ନବୀନଙ୍କ ଅଧ୍ୟକ୍ଷତାରେ ଶଙ୍ଖ ଭବନରେ ବିଜେଡି ବିଧାୟକ ଦଳର ବୈଠକ

ଭୁବନେଶ୍ୱର: ସାଧାରଣ ନିର୍ବାଚନ-୨୦୨୪ର ଫଳାଫଳ ପ୍ରକାଶ ପାଇବାର ୨ ସପ୍ତାହ ପରେ ଆଜି ଶଙ୍ଖ ଭବନରେ ବିଜେଡି ବିଧାୟକ ଦଳର ବୈଠକ ହୋଇଛି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଆରମ୍ଭ ହୋଇଛି। ଓଡ଼ିଶା ବିଧାନସଭାରେ କିଏ ବିରୋଧୀ ଦଳ ନେତା ହେବେ ସେନେଇ ବୈଠକରେ ନି‌ଷ୍ପତ୍ତି ହେବ। ସେହିପରି ସାଧାରଣ ନିର୍ବାଚନରେ ଦଳର ପରାଜୟ ନେଇ ମଧ୍ୟ ହୋଇପାରେ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।
ବୈଠକରେ ବିଜେଡି ଉପସଭାପତି ଦେବୀ ମିଶ୍ର, ଅତନୁ ସବ୍ୟସାଚୀ ନାୟକ, ଦେବୀ ତ୍ରିପାଠୀ, ରାଜେନ୍ଦ୍ର ଢୋଲକିଆ, ଅଶୋକ ପଣ୍ଡା, ସଞ୍ଜୟ ଦାସବର୍ମା, ଶଶୀଭୂଷଣ ବେହେରା, ପ୍ରସନ୍ନ ଆଚାର୍ଯ୍ୟ, ପ୍ରତାପ ଦେବ, ପ୍ରମିଳା ମଲ୍ଲିକ, ବିଏମ୍‌ସି ‌ମେୟର ସୁଲୋଚନା ଦାସ ଉପସ୍ଥିତ ଅଛନ୍ତି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ବିରୋଧୀ ଦଳ ନେତା ନିର୍ବାଚିତ କରିବା ପାଇଁ ବୈଠକରେ ପ୍ରସ୍ତାବ ଦିଆଯାଇପାରେ। ସେପଟେ ବିରୋଧୀ ଦଳ ଉପନେତା ଭାବେ ପ୍ରସନ୍ନ ଆଚାର୍ଯ୍ୟଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି। ବୈଠକରେ ବିଜେଡି ପରାଜୟର କାରଣ ମଧ୍ୟ ଖୋଜାଯିବ। ପରାଜୟ ପାଇଁ କେଉଁ କେଉଁ ପ୍ରସଙ୍ଗ ଫ୍ୟାକ୍ଟର ହେବ ସେ ନେଇ ଆଲୋଚନା କରାଯିବ। ପ୍ରଥମ ଥର ପାଇଁ ବିଜେଡି ବିରୋଧୀ ଆସନରେ ବସିଛି। ଦୀର୍ଘ ୨୪ ବର୍ଷ କ୍ଷମତାରେ ବସିବା ପରେ ଏବେ ବିରୋଧୀ ଆସନକୁ ଆସିଛି। ତେଣୁ କେଉଁ ପ୍ରସଙ୍ଗରେ କିଭଳି ଆଭିମୁଖ୍ୟ ରହିବ ସେ ନେଇ ମଧ୍ୟ ଆଲୋଚନା ହେବ।

Share Now:

Kalinga News Beuro

Next Post

ରାସ୍ତାରେ ଶୋଇଥିବା ଲୋକଙ୍କ ଉପରେ ଗାଡ଼ି ଚଢ଼ାଇ ଦେଲେ ସାଂସଦଙ୍କ ଝିଅ : ଜଣେ ମୃତ

Wed Jun 19 , 2024
ନୂଆଦିଲ୍ଲୀ: ଚେନ୍ନାଇରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ରାସ୍ତାରେ ଶୋଇଥିବା ଜଣେ ଯୁବକଙ୍କ ଉପରେ ଜଣେ ରାଜ୍ୟସଭା ସାଂସଦଙ୍କ ଝିଅ ଗାଡ଼ି ଚଢ଼ାଇ ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି। ମୃତକଜଣକଙ୍କ ନାମ ସୂର୍ଯ୍ୟ ଓ ବୟସ ୨୪ବର୍ଷ। ସୂଚନାଯୋଗ୍ୟ, ଚେନ୍ନାଇର ବସନ୍ତ ନଗର ଅଞ୍ଚଳରେ ବସବାସ କରୁଥିବା ସୂର୍ଯ୍ୟ ଜଣେ ପେଣ୍ଟର ଭାବେ କାମ କରନ୍ତି। କାମ ସାରି ଘରକୁ ଫେରିବା ପରେ ଅତ୍ୟଧିକ ଗରମ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial