ରେଳବାଇର ନୂତନ ଯୋଜନା: ମେଲ ଓ ଏକ୍ସପ୍ରେସ ଟ୍ରେନରୁ ବାଦ ପଡ଼ିବ ସ୍ଲିପର କୋଚ, କେବଳ ରହିବ ଏସି କୋଚ

ରେଳବାଇର ନୂତନ ଯୋଜନା

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ରେଳ ନେଟୱାର୍କର ନବୀକରଣ ପାଇଁ ଚିନ୍ତା କରୁଛି। ସ୍ୱର୍ଣ୍ଣ ଚତୁର୍ଭୁଜ ଯୋଜନା ଅନୁଯାୟୀ ଦୂର ସ୍ଥାନକୁ ଯାତ୍ରା କରୁଥିବା ମେଲ୍ ଓ ଏକ୍ସପ୍ରେସ ଟ୍ରେନରୁ ସ୍ଲିପର କୋଚକୁ ସଂପୂର୍ଣ୍ଣଭାବେ ହଟାଇ ଦିଆଯିବ। ଅର୍ଥାତ୍ ଏହି ‌ଟ୍ରେନଗୁଡ଼ିକରେ କେବଳ ଏସି କୋଚ୍ ହିଁ ରହିବ। ଏହି ଟ୍ରେନର ବେଗ ଘଣ୍ଟା ପ୍ରତି ୧୩୦/୧୬୦ କିମି ରହିବ। କାରଣ ମେଲ ଓ ଏକ୍ସପ୍ରେସ ଟ୍ରେନରେ ୧୩୦ କିମି ପ୍ରତି ଘଣ୍ଟା କିମ୍ବା ତା’ଠାରୁ ଅଧିକ ‌ବେଗରେ ଚାଲୁଥିବା ନନ-ଏସି କୋଚରେ ଯାନ୍ତ୍ରିକ ସମସ୍ୟା ଦେଖା‌ ଦେଇଥାଏ। ସେଥିପାଇଁ ଏଭଳି ‌ଟ୍ରେନଗୁଡ଼ିକରେ ସ୍ଲିପର କୋଚକୁ ବାଦ କରି ଦିଆଯିବ ବୋଲି ରେଳମନ୍ତ୍ରାଳୟ ରବିବାର ଘୋଷଣା କରିଛନ୍ତି। ଦୀର୍ଘସ୍ଥାନକୁ ଯାଉଥିବା ମେଲ ଏବଂ ଏକ୍ସପ୍ରେସ ଟ୍ରେନରେ ୮୩ଟି ଏସି କୋଚ ଲଗାଇବାକୁ ପ୍ରସ୍ତାବ ଦିଆଯାଇଛି। ତେବେ ଚଳିତ ବର୍ଷ ଶେଷ ସୁଦ୍ଧା କୋଚ୍ ସଂଖ୍ୟା ୧୦୦ କୁ ବୃଦ୍ଧି କରାଯିବାର ଲକ୍ଷ୍ୟ ରଖା ଯାଇଛି। ସେହିପରି ଆସନ୍ତା ବର୍ଷ କୋଚ୍ ସଂଖ୍ୟା ୨୦୦ କୁ ବୃଦ୍ଧି କରିବାକୁ ଯୋଜନା ରହିଛି। ଅର୍ଥାତ ଆଗାମୀ ସମୟରେ ଏପରି ଟ୍ରେନଗୁଡିକରେ ଯାତ୍ରା ଅବଧି କମ ହେବା ସହ ଯାତ୍ରୀଙ୍କୁ ଆରାମ ଓ ସୁବିଧା ଅଧିକ ମିଳିବ। ଏଥିସହିତ ଏହା ବଦଳରେ ସାଧାରଣ ଏସି କୋଚ ତୁଳନାରେ ଭଡା କମ୍ ରଖିବା ପାଇଁ ବି ଯୋଜନା କରାଯାଉଛି। ଏହାପୂର୍ବରୁ ଭାରତୀୟ ରେଳ ବୁଧବାର ୩୯ ଟି ନୂତନ ଯାତ୍ରୀବାହୀ ଟ୍ରେନ୍ ଚଳାଇବାକୁ ମଞ୍ଜୁରୀ ଦେଇଛନ୍ତି। ଏହି ସମସ୍ତ ଟ୍ରେନ୍ ସ୍ୱତନ୍ତ୍ର ଟ୍ରେନ୍ ଭାବରେ ଚାଲିବ। ରେଳବାଇ ପକ୍ଷରୁ ୩୯ଟି ଟ୍ରେନର ତାଲିକା ପ୍ରକାଶ ପାଇଛି। କିନ୍ତୁ ଏହା କେବେ ଠାରୁ ଚାଲିବ ସେ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ। ଏହି ୩୯ ଟି ନୂତନ ଟ୍ରେନ୍ ଖୁବ୍ ଶୀଘ୍ର ଟ୍ରାକରେ ଦୌଡ଼ିବାକୁ ଯାଉଛି ବୋଲି ରେଳବାଇ ପକ୍ଷରୁ ପ୍ରକାଶ ପାଇଛି।

Share Now:

Kalinga News Beuro

Next Post

ସୁନ୍ଦରଗଡ଼ରେ ପୁଣି ମାଓବାଦୀ ସକ୍ରିୟ: ବିପୁଳ ପରିମାଣରେ ଲ୍ୟାଣ୍ଡମାଇନ୍‌ ଉଦ୍ଧାର

Sun Oct 11 , 2020
ଟାର୍ଗେଟ୍‌ରେ ଥିଲେ ସିଆରପିଏଫ୍‌ ଯବାନ ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ ପୁଣି ଥରେ ମାଓବାଦୀମାନେ ସକ୍ରିୟ ହୋଇଛନ୍ତି। ମାଓ ଗତିବିଧି ନଜରକୁ ଆସିଛି। ରାଉରକେଲା ପୁଲିସ ଜିଲ୍ଲା ଅନ୍ତର୍ଗତ କେ.ବଲାଙ୍ଗ ଥାନା ଅଞ୍ଚଳରୁ ଆଜି ପ୍ରାୟ ୧୫ କେଜିର ଲ୍ୟାଣ୍ଡମାଇନ୍‌ ଉଦ୍ଧାର ହୋଇଛି। ଏହି ଅଞ୍ଚଳରେ ଚାଲିଥିବା ସିଆରପିଏଫ୍‌ ଓ ପୁଲିସର ମିଳିତ କମ୍ବିଂ ଅପରେସନକୁ ଟାର୍ଗେଟ କରି ମାଓ ସଂଗଠନ ଲ୍ୟାଣ୍ଡମାଇନ୍‌ ଖଞ୍ଜିଥିଲେ। କିନ୍ତୁ ମାଓବାଦୀଙ୍କ ଯୋଜନା ବିଫଳ ହୋଇଛି। […]
ସୁନ୍ଦରଗଡ଼ରେ ପୁଣି ମାଓବାଦୀ ସକ୍ରିୟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial