ପୁରୀ: ଶରଧାବାଲି ଅଭିମୁଖେ ବଡ଼ଠାକୁରଙ୍କ ତାଳଧ୍ୱଜ ଗଡ଼ିଛି। ପ୍ରଭୁଙ୍କ ରଥକୁ ଶ୍ରଦ୍ଧାଳୁମାନେ ଶ୍ରଦ୍ଧାରେ ଟାଣୁଛନ୍ତି। ରଥ ଟଣାଯିବା ବେଳେ ପୁରୀ ବଡ଼ଦାଣ୍ଡ ଘଣ୍ଟ, ଶଙ୍ଖର ତାଳେତାଳେ ହରିବୋଲ ଓ ହୁଳହୁଳି ଶଦ୍ଦ ଶୁଭୁଛି। ରଥଟଣା ଯିବା ପୂର୍ବରୁ ତିନି ରଥରେ ବିଜେ ହେଲେ ତିନି ଠାକୁରଙ୍କୁ ବିଜେ କରାଯାଇଥିଲା। ଆଜି ନବଯୌବନ ଦର୍ଶନ ପରି ଏକାଧିକ ନୀତିକାନ୍ତି ଥାଇ ବି ନିର୍ଘଣ୍ଟ ସମୟ ପୂର୍ବରୁ ପହଣ୍ଡି ବିଜେ କରିଥିଲା ଶ୍ରୀଜିଉ। […]

ପୁରୀ: ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିର ସ୍ନାନବେଦିରେ ଅନୁଷ୍ଠିତ ହୋଇଛି ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ସ୍ନାନଯାତ୍ରା। ରତ୍ନବେଦୀରୁ ସ୍ନାନବେଦୀକୁ ଆସି ସୁନା କୂଅର ୧୦୮ ସୁବାସିତ ଜଳରେ ସ୍ନାନ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ମହାପ୍ରଭୁଙ୍କ ଏହି ମାନବୀୟ ଲୀଳା ଅଧରପୋଛା ସହ ଅନ୍ୟାନ୍ୟ ନୀତି ପରେ ବଡ଼ଠାକୁର ବଳଭଦ୍ର, ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା’ ସୁଭଦ୍ରା ଗଜବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି।ଶୁଭ୍ର ରଙ୍ଗର ଗଜବେଶରେ ମହାପ୍ରଭୁ ଓ ହଳଦିଆ ରଙ୍ଗର […]

ଭୁବନେଶ୍ୱର: ହାତରେ ଲଗାସରିଲାଣି ବିଭିନ୍ନ ଡିଜାଇନ୍‌ର ମେହେନ୍ଦୀ। କିଏ ଆରବିକ୍‌ ଷ୍ଟାଇଲ୍‌ରେ ମେହେନ୍ଦୀ ଲଗେଇ ହାତକୁ ସଜେଇଛି ତ କିଏ ‌ମରୋକ୍କାନ ଷ୍ଟାଇଲ୍‌ରେ। ପୁଣି କିଏ ଡ୍ରେସ୍‌କୁ ମାନିବା ଭଳି ଭାରତୀୟ ମଣ୍ଡଳ ଡିଜାଇନ୍‌ର ମେହେନ୍ଦୀ ଲଗାଇଛି। ମେହେନ୍ଦୀର ଧିମାବାସ୍ନା ହୃଦୟକୁ ଆନମନା କଲାଣି। ଭଲରଙ୍ଗ ଆସିବାକୁ ଘରେ ଘରେ କସରତ ଚାଲିଛି। ପାଦରେ ଅଳତା ସହିତ ଫେସିଆଲ୍‌, ମେନିକିୟୋର୍‌, ପେଡିକିୟୋର, ଆଇବ୍ରୋ ଓ ବିଭିନ୍ନ ଷ୍ଟାଇଲ୍‌ର କେଶକଟାରେ କୁଆଁରୀଙ୍କ […]

ପୁରୁଣା ଭୁବନେଶ୍ୱର: ବିନ୍ଦୁସାଗରରେ ଶ୍ରୀଲିଙ୍ଗରାଜଙ୍କର ଚାପଖେଳ ମହାଆଡମ୍ବର ସହକାରେ ଚାଲିଛି। ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହୋଇଥିବା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଏହି ଚନ୍ଦନଯାତ୍ରା ୨୨ଦିନ ଧରି ଅନୁଷ୍ଠିତ ହୁଏ। ପ୍ରବଳ ଗରମ ଓ ଗୁଳୁଗୁଳି ହେଉଥିଲେ ହେଁ ଏହାକୁ ଦେଖିବାକୁ ଚଳିତ ବର୍ଷ ପ୍ରବଳ ଭିଡ଼ ଜମୁଛି। ଠାକୁରଙ୍କ ଚାପଖେଳ ଓ ଜଳକ୍ରୀଡ଼ା ବେଳେ ଡ଼ଙ୍ଗାର ଭଉଁରି ଲୋକଙ୍କ ମନ ମୋହୁଛି। ଆହୁରି ମଧ୍ୟ ଝଟକୁଛି ବିନ୍ଦୁସାଗର ମ୍ୟୁଜିକାଲ୍‌ ଫାଉଣ୍ଟେନ୍‌ ଓ […]

ସେବାୟତମୟ ରଥ ପାଇଁ ପ୍ରଭୁଙ୍କୁ ଦେଖିପାରିଲେନି ଭକ୍ତ ଭୁବନେଶ୍ୱର: ବ୍ରହ୍ମହତ୍ୟା ଦୋଷରୁ ମୁକ୍ତି ପାଇବା ପାଇଁ ପ୍ରଭୁ ରାମଚନ୍ଦ୍ର ଏକାମ୍ରବନ ଆସିଥିଲେ। ଏଠାରେ ଶିବଲିଙ୍ଗ ପ୍ରତିଷ୍ଠା କରି ଶ୍ରୀ ଲିଙ୍ଗରାଜଙ୍କୁ ଆରାଧନା କରିଥିଲେ। ଲିଙ୍ଗରାଜ ରାମଚନ୍ଦ୍ରଙ୍କ ପୂଜାରେ ପ୍ରସନ୍ନ ହୋଇ ବ୍ରହ୍ମହତ୍ୟା ଦୋଷରୁ ମୁକ୍ତି ପ୍ରଦାନ କରିବା ସହ ପ୍ରତିବର୍ଷ ଚୈତ୍ର ଶୁକ୍ଳ ଅଷ୍ଟମୀ ତିଥି‌ ପୁନଃବସୁ ନକ୍ଷତ୍ରରେ ରଥରେ ବସି ରାମେଶ୍ୱର ତୀର୍ଥ ଆସିବାକୁ କଥା ଦେଇଥିଲେ। ଉକ୍ତ […]

ଜେନାପଦା : ଜେନାପଦା ଶାସନରେ ଧୁମ୍ ଧାମରେ ରାମନବମୀ ମହୋତ୍ସବ ପାଳିତ ହୋଇଯାଇଛି। ପଣ୍ଡିତ ଉପେନ୍ଦ୍ର କୁମାର ତ୍ରିପାଠୀ ବ୍ରହ୍ମା ରୂପେ ପୂଜା ମନ୍ତ୍ରପାଠ ସହ ପୂଜା କରୁଥିବା ବେଳେ ପଣ୍ଡିତ ଉତ୍ତମ କୁମାର ତ୍ରିପାଠୀ, ପଣ୍ଡିତ ରଘୁନାଥ ଦାଶ, ପଣ୍ଡିତ କୁଳମଣି ମିଶ୍ର, ପଣ୍ଡିତ ଗିରିଶ ଚନ୍ଦ୍ର ତ୍ରିପାଠୀ ସମୁହ ପୂଜା ରେ ସାମିଲ ହୋଇଛନ୍ତି, ଗ୍ରାମର କିଛି ଯୁବକ କଳସ ଶୋଭା ଯାତ୍ରାରେ ସାମିଲ ହୋଇ ଗ୍ରାମ […]

ତିଆରି ହେଲା ୪ଚକର ମଝି ଅଂଶ ‘ଗୋଟା’ ଭୁବନେଶ୍ୱର: ଚୈତ୍ରମାସ ଶୁକ୍ଳପକ୍ଷ ଅଷ୍ଟମୀ ବା ‘ଅଶୋକାଷ୍ଟମୀ’ରେ ହେବ ପ୍ରଭୁ ଲିଙ୍ଗରାଜଙ୍କ ରଥାଯାତ୍ରା। ଏକାମ୍ର କ୍ଷେତ୍ରାଧିପତିଙ୍କ ପ୍ରସିଦ୍ଧ ଏହି ଯାତ୍ରାକୁ ଚାତକ ପରି ଚାହିଁ ରହିଛନ୍ତି ପୁରୁଣା ଭୁବନେଶ୍ବରବାସୀ। ଗତ ଶୁକ୍ରବାର ରଥକାଠ ଅନୁକୂଳ ପରେ ରଥଖଳାରେ ଚାଲିଛି ରଥା ନିର୍ମାଣ କାର୍ଯ୍ୟ। ରୁକୁଣା ରଥଯାତ୍ରାକୁ ଆଉ ମାତ୍ର ୧୮ ଦିନ ଥିବା ବେଳେ ଚଳଚଞ୍ଚଳ ହୋଇଛି ରଥ ଖଳା। ଅନୁକୂଳ […]

ଜଟଣୀ: ଜଟଣୀର ହରିରାଜପୁର ବିଶ୍ୱ ପ୍ରସିଦ୍ଧ ମେଳଣକୁ ନେଇ ପ୍ରବଳ ଉତ୍ସାହ ପରିଲକ୍ଷିତ ହେଉଛି। ଏହି ମେଳଣର ଅନେକ ନିଆରା ପରମ୍ପରା ରହିଛି। ୪ ଦିନର ଏହି ଉତ୍ସବ ସମୟରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଜନସମାଗମ ହୁଏ। ବିଶେଷକରି ଠାକୁରଙ୍କ ଜମାଣରାତିରେ ଲକ୍ଷଲକ୍ଷ ଭକ୍ତ ଏକାଠି ହୋଇଥାନ୍ତି। ଏହି ସମୟରେ ସ୍ଥାନାଧିପତି ଶ୍ରୀ ଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ନିକଟରେ ନିଷ୍ଠାର ସହ ମାନସିକ ତାହା ପୂର୍ଣ୍ଣହୁଏ […]

ଖଣ୍ଡଗିରି: ଓଡ଼ିଶୀ ନୃତ୍ୟରୁ ଆରମ୍ଭ ହେଲା କାର୍ଯ୍ୟକ୍ରମ। ନିପୁଣା ଓଡ଼ିଶୀ ନୃତ୍ୟଶିଳ୍ପୀମାନେ ପୌରାଣିକ କଥାବସ୍ତୁ ଆଧାରରେ ନୃତ୍ୟ ପ୍ରଦର୍ଶନ କଲେ। ପରେପରେ କୁନିକୁନି କଳାକାରମାନେ ଦେଶାତ୍ମବୋଧ ସଂଗୀତରେ ନୃତ୍ୟ ପ୍ରଦର୍ଶନ କଲେ। ହାଲୁକା ହାଲୁକା ଶୀତୁଆ ସନ୍ଧ୍ୟାରେ ଏହି ସବୁ ଶାସ୍ତ୍ରୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ବିମୁଗ୍‌ଧ କରିଥିଲା ସତ, କିନ୍ତୁ ମାହୋଲ ଗରମାଗରମ ହୋଇପାରିନଥିଲା। କିନ୍ତୁ ଅନ୍ତରା ଚକ୍ରବର୍ତ୍ତୀ ମଞ୍ଚକୁ ଓହ୍ଲାଇବା ମାତ୍ରେ କରତାଳିରେ ଫାଟିପଡ଼ିଲା ପରିବେଶ। ‘ଆମ […]

ଖଣ୍ଡଗିରି: ପରମ୍ପରା, ବିଧି ଓ ବିଶ୍ୱାସ ଅନୁସାରେ ପବିତ୍ର ମାଘ ସପ୍ତମୀରେ ଆରମ୍ଭ ହେଉଛି ବିଶ୍ୱ ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳା। ସୂର୍ଯ୍ୟ ଉପାସନା ସାଙ୍ଗକୁ ସାଧୁସନ୍ଥମାନେ ହୋମଯଜ୍ଞ, ଜପତପ ଓ ପୂଜାର୍ଚ୍ଚନା କରିବେ। ରାମଚରିତ ମାନସ ପାଠକ ଯୋଗୁଁ ସମଗ୍ର ପାହାଡ଼ ମନ୍ତ୍ରଧ୍ବନିରେ ପ୍ରକମ୍ପିତ ହେବ। ଖଣ୍ଡଗିରିର ଗିରିକନ୍ଦରରେ ଗୁଞ୍ଜରିତ ହେବ ବିଭିନ୍ନ ମନ୍ତ୍ରଧ୍ବନି। ସନ୍ଥମାନଙ୍କ ଅସ୍ଥାୟୀ ତପ ଶିବିରରେ ଜଳିବ ଅଖଣ୍ଡ ଯଜ୍ଞ। ଦିନରେ ‌ମନ୍ତ୍ରଧ୍ବନି, ସଂଜ ନଇଁଲେ […]

Social media & sharing icons powered by UltimatelySocial