ଡିସେମ୍ବର ୨ରେ ପୁଣି ଏକ ଲଘୁଚାପ

୨ରେ ପୁଣି ଏକ ଲଘୁଚାପ

ଭୁବନେଶ୍ୱର : ବାତ୍ୟା ‘ନିଭାର୍’ର ପ୍ରଭାବ ନ ସରୁଣୁ ଆଉ ଏକ ବଡ଼ ଲଘୁଚାପ ତାମିଲନାଡ଼ୁ ପ୍ରତି ବିପଦ ସୃଷ୍ଟି କଲାଣି। ଆସନ୍ତା ୨୯ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବାକୁ ଯାଉଛି। ଏହା ଡିସେମ୍ବର ୨ ତାରିଖ ଦିନ ତାମିଲନାଡୁ ଓ ପୁଡ଼ୁଚେରି ଉପକୂଳ ଦେଇ ଅବପାତ ରୂପରେ ଅତିକ୍ରମ କରିବ। ପ୍ରଭାବରେ ତାମିଲନାଡୁ ଓ ପୁଡ଼ୁଚେରିରେ ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ଏହି ଲଘୁଚାପର ପ୍ରଭାବ ଓଡ଼ିଶା ଉପରେ କ’ଣ ରହିବ, ତାହା ସ୍ପଷ୍ଟ ହୋଇପାରିନାହିଁ। ଅପରପକ୍ଷେ ଗତକାଲି ବର୍ଷା ଯୋଗୁଁ ଓଡ଼ିଶାରେ ଶୀତ କମିଥିଲା। କିନ୍ତୁ ଆସନ୍ତାକାଲିଠାରୁ ପାରଦ ପୁଣି ଖସିବ। ଆସନ୍ତା ୩ ଦିନ ଭିତରେ ତାପମାତ୍ରା ହାରାହାରି ୪ଡିଗ୍ରି ପର୍ଯ୍ୟନ୍ତ ଖସିଯିବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଗତ ୨୪ ଘଣ୍ଟା‌ରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲା ସମେତ ଉତ୍ତର ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହୋଇଛି। ପାରଳାଖେମୁଣ୍ଡିରେ ସର୍ବାଧିକ ୧୭.୪ ମିମି ବର୍ଷା ହୋଇଥିବା ବେଳେ କଟକ ଜିଲ୍ଲା ବାଙ୍କିରେ ୧୧.୦ ମିମି, ମାଲକାନଗିରିରେ ୫.୨ ମିମି ଓ ବ୍ରହ୍ମପୁରରେ ୫ ମିମି ବର୍ଷା ରେକର୍ଡ ହୋଇଛି। ଗତକାଲି ରାଜ୍ୟର ୯ଟି ସହରର ତାପମାତ୍ରା‌ ୧୫ ଡିଗ୍ରି ତଳକୁ ରହିଥିବା ବେଳେ ଆଜି ମାତ୍ର ୨ଟି ସ୍ଥାନର ତାପମାତ୍ରା ୧୫ଡିଗ୍ରି ତଳକୁ ରହିଛି। ଦାରିଙ୍ଗବାଡ଼ି‌ରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ରେକର୍ଡ ହୋଇଛି। ସେହିପରି ସୋନପୁରରେ ସର୍ବନିମ୍ନ ତାପମାତ୍ରା ୧୩.୮ ଡିଗ୍ରି ରହିଥିବା ବେଳେ ବାକି ସମସ୍ତ ସ୍ଥାନରେ ୧୫ଡିଗ୍ରି ଉପରକୁ ସର୍ବନିମ୍ନ ତାପମାତ୍ରା ରହିଥିଲା।

Share Now:

Kalinga News Beuro

Next Post

ସାରା ରାଜ୍ୟରେ ପିଏମ୍‌ଜିଏସ୍‌ୱାଇ ଦିଗହରା

Sat Nov 28 , 2020
ଅସନ୍ତୋଷ ଝାଡ଼ିଲେ ମୁଖ୍ୟଯନ୍ତ୍ରୀ, ମାର୍ଗଦର୍ଶିକା କାର୍ଯ୍ୟକାରୀ ପାଇଁ ନିର୍ଦ୍ଦେଶ ଭୁବନେଶ୍ୱର : ସାରା ରାଜ୍ୟରେ ପ୍ରଧାନମନ୍ତ୍ରୀ ସଡକ ଯୋଜନା(ପିଏମଜିଏସୱାଇ)ରେ ନିର୍ମାଣ ହେଉଥିବା ରାସ୍ତା ଅତି ନିମ୍ନମାନର ହେଉଛି। କନିଷ୍ଠ ଯନ୍ତ୍ରୀ ଏବଂ ଏସ୍‌ଡିଓମାନେ ନୀତି ନିୟମକୁ ବେଖାତିର କରୁଥିବା ବେଳେ ନିର୍ବାହୀ ଯନ୍ତ୍ରୀ ନିରବଦ୍ରଷ୍ଟା ସାଜୁଛନ୍ତି। ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାର କାର୍ଯ୍ୟକାରିତାକୁ ନେଇ ମୁଖ୍ୟଯନ୍ତ୍ରୀ ଅକ୍ଷୟ କୁମ‌ାର ପ୍ରଧାନ ଅସନ୍ତୋଷ ଝାଡ଼ିବା ସହ ମାର୍ଗଦର୍ଶିକା ପ୍ରକାରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ […]
ରାଜ୍ୟରେ ଦିଗହରା ପିଏମ୍‌ଜିଏସ୍‌ୱାଇ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial