ଡାକ୍ତରଙ୍କୁ ବାନ୍ଧିଲା ସିବିଆଇ : କୋଟିଏ ଟଙ୍କା ସହିତ ବିଦେଶୀ ମଦ ଓ ଦାମୀ ସିଗାରେଟ ଜବତ

ଡାକ୍ତରଙ୍କୁ ବାନ୍ଧିଲା ସିବିଆଇ


ଭୁବନେଶ୍ୱର: ଡାକ୍ତରଙ୍କୁ ବାନ୍ଧିଲା ସିବିଆଇ। ପାରାଦୀପ ସ୍ୱାସ୍ଥ୍ୟ ସଂଗଠନ ଅଧିକାରୀ ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀଙ୍କୁ ଗିରଫ କରିଛି ସିବିଆଇ। ଏମିନେନ୍ସ ସିପିଂ ଏଜେଣ୍ଟଠାରୁ ୫୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଥିଲେ। ଏହା ପରେ ରାତି ସାରା ପାରାଦୀପ ଅଫିସ୍ ସମେତ ପାରାଦୀପରେ ଥିବା ଭଡ଼ା ଘର, ବାଲେଶ୍ୱରରେ ଥିବା ପୈତୃକ ଘର ଓ କଟକରେ ରହୁଥିବା ଘରେ ଚଢାଉ କରିଥିଲା ସିବିଆଇ। ଚଢାଉ ବେଳେ କୋଟିଏରୁ ଅଧିକ ଟଙ୍କା ଜବତ କରାଯାଇଥିଲା। ଏହା ସହ ବହୁ ପରିମାଣର ବିଦେଶୀ ମୁଦ୍ରା ମଧ୍ୟ ଜବତ ହୋଇଥିଲା।
ବିଦେଶୀ ମଦ, ଦାମୀ ସିଗାରେଟ୍ ସିବିଆଇ ମଧ୍ୟ ଜବତ କରିଥିଲା ସିବିଆଇ। ଏହା ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ବି ଜବତ ହୋଇଥିଲା। ରାତି ସାରା ରେଡ୍ ପରେ ଡାକ୍ତର ରାଜେନ୍ଦ୍ର ପାଣିଗ୍ରାହୀଙ୍କୁ ଭୁବନେଶ୍ୱର ସିବିଆଇ କାର୍ଯ୍ୟାଳୟକୁ ଅଣାଯାଇଥିଲା। ଏହା ପରେ ତାଙ୍କୁ ଗିରଫ କରାଯାଇଛି। ପାରାଦୀପ ଭୁଇଁଆ ଛକରେ ଥିବା କାର୍ଯ୍ୟାଳୟରେ ଟଙ୍କା ନେଉଥିବା ବେଳେ ମାଡି ବସିଥିଲା ସିବିଆଇ। ପାରାଦୀପ ବନ୍ଦରକୁ ଆସୁଥିବା ଜାହାଜର କ୍ରିୟୁ ମେମ୍ବରଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରୁଥିବା ଓ ଏହାର ରିପୋର୍ଟ ପାଇଁ ରାଜେନ୍ଦ୍ର ନାରାୟଣ ଅନେକ ସମୟରେ ବିଭିନ୍ନ ସିପିଂ ଏଜେଣ୍ଟଙ୍କ ଠାରୁ ଜୁଲମ କରି ଟଙ୍କା ନେଉଥିବା ଅଭିଯୋଗ ହୋଇ ଆସୁଥିଲା। ଗୁରୁବାର ସିବିଆଇର ଅଧିକାରୀ ମାନେ ତାଙ୍କୁ ଲାଞ୍ଚ ନେଉଥିବା ବେଳେ ଟଙ୍କା ସହ ଧରିଥିଲେ।

Share Now:

Kalinga News Beuro

Next Post

ପାଣିରେ ପଡ଼ିବ ୩୩ କୋଟି : ସୁନାମି ବନ୍ଧ କାମ ଅଧା, ଠିକାଦାର ଛୁ…

Fri Oct 13 , 2023
ବାଲିକୁଦା: ଉପକୂଳବାସୀଙ୍କୁ ସୁନାମି ଦାଉରୁ ସୁରକ୍ଷା ମିଳିବ। ନହରଣା ପଞ୍ଚାୟତ ଠାରୁ ବନ୍ଦର ସାମୁଦ୍ରିକ ଥାନା ପର୍ଯ୍ୟନ୍ତ ଦେବୀନଈ ବନ୍ଧକୁ ସୁଦୃଢ଼ କରାଯିବ। ୩ଟି ସ୍ଲୁଇସ୍‌ଗେଟ୍ ନିର୍ମାଣ ହେବ। ଚାଷୀଙ୍କ କ୍ଷେତକୁ ଯିବ ନଈର ମଧୁର ଜଳ। ଚାଷୀମାନେ ଫସଲ ଉତ୍ପାଦନ କରି ସ୍ବାବଲମ୍ବୀ ହେବେ। ଜଳସମ୍ପଦ ବିଭାଗ ପକ୍ଷରୁ ଏମିତି କିଛି ଯୋଜନା କରାଯାଇଥିଲା। ପ୍ରକଳ୍ପ ପାଇଁ ୩୩ କୋଟିରୁ ଅଧିକ ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା। ହେଲେ […]
ପାଣିରେ ପଡ଼ିବ ୩୩ କୋଟି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial