ନଭେମ୍ବର ୨ରୁ ଖୋଲିବ ଏମ୍‌ସ ବହିର୍ବିଭାଗ

ନଭେମ୍ବର ୨ରୁ ଖୋଲିବ ଏମ୍‌ସ ଓପିଡି

ଭୁବନେଶ୍ୱର : କରୋନା ସଂକ୍ରମଣ ପାଇଁ ଗତ ଜୁଲାଇ ୧୦ତାରିଖ‌ରୁ ବନ୍ଦ ରହିଥିବା ଏମ୍‌ସର ଓପିଡି ବା ବହିର୍ବିଭାଗ ଖୋଲିବାକୁ ଯାଉଛି। ଆସନ୍ତା ନଭେମ୍ବର ୨ତାରିଖରୁ ସପ୍ତାହ ପର୍ଯ୍ୟନ୍ତ ସବୁ ବିଭାଗରେ ସର୍ବାଧିକ ୩୦ଜଣ ରୋଗୀଙ୍କୁ ଚିକିତ୍ସା ସୁବିଧା ମିଳିବ। ତେବେ ୯ତାରିଖଠାରୁ ଏହା ବୃଦ୍ଧି ପାଇବ। ସବୁ ବିଭାଗରେ ଦୈନିକ ୫୦ଜଣ ରୋଗୀଙ୍କୁ ଓପିଡି ସୁବିଧା ଦିଆଯିବ ବୋଲି ଏମ୍‌ସ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ କରୋନାର ଦ୍ରୁତ ସଂକ୍ରମଣ ଦେଖାଦେବା ପରେ ଜୁଲାଇ ମାସରେ ଏହାର ଓପିଡିକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଥିଲେ ଏମ୍‌ସ କର୍ତ୍ତୃପକ୍ଷ। ତେବେ ଡେ-କେୟାର ସେବା ସହିତ ରେଡିଓଥେରାପି, ଡାଏଲିସିସ୍, ଟ୍ରମା, ଜରୁରୀକାଳୀନ ସେବା ସହିତ ଆଇପିଡି ସେବା ଜାରି ରହିଥିଲା। ଏହାସହ ଏମ୍‌ସର ସ୍ବାସ୍ଥ୍ୟ ଆପ୍‌ ଓ ଟେଲି‌ ମେଡିସିନ୍ ଜରିଆରେ ରୋଗୀମା‌ନଙ୍କୁ ସେବା ଯୋଗାଇଦିଆଯାଉଥିଲା। ତେବେ ଗତ କିଛିଦିନ ହେବ ରାଜ୍ୟରେ ସଂକ୍ରମଣ ହ୍ରାସ ପାଇଛି। ତେଣୁ ଓପିଡି ସେବାକୁ ପୁନର୍ବାର ଖୋଲିବା ଲାଗି କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ଯେଉଁ ରୋଗୀମାନେ ପୂର୍ବରୁ ଟେଲି ମେଡିସିନ୍ ଓ ସ୍ବାସ୍ଥ୍ୟ ଆପ୍ ଜରିଆରେ ସେବା ପାଉଥିଲେ ତାହା ଜାରି ରହିବ ବୋଲି କୁହାଯାଇଛି।

Share Now:

Kalinga News Beuro

Next Post

ଦେଶବ୍ୟାପୀ ଗୋଟିଏ ନମ୍ବରରେ ବୁକିଂ ହେବ ଇଣ୍ଡେନ ଗ୍ୟାସ

Fri Oct 30 , 2020
ଭୁବନେଶ୍ବର: ସାରା ଭାରତରେ ଇଣ୍ଡିଆନ ଅଏଲର ଇଣ୍ଡେନ ଗ୍ୟାସ ବୁକିଂ ଗୋଟିଏ ମୋବାଇଲ ନମ୍ବରରେ ହେବ। ସେହି ନମ୍ବରଟି ହେଉଛି ୭୭୧୮୯୫୫୫୫୫। ଆସନ୍ତା ୩୧ ତାରିଖ ଅର୍ଦ୍ଧରାତ୍ରିରୁ ଉପଭୋକ୍ତାଙ୍କ ପାଇଁ ଏହି ନମ୍ବର ଦିନରାତି ୨୪ ଘଣ୍ଟା ଉପଲବ୍ଧ ହେବ। ଯଦି ଜଣେ ଉପଭୋକ୍ତା ଗୋଟିଏ ଟେଲିକମ ସର୍କଲରୁ ଅନ୍ୟ ଏକ ଟେଲିକମ ସର୍କଲକୁ ସ୍ଥାନାନ୍ତର ହୁଅନ୍ତି ତାଙ୍କୁ ଆଉ ଭିନ୍ନ ଭିନ୍ନ ନମ୍ବରରେ ଗ୍ୟାସ ବୁକିଂ ଜନିତ ଅସୁବିଧାର […]
ଇଣ୍ଡେନ ଗ୍ୟାସ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial