିଁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial