ବନ୍ଦହେବ ଉତ୍ତର ଓଡ଼ିଶାର ହୋମିଓପ୍ୟାଥିକ ମେଡିକାଲ କଲେଜ ଓ ହସ୍ପିଟାଲ

ବନ୍ଦ ହେବାକୁ ଯାଉଛି ଏହି ମେଡିକାଲ କଲେଜ

ବାରିପଦା: ବନ୍ଦ ହେବାକୁ ଯାଉଛି ଉତ୍ତର ଓଡ଼ିଶାର ଏକମାତ୍ର ହୋମିଓପ୍ୟାଥିକ ମେଡିକାଲ କଲେଜ ଓ ହସ୍ପିଟାଲ। ଆୟୁଷ ମନ୍ତ୍ରାଳୟ ପକ୍ଷରୁ କଲେଜକୁ ଏନେଇ ସୂଚନା ଦିଆଯାଇଛି। କରୋନା ସମୟରେ ଆୟୁଷ ଡାକ୍ତର ପ୍ରମୁଖ ଭୂମିକା ଗ୍ରହଣ କରିଥିବାବେଳେ ଏବେ ଅବହେଳିତ ହୋଇପଡିଛି ଏହି ହସ୍ପିଟାଲ। ଶହ ଶହ ଆୟୁଷ ଡାକ୍ତରଙ୍କୁ ଜନ୍ମ ଦେଇଥିବା ଏହି ବାରିପଦାର ଏହି ମେଡିକାଲ କଲେଜକୁ ସଞ୍ଜିବନୀ ଯୋଗାଇବାକୁ ଦାବି ହୋଇଛି। ୨୦୧୬-୧୭ ବ୍ୟାଚ୍‌ରୁ ଏହି କଲେଜରେ ନାମଲେଖା ବନ୍ଦ ହୋଇଯାଇଛି। ୩୦ ସିଟ୍‌ ବିଶିଷ୍ଟ ୧୯୮୦ ମସିହାରୁ ଆରମ୍ଭ ହୋଇଥିବା ଏହି କଲେଜରୁ ପାଖାପାଖି ୫୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ପାସ ହୋଇ ଆୟୁଷ ଡାକ୍ତର ଭାବେ ବିଭିନ୍ନ ଡାକ୍ତରଖାନାରେ ସେବା ଯୋଗାଇ ଆସୁଛନ୍ତି। ବାରିପଦା ହୋମିଓପ୍ୟାଥିକ ମେଡିକାଲ କଲେଜରେ ଏକ ଡିସ୍ପେନସାରୀ ମଧ୍ୟ ରହିଛି। ଯେଉଁଠି ପ୍ରତିଦିନ ୫୦ରୁ ଅଧିକ ରୋଗୀଙ୍କ ଚିକିତ୍ସା କରାଯାଉଛି। ହେଲେ ଗତ ୨୦୧୬-୧୭ରେ ଆୟୁଷ ମନ୍ତ୍ରାଳୟ କଲେଜର ଭିତ୍ତିଭୂମି ଅଭାବ ଦେଖାଇ ବାରିପଦା ହୋମିଓପ୍ୟାଥିକ କଲେଜର ନାମଲେଖା ଉପରେ କଟକଣା ଜାରି କରିଛି। ସେହି ବର୍ଷଠାରୁ ଏହି କଲେଜରେ ଆଉ ନାମ ଲେଖା ହୋଇନାହିଁ। ଆୟୁଷ ମନ୍ତ୍ରାଳୟର ନିର୍ଦ୍ଦେଶକଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ମଧ୍ୟ ଚିଠି ଲେଖି ଜଣାଇ ଦିଆଯାଇଛି। କେନ୍ଦ୍ର ସରକାର ମାଗିଥିବା ରିପୋର୍ଟରେ ସିଧାସଳଖ ରାଜ୍ୟ ସରକାର ‘କ୍ୟାନ୍ ନଟ୍ କନସିଡର୍’ ବୋଲି ଉଲ୍ଲେଖ କରିଛନ୍ତି। ଯାହା ହୋମିଓପ୍ୟାଥିକ ମେଡିକାଲ କଲେଜ ପାଇଁ ସରକାରଙ୍କ ଆନ୍ତରିକତା ନଥିବା ଦର୍ଶାଉଛି। ତେବେ ରାଜ୍ୟ ସରକାର ଏହି କଲେଜ ପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦେଇ ଆନ୍ତରିକତା ଦେଖାଇଲେ ଏହି କଲେଜ ପୁଣି ଥରେ ନିଜର ପରିଚୟ ପାରିପାରନ୍ତା ବୋଲି ଲେକେ କହିଛନ୍ତି।

Share Now:

Kalinga News Beuro

Next Post

ଦୁଇ ବ୍ୟାଙ୍କ୍‌ ଲୁଟ୍‌ ମାମଲା : ଧାରା ପଡିଲା ଲୁଟିଆ, ଋଣ ଶୁଝିବାକୁ ଲୁଟେରା ସାଜିଲା

Tue Oct 6 , 2020
ଭୁବନେଶ୍ୱର : ରାଜଧାନୀରେ ଦୁଇ ଦୁଇଟି ବ୍ୟାଙ୍କରୁ ଏକୁଟିଆ ଲୁଟ୍‌ କରି ଚାଞ୍ଚଲ୍ୟ ଖେଳାଇ ଦେଇଥିବା ଅଭିଯୁକ୍ତକୁ ଶେଷରେ କମିସନରେଟ୍‌ ପୁଲିସ ଗିରଫ କରିବାରେ ସଫଳ ହୋଇଛି। ଅଭିଯୁକ୍ତ ହେଲା ମଞ୍ଚେଶ୍ବର ଥାନା ଟାଙ୍ଗିବନ୍ତର ସୌମ୍ୟରଞ୍ଜନ ଜେନା ଓରଫ ଟୁଲୁ (୨୫)। ଗତକାଲି ରାତିରେ ସ୍ପେସାଲ୍‌ ସ୍କ୍ବାଡ୍‌ ତାକୁ ଖୋର୍ଦ୍ଧାରୁ ଉଠାଇଛି। ତା’ ନିକଟରୁ ଗୋଟିଏ ଖେଳଣା ଏୟାର୍‌ଗନ୍‌ ବନ୍ଧୁକ ସମେତ ଗୋଟିଏ ଅସଲି ବନ୍ଧୁକ, ୯ ରାଉଣ୍ଡ ଗୁଳି, […]
ଋଣ ଶୁଝିବାକୁ ଲୁଟେରା ସାଜିଲା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial