ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୭୬୧ ନୂଆ କୋଭିଡ୍‌ ମାମଲା ରିପୋର୍ଟ କରାଯାଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ୱେବ୍‌ସାଇଟ୍‌ରେ ରିଲିଜ୍‌ ହୋଇଥିବା ତଥ୍ୟାବଳୀରୁ ଜଣାପଡ଼ିଛି। ଏହାଛଡ଼ା, ସମଗ୍ର ଦେଶରେ ୧୨ଜଣ କୋଭିଡ୍‌ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବା କଥା ମଧ୍ୟ ସେଥିରେ ଉଲ୍ଲେଖ କରାଯାଇଛି। ସେହିପରି, ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୩୪କୁ ହ୍ରାସ ପାଇଛି। ଗୁରୁବାରଠାରୁ ଆଜିର ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା […]

ଭୁବନେଶ୍ୱର : କରୋନା କଡ଼ ଲେଉଟାଇବା ପରେ ପୁଣି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତତ୍ପର ହୋଇଉଠିଛି। କରୋନା ପାଇଁ ସତର୍କ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି ରହିଛି। ଏଥିରେ ବୟସ୍କ ଓ ବହୁବିଧ ରୋଗାକ୍ରାନ୍ତଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି। ଏପରିକି ଭିଡ଼ ବା ଗହଳିକୁ ଯିବା ବେଳେ ମୁହଁରେ ମାସ୍କ ଲଗାଇବାକୁ କୁହାଯାଇଛି। ରାଜ୍ୟରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପୁଣିି ଫେରିଛି […]

ଭୁବନେଶ୍ୱର: କୋଭିଡ ଲକ୍ଷଣ ଦେଖାଗଲେ ପରୀକ୍ଷା କରିବା ପାଇଁ ଅପିଲ କଲେ ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ଆବଶ୍ୟକ ପଡିଲେ ପରୀକ୍ଷା ସେଣ୍ଟର ବଢ଼ାଯିବ। ମାସ୍କ ବାଧ୍ୟତା ମୂଳକ ପାଇଁ ଗାଇଡ଼ଲାଇନ ଆସିନାହିଁ। ଏ ପର୍ଯ୍ୟନ୍ତ ଓଡ଼ିଶାରେ କୋଭିଡ ଚି଼ହ୍ନଟ ହୋଇନାହିଁ, କିନ୍ତୁ ଟେଷ୍ଟିଙ୍ଗ ଜାରି ରହିଛି।ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି, ଭାରତ ସରକାରଙ୍କ ନିର୍ଦ୍ଦେଶନାମା ସହ ଅନ୍ତର୍ଜାତୀୟ ଏକ୍ସପର୍ଟଙ୍କ କହିବା ଅନୁଯାୟୀ ଆମେ ସତର୍କ ରହିବା। ସର୍ଭିଲାନ୍ସ […]

ନୂଆଦିଲ୍ଲୀ: ସାରା ବିଶ୍ୱରେ ହଜାର ହଜାର ଲୋକଙ୍କ ଜୀବନ ନେଇଥିବା କରୋନା ମହାମାରୀ ଏବେ ବି ଚିନ୍ତାର କାରଣ ପାଲଟିଛି। ଶୀତ ଋତୁ ଆରମ୍ଭ ହେବା ପରେ ଭାରତରେ କରୋନା ଭୂତାଣୁ ସଂକ୍ରମଣର ନୂଆ ମାମଲା ସାମ୍ନାକୁ ଆସିଛି। ଏହାପରେ ସଂକ୍ରମଣ ବୃଦ୍ଧିକୁ ନେଇ ପୁଣି ଥରେ ଚିନ୍ତା ଦେଖାଦେଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଭାରତରେ ଗୋଟିଏ ଦିନରେ ୧୪୮ ନୂଆ କରୋନା ଭାଇରସ୍ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି। […]

ନୂଆଦିଲ୍ଲୀ : କରୋନା ଭୁତାଣୁର ଏକ ନୂଆ ଭାରିଆଣ୍ଟ ଆସିବା ପରେ ସାରା ବିଶ୍ୱରେ ପୁଣି ଥରେ ଚିନ୍ତା ପ୍ରକାଶ ପାଇଛି। ବ୍ରିଟେନ ଓ ୟୁରୋପର କେତେକ ଦେଶରେ ଏହି ଭାରିଆଣ୍ଟ ବ୍ୟାପିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ସତର୍କ ହୋଇଉଠିଛନ୍ତି। କେନ୍ଦ୍ର ସରକାର ଦେଶରେ କରୋନା ସ୍ଥିତି ର ସମୀକ୍ଷା ପାଇଁ ସୋମବାର ଏକ ଉଚ୍ଚସ୍ତରୀୟ ବୈଠକ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରମୁଖ ସଚିବ […]

ଲଣ୍ଡନ: କିଛିଦିନର ବ୍ୟବଧାନ ପରେ ପୁଣି ଥରେ କାୟା ମେଲାଇଛି କୋଭିଡ୍। ଏବେ ଇଂଲଣ୍ଡରେ ଏରିସ୍ ବା ଇଜି.୫.୧ ନାମକ ଏକ ନୂଆ କୋଭିଡ୍ ଭାରିଆଣ୍ଟ ଏବେ ଚିନ୍ତାର କାରଣ ପାଲଟିଛି। ସମଗ୍ର ବ୍ରିଟେନରେ ଏହା ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଜୁଲାଇ ୩୧ତାରିଖରେ ପ୍ରଥମେ ଏହାକୁ ଭାରିଏଣ୍ଟ ଭାବେ ଚିହ୍ନଟ କରାଯାଇଥିଲା। ଏରିସ୍ ହେଉଛି ଓମିକ୍ରୋନ୍ ଷ୍ଟ୍ରେନର ଏକ ସବ୍-ଭାରିଏଣ୍ଟ। ଏହା ଏବେ ଦ୍ଵିତୀୟ ସର୍ବାଧିକ ସଂକ୍ରମଣଶୀଳ ଭାରିଆଣ୍ଟରେ […]

ଭୁବନେଶ୍ୱର: କୋଭିଡ ଟିକା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କେନ୍ଦ୍ରକୁ ଚିଠି ଲେଖିଥିବା ଜଣାଯାଇଛି। ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ରାଜ୍ୟରେ କୋଭିଡ ସଂକ୍ରମଣ ବୃଦ୍ଧି ପାଉଛି। ଏଥିଲାଗି ୫୦ହଜାର ଟୀକା ପାଇଁ କେନ୍ଦ୍ରକୁ ଚିଠି ଲେଖାଯାଇଚି। ତେବେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନିଷ୍ପତ୍ତି ନେବେ ସରକାର। ସଂକ୍ରମଣର ଭୟାବହତା କମ ଅଛି। ସେତେ ସିରିୟସ ହେଉନାହାନ୍ତି ରୋଗୀ। ମେଡିକାଲରେ ବି […]

ଭୁବନେଶ୍ୱର: କୋଭିଡ ସ୍ଥିତିକୁ ନେଇ କରାଯିବ ମକଡ୍ରିଲ। ଏସଂପର୍କରେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ କହିଛନ୍ତି, ଏବେ ନୂଆ ଏକ ଭାରିଆଣ୍ଟ ଆସୁଛି। ଏହାକୁ ନେଇ ସମଗ୍ର ଦେଶରେ ପଜିଟିଭ ସଂଖ୍ୟା ବୃଦ୍ଧି ପାଉଛି। କେନ୍ଦ୍ର ସରକାର କୋଭିଡ ସଂଖ୍ୟାକୁ ନେଇ ଏକ ନୂଆ ଆଡ଼ଭାଇଜରି ଜାରି କରିଛନ୍ତି। ଆମକୁ କଡାକଡି ନିୟମ ପାଳନ କରିବାକୁ ପଡ଼ିବ।ଆମ ରାଜ୍ୟରେ ମାସେ ଭିତରେ ପିକ ଆସିପାରେ। ଆମେ କିଭଳି ପ୍ରସ୍ତୁତ […]

ଭୁବନେଶ୍ବର : ଓଡ଼ିଶା ସମେତ ଦେଶରେ କରୋନା ସଂକ୍ରମଣ ବଢ଼ୁଛି। ଏହାକୁ ନେଇ ଆଗୁଆ ସତର୍କ ହୋଇଛନ୍ତି ରାଜ୍ୟ ସରକାର। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ସବୁ ଜିଲ୍ଲାକୁ ଚିଠି ଜାରି ହେବା ସହିତ ଆବଶ୍ୟକ ସଂଖ୍ୟକ ଶଯ୍ୟା ମହଜୁଦ ରଖିବା ଓ ଏହାର ମୁକାବିଲା ନେଇ ଯୋଜନା ପ୍ରସ୍ତୁତ କରିବାକୁ କୁହାଯାଇଛି। ଦେଶରେ ଗତ ୨୪ଘଣ୍ଟାରେ ୧୮୯୦ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଓଡ଼ିଶାରେ ଏହି […]

ନୂଆଦିଲ୍ଲୀ: ଦେଶରୁ ସଂପୂର୍ଣ୍ଣ ଭାବେ ହଟିନାହିଁ କରୋନା ସଂକଟ। ଦେଶରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଗୁରୁବାର ଗଣମାଧ୍ୟମ ସହ ଆଲୋଚନା କରିଛନ୍ତି। ସେ କହିଛନ୍ତି, କରୋନା ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ଗତ ସପ୍ତାହର ତଥ୍ୟ ଅନୁଯାୟୀ, ବିଶ୍ୱରେ ଦୈନିକ ୯୩୯୭୭ ମାମଲା ସାମ୍ନାକୁ ଆସୁଛି। ଆମେରିକାରେ ୧୯%, ରୁଷିଆରେ ୧୨.୬%, ଚାଇନାରେ ୮.୩%, ଦକ୍ଷିଣ କୋରିଆରେ ୮% ଏବଂ […]

Social media & sharing icons powered by UltimatelySocial