ରାଜ୍ୟରେ ଆଜି ୩୫୪୩ କରୋନା ପଜିଟିଭ୍ ଚିହ୍ନଟ

୩୫୪୩ ନୂଆ କରୋନା ପଜିଟିଭ୍ ଚିହ୍ନଟ

ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୨୦ ହଜାର ୨୨୧କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ୩୫୪୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୨୧୬୧ ଓ ସ୍ଥାନୀୟ ଅଞ୍ଚଳରୁ ୧୩୮୨ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ପଜିଟିଭ୍‌ ସଂଖ୍ୟା ୧ ଲକ୍ଷ ୨୦ ହଜାର ୨୨୧କୁ ବୃଦ୍ଧି ପାଇଛି। ୩୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ ଆଜି କେତେଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୭୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକ ଜିଲ୍ଲାରୁ ୨୯୫ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ଅପରପକ୍ଷରେ ନୟାଗଡ଼ ଜିଲ୍ଲାରୁ ୩୪, ଗଞ୍ଜାମ ଜିଲ୍ଲାରୁ ୧୦୨, ବଲାଙ୍ଗୀର ଜିଲ୍ଲାରୁ ୩୭, ବାଲେଶ୍ବର ଜିଲ୍ଲାରୁ ୧୪୩, କୋରାପୁଟ ଜିଲ୍ଲାରୁ ୯୦, ଭଦ୍ରକ ଜିଲ୍ଲାରୁ ୧୩୮, ରାୟଗଡ଼ା ଜିଲ୍ଲାରୁ ୬୭, ପୁରୀ ଜିଲ୍ଲାରୁ ୬୧, ସୁନ୍ଦରଗଡ଼ ଜିଲ୍ଲାରୁ ୫୬, ଜଗତସିଂହପୁର ଜିଲ୍ଲାରୁ ୮୫, ସମ୍ବଲପୁର ଜିଲ୍ଲାରୁ ୮୩, କଳାହାଣ୍ଡି ଜିଲ୍ଲାରୁ ୩୭, ଯାଜପୁର ଜିଲ୍ଲାରୁ ୨୦୬, କନ୍ଧମାଳ ଜିଲ୍ଲାରୁ ୩୮, କେନ୍ଦ୍ରାପଡ଼ା ଜିଲ୍ଲାରୁ ୪୮, ମାଲକାନଗିରି ଜିଲ୍ଲାରୁ ୨୫, ଗଜପତି ଜିଲ୍ଲାରୁ ୨୯, ମୟୂରଭଞ୍ଜ ଜିଲ୍ଲାରୁ ୩୨୬ , ଝାରସୁଗୁଡ଼ା ଜିଲ୍ଲାରୁ ୮୭, ଢେଙ୍କାନାଳ ଜିଲ୍ଲାରୁ ୬୯, ନବରଙ୍ଗପୁର ଜିଲ୍ଲାରୁ ୩୩, କେନ୍ଦୁଝର ଜିଲ୍ଲାରୁ ୪୪, ସୁବର୍ଣ୍ଣପୁର ଜିଲ୍ଲାରୁ ୯୯, ଅନୁଗୁଳ ଜିଲ୍ଲାରୁ ୬୮, ବରଗଡ଼ ଜିଲ୍ଲାରୁ ୨୭୪, ନୂଆପଡ଼ା ଜିଲ୍ଲାରୁ ୯୮, ଦେବଗଡ଼ରୁ ୪ ଓ ବୌଦ୍ଧ ଜିଲ୍ଲାରୁ ୬୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏବେ ରାଜ୍ୟରେ ମୋଟ୍ ୯୦୩୩୧ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୯୨୯୯ ରହିଛି।

Share Now:

Kalinga News Beuro

Next Post

ହୋମ ଆଇସୋଲେସନ (ପୃଥକବାସ) ପାଇଁ ଜାରି ହେଲା ଏସ୍‌ଓପି

Sat Sep 5 , 2020
ଭୁବ‌େନଶ୍ବର : ରାଜଧାନୀରେ ଏବେ ପ୍ରାୟ ୧୫୦୦ରୁ ଅଧିକ ଆକ୍ରାନ୍ତ ଘରେ ପୃଥକବାସ‌ରେ ରହି କିମ୍ବା ହୋଟେଲରେ ପୃଥକବାସରେ ରହି ଚିକିତ୍ସିତ ହେଉଛନ୍ତି। କିନ୍ତୁ ସେମାନଙ୍କ ସେମାନଙ୍କୁ ଗୁଣାତ୍ମକ ଚିକିତ୍ସା‌ ମିଳୁନି ବୋଲି ଅଭିଯୋଗ ହେଉଛି। ଏପରିକି ହଠାତ୍ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଲେ ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ ଆମ୍ବୁଲାନ୍ସ ଆସୁନି। ରାତିରେ ଫୋନ୍‌ କଲେ କେହି ସହଯୋଗ କରୁନାହାନ୍ତି। ଏହିଭଳି ବହୁ ଅଭିଯୋଗ ଆସିବା ପରେ ଏବଂ ବିଭିନ୍ନ ଗଣମାଧ୍ୟମରେ ରିପୋର୍ଟ […]
ପୃଥକବାସଙ୍କ ପାଇଁ ଜାରି ହେଲା ଏସ୍‌ଓପି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial