ଆଜି ରାଜ୍ୟରେ ୩୯୧୩ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ

କରୋନା ପ୍ରଭାବ

ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଦେଢ ଲକ୍ଷ ଟପିଲା

ଭୁବନେଶ୍ବର: ଆଜି ରାଜ୍ୟରେ ୩୯୧୩ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୩୦ ଜିଲ୍ଲାରୁ ଏହି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି । ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୨୩୪୮ ଓ ସ୍ଥାନୀୟ ଅଞ୍ଚଳରୁ ୧୫୬୫ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୫୦,୮୦୭କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୫୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳ କଟକ ଜିଲ୍ଲାରୁ ଦ୍ବିତୀୟ ସର୍ବାଧିକ ୩୮୨ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ନୟାଗଡ଼ ଜିଲ୍ଲାରୁ ୬୦, ଗଞ୍ଜାମ ଜିଲ୍ଲାରୁ ୮୬, ବଲାଙ୍ଗୀର ଜିଲ୍ଲାରୁ ୧୪୨, ବାଲେଶ୍ବର ଜିଲ୍ଲାରୁ ୧୩୪, କୋରାପୁଟ ଜିଲ୍ଲାରୁ ୧୦୦, ଭଦ୍ରକ ଜିଲ୍ଲାରୁ ୧୨୩, ରାୟଗଡ଼ା ଜିଲ୍ଲାରୁ ୯୮, ପୁରୀ ଜିଲ୍ଲାରୁ ୨୧୨, ସୁନ୍ଦରଗଡ଼ ଜିଲ୍ଲାରୁ ୩୫, ଜଗତସିଂହପୁର ଜିଲ୍ଲାରୁ ୧୦୮, ସମ୍ବଲପୁର ଜିଲ୍ଲାରୁ ୧୪୧, କଳାହାଣ୍ଡି ଜିଲ୍ଲାରୁ ୬୦, ଯାଜପୁର ଜିଲ୍ଲାରୁ ୧୨୮, କନ୍ଧମାଳ ଜିଲ୍ଲାରୁ ୮୬, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୫୬, ମାଲକାନଗିରି ଜିଲ୍ଲାରୁ ୬୮, ଗଜପତି ଜିଲ୍ଲାରୁ ୧୬, ମୟୂରଭଞ୍ଜ ଜିଲ୍ଲାରୁ ୧୪୭ ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୧୬୨, ଢେଙ୍କାନାଳ ଜିଲ୍ଲାରୁ ୭୪, ନବରଙ୍ଗପୁର ଜିଲ୍ଲାରୁ ୧୧୨, କେନ୍ଦୁଝର ଜିଲ୍ଲାରୁ ୭୬, ସୁବର୍ଣ୍ଣପୁର ଜିଲ୍ଲାରୁ ୯୧, ଅନୁଗୁଳ ଜିଲ୍ଲାରୁ ୧୦୩, ବରଗଡ଼ ଜିଲ୍ଲାରୁ ୧୪୬, ନୂଆପଡ଼ା ଜିଲ୍ଲାରୁ ୧୨୮, ଦେବଗଡ଼ ଜିଲ୍ଲାରୁ ୧୫ ଓ ବୌଦ୍ଧ ଜିଲ୍ଲାରୁ ୬୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏବେ ରାଜ୍ୟରେ ମୋଟ୍ ୧୧୫୨୭୯ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୪୮୪୯ ରହିଛି।

Share Now:

Kalinga News Beuro

Next Post

ଜାତିସଂଘରେ ମହାମାରୀ ମୁକାବିଲା ପାଇଁ ସଂକଳ୍ପ ପାରିତ: ସପକ୍ଷରେ ୧୬୯ଟି ଦେଶଙ୍କ ଭୋଟ

Sun Sep 13 , 2020
ଜେନେଭା: ଆମେରିକା ଓ ଇସ୍ରାଏଲର ବିରୋଧ ମଧ୍ୟରେ ଶୁକ୍ରବାର ଜାତିସଂଘରେ ମହାମାରୀ କୋଭିଡ୍‌-୧୯ର ମୁକାବିଲା ପାଇଁ ଏକ ସଂକଳ୍ପ ପାରିତ ହୋଇଯାଇଛି। ମୋଟ ୧୯୩ ସଦସ୍ୟ ରାଷ୍ଟ୍ରଙ୍କ ମଧ୍ୟରୁ ଉପସ୍ଥିତ ଥିବା ୟୁକ୍ରେନ୍‌ ଓ ହଙ୍ଗେରି ସଂକଳ୍ପ ସପକ୍ଷରେ ମତଦେବାରୁ ବିରତ ରହିଥିବା ବେଳେ ଏହା ୧୬୯-୨ ଭୋଟରେ ପାରିତ ହୋଇଯାଇଛି। ଜାତିସଂଘ ଇତିହାସରେ ସର୍ବାଧିକ ଆହ୍ବାନ ଆଣିଥିବା ଏହି ମହାମାରୀର ନିୟନ୍ତ୍ରଣ, ପ୍ରକୋପର ହ୍ରାସ ଏବଂ ଏହାର ପରିଣତି […]
ମହାମାରୀ ମୁକାବିଲା ପାଇଁ ଜାତିସଂଘ ସପକ୍ଷରେ ୧୬୯ଟି ଦେଶଙ୍କ ଭୋଟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial