ଭୁବନେଶ୍ୱର : ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆଜି ହାଇଡ୍ରାମା ଦେଖିବାକୁ ମିଳିଛି। ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ପୂର୍ବତନ ମେୟର ପ୍ରାର୍ଥୀ ସୁନୀତି ମୁଣ୍ଡ ହଟହଟା ହୋଇଛନ୍ତି। ଦଳ ବିରୋଧୀ କାର୍ଯ୍ୟ ଯୋଗୁ ତିନିଦିନ ତଳେ ନିଲମ୍ବିତ ହୋଇଥିଲେ। ଏହା ସତ୍ତ୍ୱେ ରାଜ୍ୟ କାର୍ଯ୍ୟାଳୟକୁ ଆସି ଦଳ ବିରୋଧରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଉଥିବା ଅଭିଯୋଗ କରି ବିଜେପି ମହିଳା ମୋର୍ଚ୍ଚାର କର୍ମୀ ତାଙ୍କୁ ଠେଲିଠେଲି ରାସ୍ତାରେ ଛାଡ଼ି ଦେଇଥିଲେ। ଯାହାକୁ […]
ରାଜନୀତି
ନୂଆଦିଲ୍ଲୀ: ବିଜେପିରେ ଯୋଗଦେଲେ ମମତା ମହନ୍ତ। ଦିଲ୍ଲୀରେ ବିଜେପି କାର୍ଯ୍ୟାଳୟରେ ହେଲେ ସାମିଲ। ଗତକାଲି ବିଜେଡିରୁ ଇସ୍ତଫା ଦେଇଥିଲେ ମମତା। ରାଜ୍ୟସଭା ସଦସ୍ୟତା ପଦରୁ ମଧ୍ୟ ଦେଇଥିଲେ ଇସ୍ତଫା। ବିଜେପିରେ ସାମିଲ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ମମତା। ସେ କହିଛନ୍ତି ଯେ କାଲି ରାଜ୍ୟସଭା ଓ ବିଜେଡିରୁ ଇସ୍ତଫା ଦେଇଥିଲି। ମୋତେ ବିଜେଡି ସୁଯୋଗ ଦେଇଥିବାରୁ କୃତଜ୍ଞ। ଲୋକଙ୍କ ସେବା ଓ ଜନକଲ୍ୟାଣ କରିବା ମୋର ଲକ୍ଷ୍ୟ। ମାତ୍ର […]
ଭୁବନେଶ୍ୱର: ଆଜି ବିଧାନସଭା ବଜେଟ୍ ଅଧିବେଶନର ତୃତୀୟ ଦିନରେ ବି ହଟ୍ଟଗୋଳକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିଜେପି ବିଧାୟକ ବାବୁ ସିଂହ। ଗୃହ ବାହାରେ ବିଜେଡି ଗୃହ ଚଳାଇ ଦେଉ ନ ଥିବା ଅଭିଯୋଗ କରି କାଉଣ୍ଟର କରି ମାହାଙ୍ଗା ଡବଲ ମର୍ଡର ପ୍ରସଙ୍ଗ ଉଠାଇ ବାବୁ ସିଂହ କହିଛନ୍ତି, ଆଜି ଯେଉଁ କଥା କହୁଛନ୍ତି, ଶାସନରେ ଥିଲା ବେଳେ କରୁ ନ ଥିଲେ କାହିଁକି? ମାହାଙ୍ଗା […]
ଭୁବନେଶ୍ୱର: ବିଏମସି ବିଜେଡି କର୍ପୋରେଟରଙ୍କ ପାଇଁ କଡ଼ା କଟକଣା ଜାରି ହୋଇଛି। ଭୁବନେଶ୍ୱର ବିଜେଡି ସଭାପତି କଟକଣା ଜାରି କରିଛନ୍ତି। ଭୁବନେଶ୍ୱର ଉତ୍ତର ବିଜେଡି ବିଧାୟକ ସୁଶାନ୍ତ ରାଉତଙ୍କ ପକ୍ଷରୁ କଟକଣା ଜାରି। ବିନା ଅନୁମତିରେ ଗଣମାଧ୍ୟମରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରାଯାଇଛି। ଦଳୀୟ ନିର୍ଦ୍ଦେଶ ନେଇ କେହି ମୁହଁ ଖୋଲି ପାରିବେ ନାହିଁ ବୋଲି କଡ଼ା କଟକଣା ଜାରି କରାଯାଇଛି। ବିଏମସି କର୍ପୋରେଟର ଅଲଗା ଅଲଗା ବୈଠକ […]
କୋଲକାତା : ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିର୍ଦ୍ଦେଶ କ୍ରମେ ରାଜଧାନୀ କୋଲକାତା ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜବରଦଖଲ ଉଚ୍ଛେଦ ଅଭିଯାନକୁ ଜୋରଦାର କରିଛି ପୁଲିସ। ଏହା ଅଧୀନରେ କୋଲକାତାସ୍ଥିତ ଭାରତୀୟ ଜନତା ପାର୍ଟି (ବିଜେପି) କାର୍ଯ୍ୟାଳୟ ଭାଙ୍ଗି ଦିଆଯାଇଛି। କୋଲକାତାର ତାରାତାଲାର ଗୋରାଗାଚାସ୍ଥିତ ବିଜେପି ଅଫିସରେ ପୁଲିସ ପହଞ୍ଚିବା ପରେ ବିଜେପି କର୍ମୀଙ୍କ ସହ ଯୁକ୍ତିତର୍କ ହୋଇଥିଲା। ଉକ୍ତ ଅଫିସଟି ଜବରଦଖଲ ଜମିରେ ତିଆରି ହୋଇଥିବା ପୁଲିସ କହିଛି।ପଶ୍ଚିମବଙ୍ଗ […]
ଭୁବନେଶ୍ୱର: ସାଧାରଣ ନିର୍ବାଚନ-୨୦୨୪ର ଫଳାଫଳ ପ୍ରକାଶ ପାଇବାର ୨ ସପ୍ତାହ ପରେ ଆଜି ଶଙ୍ଖ ଭବନରେ ବିଜେଡି ବିଧାୟକ ଦଳର ବୈଠକ ହୋଇଛି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଆରମ୍ଭ ହୋଇଛି। ଓଡ଼ିଶା ବିଧାନସଭାରେ କିଏ ବିରୋଧୀ ଦଳ ନେତା ହେବେ ସେନେଇ ବୈଠକରେ ନିଷ୍ପତ୍ତି ହେବ। ସେହିପରି ସାଧାରଣ ନିର୍ବାଚନରେ ଦଳର ପରାଜୟ ନେଇ ମଧ୍ୟ ହୋଇପାରେ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।ବୈଠକରେ ବିଜେଡି […]
ସଫା ହୋଇନି ୫୦ ପ୍ରତିଶତ ନଳା, ଆମେ ପ୍ରସ୍ତୁତ-ବିଏମ୍ସି ଭୁବନେଶ୍ୱର: ଅସରାଏ ବର୍ଷାରେ ଉବୁଟୁବୁ ହେଉଛି ରାଜଧାନୀ। ବର୍ଷ ବର୍ଷ ଧରି ଜଳବନ୍ଦୀ ସମସ୍ୟା ସମାଧାନ ହୋଇ ପାରୁନି। ଏଭଳି ଏକ ଗୁରୁତର ପ୍ରସଙ୍ଗକୁ ନେଇ ଆଜି ସମୀକ୍ଷା କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ। ବିଏମ୍ସି ଏକାମ୍ର ହଲ୍ରେ ବସିଥିବା ଏହି ସମୀକ୍ଷା ବୈଠକରେ କୌଣସି ପରିସ୍ଥିତିରେ ଯେଭଳି ଗୋଟିଏ ବି ଜୀବନ ପ୍ରଭାବିତ ହେବନି ତାହା ଉପରେ ଗୁରୁତ୍ୱ […]
ଭୁବନେଶ୍ୱର: ଓଡ଼ିଶାରେ ଆଜି(୨୦୨୪ ଜୁନ୍ ୧୨)ଠାରୁ ବିଜେପି ସରକାର ଆରମ୍ଭ ହୋଇଛି। ସ୍ଥାନୀୟ ଜନତା ମଇଦାନରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦୁଝର ବିଧାନସଭା ଆସନରୁ ୪ ଥର ନିର୍ବାଚିତ ମୋହନ ଚରଣ ମାଝୀ ରାଜ୍ୟର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପରେ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ଭାବେ କନକବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା ଶପଥ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଓ ୨ ଉପମୁଖ୍ୟମନ୍ତ୍ରୀ ରାଜ୍ୟପାଳ ରଘୁବର ଦାସଙ୍କ ଠାରୁ […]
ଭୁବନେଶ୍ୱର: ବିଜେଡିର ପୂର୍ବତନ ନେତା କାର୍ତ୍ତିକ ପାଣ୍ଡିଆନଙ୍କୁ ନେଇ ବିଜେଡି ଭିତରେ ନେତାଙ୍କ ବିରୋଧ ଥମିବାର ନାମ ନେଉନାହିଁ। ବିଜେଡିର ପରାଜୟ ପରେ ଏବେ ବିଜେଡି ନେତା ଅମର ଶତପଥୀ କହିଛନ୍ତି ଯେ ପାଣ୍ଡିଆନ କେବେ ରାଜନୀତିରେ ନଥିଲେ। ହଠାତ୍ ଉତ୍ଥାନ ହେଲେ ଶୀଘ୍ର ପତନ ମଧ୍ୟ ହୋଇଥାଏ। କ୍ଷମତାରେ ରହି ରାଜନୀତି କରିବା ଓ ବିରୋଧୀ ଦଳରେ ରହିବା ମଧ୍ୟରେ ବହୁତ ଫରକ ଥାଏ। ତେଣୁ ଦଳ ବିରୋଧୀ […]
ଭୁବନେଶ୍ୱର: ରାଜ୍ୟରେ ବିଜେଡିର ପରାଜୟ ପରେ ଦଳୀୟ ନେତାଙ୍କ ମଧ୍ୟରେ ଅସନ୍ତୋଷ ଜାରି ରହିଛି। ବିଜେଡି ନେତା ଭିକେ ପାଣ୍ଡିଆନ୍ଙ୍କ ଉପରେ ଅସନ୍ତୋଷ କୁହୁଳିବାରେ ଲାଗିଛି। ପାଣ୍ଡିଆନ୍ କିମ୍ବା ତାଙ୍କ ସମର୍ଥକଙ୍କୁ ବିଜେଡିର ଦଳୀୟ କାର୍ଯ୍ୟାଳୟ ଶଙ୍ଖ ଭବନରେ ପ୍ରବେଶ କରାଇ ନ ଦେବାକୁ ବିଜେଡି ଯୁବ ଛାତ୍ର ନେତା କହିଛନ୍ତି।ବିଜେଡି ଯୁବ ତଥା ଛାତ୍ର ନେତାମାନେ କ୍ଷୁବ୍ଧ ହୋଇ ପାଣ୍ଡିଆନ୍ଙ୍କ ବିରୋଧରେ ପ୍ରତିବାଦ ଜଣାଇଛନ୍ତି। ସାମ୍ବାଦିକ ସମ୍ମିଳନୀ କରି […]