କୋଭିଡ ଲକ୍ଷଣ ଦେଖାଗଲେ, ପରୀକ୍ଷା କରନ୍ତୁ : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: କୋଭିଡ ଲକ୍ଷଣ ଦେଖାଗଲେ ପରୀକ୍ଷା କରିବା ପାଇଁ ଅପିଲ କଲେ ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ଆବଶ୍ୟକ ପଡିଲେ ପରୀକ୍ଷା ସେଣ୍ଟର ବଢ଼ାଯିବ। ମାସ୍କ ବାଧ୍ୟତା ମୂଳକ ପାଇଁ ଗାଇଡ଼ଲାଇନ ଆସିନାହିଁ। ଏ ପର୍ଯ୍ୟନ୍ତ ଓଡ଼ିଶାରେ କୋଭିଡ ଚି଼ହ୍ନଟ ହୋଇନାହିଁ, କିନ୍ତୁ ଟେଷ୍ଟିଙ୍ଗ ଜାରି ରହିଛି।
ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି, ଭାରତ ସରକାରଙ୍କ ନିର୍ଦ୍ଦେଶନାମା ସହ ଅନ୍ତର୍ଜାତୀୟ ଏକ୍ସପର୍ଟଙ୍କ କହିବା ଅନୁଯାୟୀ ଆମେ ସତର୍କ ରହିବା। ସର୍ଭିଲାନ୍ସ ବଢ଼ାଇବା ସହ ସତର୍କ ରହିବା। ଲକ୍ଷଣ ଦେଖା ହେଲେ ପରୀକ୍ଷା କରନ୍ତୁ। ଟେଷ୍ଟିଙ୍ଗ ବଢ଼ିବା ପାଇଁ ବ୍ୟବସ୍ଥା କରାଯିବ। ଭାରତରେ ଯେତିକି ଲୋକ ପଜିଟିଭ ଆସିଛନ୍ତି, ସେଥିମଧ୍ୟରୁ ୯୮% ରୁ ଅଧିକ ଲୋକ ଘରେ ରହି ଚିକିତ୍ସିତ ହେଉଛନ୍ତି। ବର୍ତ୍ତମାନ ସୁଦ୍ଧା ସିଭିୟର ହୋଇନାହିଁ। ଭାରତ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଚିକିତ୍ସା କରାଯିବ।କିନ୍ତୁ କିଛି ରାଜ୍ୟ କରିଛନ୍ତି।

Share Now:

Kalinga News Beuro

Next Post

ହାତରୁ ଖସୁଛି ସ୍ଲମ୍‌ କ୍ୱାଟର୍ସ : ୪ବର୍ଷ ପରେ ହାଇକୋର୍ଟରେ ଆବେଦନ କରି ହାରିଲା ବିଏମ୍‌ସି

Fri Dec 22 , 2023
ଭୁବନେଶ୍ୱର: ସ୍ଲମ୍‌ କ୍ୱାଟର୍ସ ପ୍ରସଙ୍ଗରେ ବିଏମ୍‌ସିକୁ ଆଉ ଥରେ ଝଟ୍‌କା ଲାଗିଛି। କ୍ୱାଟର୍ସରେ ରହୁଥିବା ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କ ବିରୋଧରେ ହାଇକୋର୍ଟ ଯାଇଥିବା ବିଏମ୍‌ସିର ଆବେଦନ ଖାରଜ ହୋଇଛି। ୨୦୧୯ ମସିହାରେ ରିଟ୍‌ ପିଟିସନ ଦାଖଲ ପାଇଁ କୋର୍ଟ କହିଥିଲେ ମଧ୍ୟ ୪ ବର୍ଷ ପରେ ବା ୨୦୨୩ରେ କୋର୍ଟରେ ରିଟ୍‌ ଆବେଦନ କରିବାରୁ ବିଏମ୍‌ସିକୁ ଭୋଗିବାକୁ ପଡ଼ିଛି। ବିଏମ୍‌ସିର ରିଟ୍‌ ନାକଚ ହେବା ଫଳରେ ନିଜ ନାମରେ କ୍ୱାଟର୍ସ […]

ଆହୁରି ପଢ଼ନ୍ତୁ

Breaking News

Most Read

Social media & sharing icons powered by UltimatelySocial