ଚାନ୍ଦବାଲିରେ ବିରଳ ପ୍ରଜାତିର ବିଷାକ୍ତ ମାଛ “କ୍ୟାଟ ଫିସ୍ “

ଚାନ୍ଦବାଲିରେ ବିରଳ ପ୍ରଜାତିର ବିଷାକ୍ତ ମାଛ ‘କ୍ୟାଟ ଫିସ୍ ‘

ଚାନ୍ଦବାଲି : ପୂର୍ବରୁ ଦକ୍ଷିଣ ଆମେରିକାରେ ଦେଖାଯାଉଥିବା ବିରଳ ମାଛ କ୍ୟାଟ୍ ଫିସ ଓଡ଼ିଶାର ଚାନ୍ଦବାଲିରେ ଦେଖିବାକୁ ମିଳିଛି। ଏହି ଅଦ୍ଭୁତ ବିଷାକ୍ତ ମାଛକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜାରି ରହିଛି। ଭାରତଠାରୁ ହଜାର ହଜାର କିମି ଦୂର ଦକ୍ଷିଣ ଆମେରିକାର ଆମାଜନ ନଦୀର ଏହ ବିରଳ ମାଛ ପୂର୍ବରୁ ବାରଣାସୀଠାରେ ଗଙ୍ଗା ନଦୀରେ ଦେଖିବାକୁ ମିଳିଥିଲା। ହେଲେ ଏହି ମାଛ ମାଛକୁ ଏବେ ଓଡ଼ିଶାର ଚାନ୍ଦବାଲିରେ ଦେଖିବାକୁ ମିଳିଛି। ଦକ୍ଷିଣ ଆମେରିକାରେ ଦେଖାଯାଉଥିବା ଏହି ବିରଳ ପ୍ରଜାତିର ମାଛ ଚାନ୍ଦବାଲିରେ ମିଳିବା ଆଶ୍ଚର୍ଯ୍ୟ ସୃଷ୍ଟି କରିଛି। ଏହା ସ୍ଥାନୀୟ ଚର୍ଚ୍ଚାର ବିଷୟ ପାଲଟିଛି। ବାରରାଣୀ ରାମନଗର ଠାରେ ଏହି ବିରଳ ମାଛ ମିଳିବା ପରେ ବୈଜ୍ଞାନିକ ମାନେ ଏହି ମାଛ ଏକ ମାଂସାହାରୀ ଏବଂ ବିଷଯୁକ୍ତ , ଏହା ଆମ ଅଞ୍ଚଳର ସାମୁଦ୍ରିକ ବାତାବରଣ ପାଇଁ ବେଶ କ୍ଷତି କାରକ ବୋଲି ଚେତାଇ ଦେଇଥିଲେ। ତେବେ କେବଳ ଭାରତ ନୁହେଁ ଦକ୍ଷିଣ ଏସିଅରେ ମଧ୍ୟ ଏହି ଭଳି ମାଛ ଦେଖିବାକୁ ମିଳେ ନାହିଁ। କିନ୍ତୁ ବାରରାଣୀ ରାମନଗର ଡ଼ଲଫିନ ସଂଗ୍ରକ୍ଷଣ ଅଂଚଳରେ ଏହି ମାଛ ବାରମ୍ବାର ଦେଖାଯିବା ଅନ୍ୟ ଜୀବଜନ୍ତୁଙ୍କ ପାଇଁ ଭୟ ସୃଷ୍ଟି କରିଥିଲା। ତେବେ ଏହି ମାଛକୁ ଧରିବା ପରେ ପୁନର୍ବାର ଏହାକୁ ନଦୀରେ ନ ଛାଡ଼ିବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଥିଲେ। ତେବେ ପ୍ରଶ୍ନ ଉଠୁଛି ଭାରତ ଠାରୁ ହଜାର ହଜାର କିଲୋମିଟର ଦୂର ଦକ୍ଷିଣ ଆମେରିକାରେ ଦେଖାଯାଉଥିବା ଏହି ମାଛ ଚାନ୍ଦବାଲିକୁ ଆସିଲା କେମିତି।

ଆଖିକୁ ସୂନ୍ଦର ଦେଖାଯାଉଥିବା ଏହି ମାଛ ସମ୍ପର୍କରେ ଆମ ଚାନ୍ଦବାଲି ପ୍ରତିନିଧି ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ ଏହି ବିରଳ ପ୍ରଜାତିର ମାଛକୁ କ୍ରିଷ୍ଠା ମଣ୍ଡଳ ନାମକ ଜଣେ ମତ୍ସଜୀବୀ ଧରିଥିଲେ ବୋଲି ଜାଣିବାକୁ ପାଇଥିଲେ। ତାହା ପୁଣି ନଦୀରେ ବନ୍ୟା ସମୟରେ ଭାସିଆସିଥିବା ରାସ୍ତା ଉପରୁ ପାଇଥିବା କହିଛନ୍ତି। ଦୀର୍ଘ ୧ମାସ ହେବ ଏହି ମାଛକୁ ନିଜ ଘରେଥିବା ଏକ କୁଣ୍ଡରେ ସଂରକ୍ଷିତ କରି ରଖିଛନ୍ତି। ସାଧାରଣତଃ ଏହି ମାଛକୁ ଖାଦ୍ୟ ରୁପରେ ଗ୍ରହଣ କରାଯାଉନଥିବା ବେଳେ ଆଖିକୁ ଭଲ ଦେଖାଯାଉଥିବାରୁ ମାଛଟିକୁ ସଂରକ୍ଷଣ କରି ରଖିଛନ୍ତି। ମାଛର ଦେହସାରା କଣ୍ଟାକଣ୍ଟା ରହିଥିବା ବେଳେ ତଳ ପଟେ ରହିଛି ଏହାର ପାଟି। ବିଲେଇ ପରି ମୁହଁ ହୋଇଥିବାରୁ ଏହାକୁ କ୍ୟାଟ୍ ଫିସ ବୋଲି କୁହାଯାଏ।

Share Now:

Kalinga News Beuro

Next Post

କାଢ଼ା ଯକୃତକୁ କ୍ଷତି ପହଞ୍ଚାଉଥିବା ଯୁକ୍ତିକୁ ଖଣ୍ଡନ କଲା ଆୟୁଷ ମନ୍ତ୍ରାଳୟ

Thu Oct 8 , 2020
ନୂଆଦିଲ୍ଲୀ: କରୋନା ମହାମାରୀ ବିରୋଧରେ ଲଢ଼ିବା ଏବଂ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାପାଇଁ କାଢ଼ା ପିଇବାକୁ ଆୟୁଷ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା। କିନ୍ତୁ ଅନେକ ଦିନ ଧରି କାଢ଼ା ପିଇଲେ ଏହା ଯକୃତରେ କ୍ଷତି ପହଞ୍ଚାଉଛି ବୋଲି ଦାବି ହୋଇଛି। ତେବେ ଏଭଳି ଏକ ଦାବିକୁ ଆୟୁଷ ମନ୍ତ୍ରାଳୟ ପ୍ରତ୍ୟାଖ୍ୟାନ କରିଛି। ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, କାଢ଼ାରେ ବ୍ୟବହୃତ ଉପକରଣଗୁଡ଼ିକ ରୋଷେଇରେ ବି ବ୍ୟବହାର ହେଉଛି। ତେଣୁ […]
କାଢ଼ା ଯକୃତ ଆୟୁଷ ମନ୍ତ୍ରାଳୟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial