ପ୍ରେସରବୋମା ବିସ୍ଫୋରଣରେ ଗ୍ରାମବାସୀ ଗୁରୁତର ଆହତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଦନ୍ତେୱାଡା ଜିଲ୍ଲାରେ ପ୍ରେସରବୋମା ବିସ୍ଫୋରଣ ହେବା ଫଳରେ ଜଣେ ଗ୍ରାମବାସୀ ଆହତ ହୋଇଛନ୍ତି। ଦନ୍ତେୱାଡା ଜିଲ୍ଲାର ବାରସୁର ଥାନା ଅନ୍ତର୍ଗତ ଗୁଫା ଏବଂ ତାଡେଲବାୟା ଗ୍ରାମ ମଧ୍ୟ ଜଂଗଲରେ ନକ୍ସଲ ପ୍ରେସରବୋମା ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଖଞ୍ଜିଥିଲେ। ତେବେ ଗୁଫାପାରା ମଙ୍ଗନାର ଗ୍ରାମର ଗ୍ରାମବାସୀ ଜରୁରାମ କତଲାମି ନାମକ ବ୍ୟକ୍ତି ଏହି ରାସ୍ତା ଦେଇ ଫେରୁଥିବା ବେଳେ ପ୍ରେସର ବୋମା ବିସ୍ଫୋରଣ ହୋଇଥିଲା। ଫଳରେ ଜରୁରାମ ଗୁରୁତର ଆହତ ହୋଇଥିଲେ। ସେ ନିଜ ମା’ଙ୍କ ଶବ ଦାହ କରି ଘରକୁ ଫେରୁଥିଲେ।
ଏହି ବିସ୍ପୋରଣରେ ରୁପା କତଲାମି ନାମକ ଜଣେ ମହିଳା ମଧ୍ୟ ଆହତ ହୋଇଛନ୍ତି। ତୁରନ୍ତ ଦୁଇଆହତଙ୍କୁ ପ୍ରଥମେ ବାରସୁର ଏବଂ ପରେ ଜିଲ୍ଲା ହସପିଟାଲକୁ ସ୍ଥାନାନ୍ତର କରାଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି। ନକ୍ସଲ ଜଙ୍ଗଲରେ ପାଦ ପାଦକେ ବୋମା ଖଞ୍ଜିଥିବା ବେଳେ ନିରୀହ ଗ୍ରାମବାସୀମାନେ ଏହାର ଶିକାର ହେଉଛନ୍ତି।ଗତ ୫ ମାସ ମଧ୍ୟରେ ଦୁଇ ଜଣଙ୍କର ଜୀବନ ଯାଇଥିବା ବେଳେ ୮ରୁ ଉର୍ଦ୍ଧ୍ୱ ଗ୍ରାମବାସୀ ଆହତ ହୋଇସାରିଲେଣି।

Share Now:

Kalinga News Beuro

Next Post

ପଶ୍ଚିମବଙ୍ଗରେ ଥିବା ବିଜେପି ଅଫିସ ଭାଙ୍ଗିଲା ପ୍ରଶାସନ : ବିଜେପି କର୍ମୀଙ୍କ ବିରୋଧ

Thu Jun 27 , 2024
କୋଲକାତା : ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିର୍ଦ୍ଦେଶ କ୍ରମେ ରାଜଧାନୀ କୋଲକାତା ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜବରଦଖଲ ଉଚ୍ଛେଦ ଅଭିଯାନକୁ ଜୋରଦାର କରିଛି ପୁଲିସ। ଏହା ଅଧୀନରେ କୋଲକାତାସ୍ଥିତ ଭାରତୀୟ ଜନତା ପାର୍ଟି (ବିଜେପି) କାର୍ଯ୍ୟାଳୟ ଭାଙ୍ଗି ଦିଆଯାଇଛି। କୋଲକାତାର ତାରାତାଲାର ଗୋରାଗାଚାସ୍ଥିତ ବିଜେପି ଅଫିସରେ ପୁଲିସ ପହଞ୍ଚିବା ପରେ ବିଜେପି କର୍ମୀଙ୍କ ସହ ଯୁକ୍ତିତର୍କ ହୋଇଥିଲା। ଉକ୍ତ ଅଫିସଟି ଜବରଦଖଲ ଜମିରେ ତିଆରି ହୋଇଥିବା ପୁଲିସ କହିଛି।ପଶ୍ଚିମବଙ୍ଗ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial