ନୂଆଦିଲ୍ଲୀ: ଗଜଲ ଗାୟକ ପଙ୍କଜ ଉଧାସଙ୍କ ପରଲୋକ ହୋଇଛି। ସେ ଦୀର୍ଘଦିନ ଧରି ଅସୁସ୍ଥ ହୋଇ ଚିକିତ୍ସିତ ଥିଲେ। ମୃତ୍ୟୁବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ତାଙ୍କ ଝିଅ ନାୟାବ ଉଧାସ ଏକ ବିବୃତି ଜାରି କରି ତାଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇଛନ୍ତି। ତାଙ୍କ ଦ୍ୱାରା ଜାରି ଏକ ବିବୃତିରେ ଲେଖାଯାଇଛି, “ଦୀର୍ଘ ଦିନ ଧରି ଅସୁସ୍ଥ ରହିବା ପରେ ୨୬ ଫେବୃଆରୀ ୨୦୨୪ରେ ପଦ୍ମଶ୍ରୀ ପଙ୍କଜ […]

ମୁମ୍ବାଇ: ସାଉଥ ସୁପରଷ୍ଟାର ଜୁନିଅର ଏନଟିଆର ଏବେ ତାଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଦେବରା’ ପାଇଁ ଚର୍ଚ୍ଚାରେ ଅଛନ୍ତି। ନିକଟରେ ଏହି ଚଳଚ୍ଚିତ୍ରର ଟିଜର ରିଲିଜ ହୋଇଥିଲା, ଯାହା ପରେ ଚଳଚ୍ଚିତ୍ରର ରିଲିଜକୁ ନେଇ ପ୍ରଶଂସକମାନଙ୍କ ଉତ୍ସାହ ବଢ଼ିଥିଲା। ଦର୍ଶକଙ୍କ ଉତ୍ସାହ ବଢ଼ାଇ ଦେଇଥିବା ଟିଜରରେ ଉତ୍କୃଷ୍ଟ ଭିଏଫଏକ୍ସ ଦେଖିବାକୁ ମିଳିଥିବା ବେଳେ ଫିଲ୍ମର ରିଲିଜ୍ ତାରିଖ ଘୁଞ୍ଚାଇ ଦେଇଥିଲେ ନିର୍ମାତା। ପ୍ରଥମେ ଏହି ଫିଲ୍ମ ଅପ୍ରେଲ ୫ରେ ରିଲିଜ […]

ଚନ୍ଦ୍ରଶେଖରପୁର: ନୂଆ ନୂଆ ବନ୍ୟଜନ୍ତୁଙ୍କ ବାସସ୍ଥାନ ପାଲଟୁଛି ଚନ୍ଦକା-ଡମପଡ଼ା ଅଭୟାରଣ୍ୟ। ଏହା ସହିତ କୁମ୍‌କୀରେ ହାତୀ ପ୍ରଶିକ୍ଷଣ ପାଇଁ ହାତୀ ପାଠଶାଳା ପ୍ରସ୍ତୁତି ହେଉଛି। କଟକ ତୁଳସୀପୁରସ୍ଥିତ ହରିଣ ପାର୍କରୁ ସ୍ଥାନାନ୍ତର ହୋଇଥିବା ୨୭୬ଟି ହରିଣଙ୍କୁ ଅଭୟାରଣ୍ୟର ଆମ୍ବିଲୋ ଓ ଭରତପୁରଠାରେ ନିର୍ମାଣ ହୋଇଥିବା ଅସ୍ଥାୟୀ ଖୁଆଡ଼ରେ ରଖାଯାଇଛି। ସେମାନଙ୍କୁ ଜଙ୍ଗଲୀ ପରିବେଶରେ ଅଭ୍ୟସ୍ତ କରାଯାଉଛି। କିନ୍ତୁ ଆସିବା ଦିନଠାରୁ ପ୍ରତି ସପ୍ତାହରେ ଗୋଟିଏ ଯୋଡ଼ିଏ ମିଶି ୧୧ଟି ହରିଣଙ୍କ […]

ଭୁବନେଶ୍ୱର: ପୁଣି ଝୁମିବ ଭୁବନେଶ୍ୱର। ଡଟ୍‌ଫେଷ୍ଟ ଭଳି ରଙ୍ଗାରଙ୍ଗ୍‌ କାର୍ଯ୍ୟକ୍ରମ ସାଙ୍ଗକୁ ନିଆରା ଖାଦ୍ୟର ମଜା ନେବେ ଭୁବନେଶ୍ୱରିଆ। ତା’ ସାଙ୍ଗକୁ ରାସ୍ତା କଡ଼ ଓ ଗଳିକନ୍ଦିରେ ଓଡ଼ିଆ ସଂସ୍କୃତିର ଯାବତୀୟ ପରମ୍ପରା, ଚଳଣୀ ଓ ସଂସ୍କୃତିର ଝଲକ ଦେଖିବାକୁ ପାଇବେ। ମୋଟାମୋଟି କହିବାକୁ ଗଲେ ସାରା ଭୁବନେଶ୍ୱରରେ ସୃଷ୍ଟି ହେବ ଉତ୍ସବର ମା‌ହୋଲ୍‌। ଗୋଟିଏ ପଟେ ରାଜ୍ୟ ସରକାର ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ କରୁଥିବା ବେଳେ […]

ଭୁବନେଶ୍ୱର: ରିଲିଜ୍ ହେଲା ଓଲିଉଡ଼ର ଲୋକପ୍ରିୟ ହାସ୍ୟାଭିନେତା ହରିହର ମହାପାତ୍ରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଭଗିଆ ଭାରିଜା’ର ପୋଷ୍ଟର। ଫିଲ୍ମର କାହାଣୀ ଭିନ୍ନ ଥିବାରୁ ଏହାକୁ ନେଇ ଚର୍ଚ୍ଚା ଚାଲିଛି। ପୂର୍ବ ଫିଲ୍ମ ‘ଧୋରେ ବାବୁ ଧୋ’ରେ ସରୋଗେସି ବିଷୟବସ୍ତୁକୁ ନେଇ ହରିହର ଫିଲ୍ମ କରିଥିବା ବେଳେ ‘ଭଗିଆ ଭାରିଜା’ରେ ମହିଳା ବା ଗୃହିଣୀମାନଙ୍କର ରିଲ୍ସ ଭିଡିଓରେ ଅତ୍ୟଧିକ ସଂପୃକ୍ତି ସମାଜରେ କ’ଣ ପ୍ରଭାବ ପକାଉଛି? ତାହା ଦେଖିବାକୁ ପାଇବେ […]

ଭୁବନେଶ୍ୱର: ଜାତୀୟ ଚଳଚ୍ଚିତ୍ର ପୁରସ୍କାରପ୍ରାପ୍ତ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’ ସିଙ୍ଗାପୁରରେ ପ୍ରଦର୍ଶିତ ହୋଇଛି। ସିଙ୍ଗାପୁର ଓଡ଼ିଆ ସମାଜ ଏହାର ଆୟୋଜନ କରିଥିଲେ। ଏଥିରେ ପ୍ରାୟ ଶହେ ଲୋକ ଯୋଗ ଦେଇ ଫିଲ୍ମ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖିଥିଲେ। ଓଡ଼ିଆ ବ୍ୟତୀତ ଅନ୍ୟ ରାଜ୍ୟର ବିଭିନ୍ନ ଭାଷାଭାଷୀର ଦର୍ଶକ ମଧ୍ୟ ଏହି ସିନେମା ଦେଖିଥିଲେ। ଦର୍ଶକମାନେ ଫିଲ୍ମର ଭୁରିଭୁରି ପ୍ରଶଂସା କରିଥିଲେ।ସୂଚନାଯୋଗ୍ୟ, ଯୁବ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି […]

ମୁଖ୍ୟମନ୍ତ୍ରୀଙ୍କୁ ଜୟଦେବ ଫାଉଣ୍ଡେସନ ଟ୍ରଷ୍ଟର ଚିଠି ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ନିଯୁକ୍ତ ରାଜ୍ୟ ଚଳଚ୍ଚିତ୍ର ଓ ଟେଲି ପୁରସ୍କାର ସମ୍ପର୍କିତ ଉଚ୍ଚସ୍ତରୀୟ କମିଟିର ସୁପାରିସକୁ ଅନୁମୋଦନ କରି ପୁରସ୍କାର ରାଶି ଓ ସଂଖ୍ୟା ବଢ଼ାଇଛନ୍ତି। ଚଳଚ୍ଚିତ୍ର ପୁରସ୍କାର ସଂଖ୍ୟା ୨୭ରୁ ୩୩ ଓ ଟେଲି ପୁରସ୍କାର ସଂଖ୍ୟା ୨୦ରୁ ୨୯କୁ ବୃଦ୍ଧି କରାଯାଇଛି। ଚଳଚ୍ଚିତ୍ରରେ ଜୀବନବ୍ୟାପୀ ସାଧନା ପାଇଁ ଦିଆଯାଉଥିବା ୨ ଲକ୍ଷ […]

ମୁମ୍ବାଇ: ବଲିଉଡ୍ ଅଭିନେତା ତଥା ପ୍ରଡ୍ୟୁସର ଅରବାଜ ଖାନ ଏବଂ ମେକଅପ୍ ଆର୍ଟିଷ୍ଟ ସୁରା ଖାନ ଶେଷରେ ରବିବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ବିବାହ ପରେ ସେମାନେ ଏବେ ହନିମୁନ୍‌ରେ ବାହାରି ଯାଇଛନ୍ତି। ଅରବାଜ ତାଙ୍କ ଦ୍ଵିତୀୟ ପତ୍ନୀଙ୍କ ସହ ହନିମୁନ୍‌ରେ ଯାଉଥିବା ବେଳେ ଫଟୋଗ୍ରାଫର୍‌ଙ୍କୁ ଦେଖି ନିଜ ଚେହେରା ଲୁଚାଇଛନ୍ତି ସୁରା। ୫୬ ବର୍ଷୀୟ ଅରବାଜ ନିଜର ଦ୍ଵିତୀୟ ବିବାହରେ ବେଶ୍‌ ଖୁସି ଅଛନ୍ତି। ତାଙ୍କ ବାହାଘର […]

ପର୍ଯ୍ୟଟକ ନେଇପାରିବେ ‘ବୋଟିଂ ଓ ରୋପୱେ’ର ମଜା ବାରଙ୍ଗ: ରାତି ପାହିଲେ ବଡ଼ଦିନ ଓ ସ‌ପ୍ତାହେ ପରେ ନୂଆବର୍ଷ-୨୦୨୪। କ୍ୟାଲେଣ୍ଡର ବର୍ଷ ୨୦୨୩ ଶେଷ ହେବାକୁ ଯାଉଥିବାରୁ ପର୍ଯ୍ୟଟନ ସ୍ଥଳୀଗୁଡିକରେ ଏବେ ପର୍ଯ୍ୟଟକମାନଙ୍କର ପ୍ରବଳ ଭିଡ଼ ରହୁଛି। ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ଉଦ୍ଭିଦ ଉଦ୍ୟାନରେ ଦୂରଦୂରାନ୍ତରୁ ବହୁ ପର୍ଯ୍ୟଟକଙ୍କ ଗହଳି ଦେଖିବାକୁ ମିଳିଛି। ଚଳିତ ବର୍ଷ ବଡ଼ଦିନ ସୋମବାର ପଡୁଥିବାରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଖୋଲା ରହିବ। ସେହିଭଳି […]

ବାରଙ୍ଗ: ନନ୍ଦନକାନନକୁ ଆସିଲେ ବିରଳ ପ୍ରଜାତିର ଏକ ହଳ ୱ।ଲାବି ଓ ଏକ ହଳ ଲିଭିଂଷ୍ଟୋନ ଟୁରାକୋ ପକ୍ଷୀ। ହାଇଦ୍ରାବାଦରୁ ଜୀବଜନ୍ତୁ ବଦଳ ପ୍ରକ୍ରିୟାରେ ଆସିଥିବା ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ୱ।ଲାବି କଙ୍ଗାରୁ ଠାରୁ ଆକାରରେ ଛୋଟ। ଏହି ପ୍ରଜାତି ଜୀବ ଅଷ୍ଟ୍ରେଲିଆ ଓ ନିୟୁ ଗୁଏନା ଅଞ୍ଚଳରେ ଦେଖିବାକୁ ମିଳିଥାଆନ୍ତି। ନନ୍ଦନକାନନରେ ନୂଆ ପ୍ରଜାତି ଜୀବ ଭାବେ ୱ।ଲାବି ଅଣାଯାଇଥିବାରୁ ଚଳିତ ପର୍ଯ୍ୟଟନ ଋତୁରେ ନନ୍ଦନକାନନକୁ ଆସିବାକୁ ଥିବା […]

Social media & sharing icons powered by UltimatelySocial