୧୩ ମଦ ବେପାରିଙ୍କୁ ବାନ୍ଧିଲା ଅବକାରୀ ପୁଲିସ

୧୩ ମଦ ବେପାରିଙ୍କୁ ବାନ୍ଧିଲା ଅବକାରୀ ପୁଲିସ

ରାଉରକେଲା: ଦୀର୍ଘଦିନ ହେଲା ଦେଶୀ ମଦ ତିଆରି ବିକ୍ରି କରୁଥିଲେ। ବିଶେଷକରି ରାଉରକେଲା ସହରର ବିଭିନ୍ନ ବସ୍ତି ଅଞ୍ଚଳକୁ ଚୋରାଚାଲାଣ କରୁଥିଲେ। ଅତର୍କିତ ଚଢ଼ଉକରି ରାଉରକେଲା ଅବକାରୀ ପୁଲିସ ୧୩ ଜଣ ଅଭିଯୁକ୍ତଙ୍କୁ ଗିରଫକରି କୋର୍ଟଚାଲାଣ କରିଛି। ଏହାସହ ୪୧୩ ଲିଟର ଦେଶୀ ମଦ ଓ ୫୮୦୦ କେଜି ମହୁଲପୋଚକୁ ଜବତ କରାଯାଇଛି।
ମାଜିଷ୍ଟ୍ରେଟ୍‌ ତଥା ବୀରମିତ୍ରପୁର ତହସିଲଦାର ପଦ୍ମିନୀ ନାୟକଙ୍କ ଉପସ୍ଥିତିରେ ତଥା ଅବକାରୀ ଡିଏସ୍‌ପି ଅର୍ଚ୍ଚନା ବାରିକଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନ ଓ ଅବକାରୀ ଇନ୍ସପେକ୍ଟର ମୋହନ ପ୍ରଧାନଙ୍କ ନେତୃତ୍ବରେ ଚଢ଼ଉ କରାଯାଇଥିଲା। ସ୍ଥାନୀୟ ପୁଲିସ ସହାୟତାରେ ବୀରମିତ୍ରପୁର ଓ ରାଏବଗା ପୁଲିସ ଥାନା ଅନ୍ତର୍ଗତ ବାରହାବାଂଶ, ଡୋନିଆ, ଘସିଟୋଲା, ଜଲଙ୍ଗବିରା, ଧାଙ୍ଗିରିନଚା ଆଦି ଗାଁରେ ଚଢ଼ଉ କରାଯାଇଥିଲା। ଅଭିଯୁକ୍ତମାନେ ଦେଶୀ ମଦ ରାନ୍ଧାବାରେ, ଚୋରାଚାଲାଣ କରିବାରେ ବ୍ୟସ୍ତଥିବାବେଳେ ଅବକାରୀ ପୁଲିସ ସମସ୍ତଙ୍କୁ କାବୁ କରିନେଇଥିଲା। ଚଢ଼ଉବେଳେ ଅବକାରୀ ମୋବାଇଲ ୟୁନିଟ୍‌ର ସବଇନ୍ସପେକ୍ଟର ଅଜୟ ପ୍ରଧାନ, ଏସ୍‌ଆଇ ପଦ୍ମାଳୟା ମୁଣ୍ଡା, ବିଜୟ ମଲ୍ଲିକ ପ୍ରମୁଖ ସାମିଲ ଥିଲେ।

Share Now:

Kalinga News Beuro

Next Post

ରାଜଧାନୀରେ ମର୍ମନ୍ତୁଦ ଦୁର୍ଘଟଣା : ଘୋଷାଡ଼ି ନେଲା ଟ୍ରକ୍, ଉଡ଼ିଗଲା ଦମ୍ପତିଙ୍କ ପ୍ରାଣବାୟୁ

Wed May 8 , 2024
ଭୁବନେଶ୍ୱର: ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ୱରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ପଳାଶୁଣୀଠାରେ ଦୁଇ ପୁରୁଷ ଓ ମହିଳା ରାସ୍ତା ପାରି ହେଉଥିବାବେଳେ ଏକ ଅଜଣା ଗାଡ଼ି ସେମାନଙ୍କୁ ଧକ୍କା ଦେଇଥିଲା। ଏପରିକି ଗାଡ଼ିର ବେଗ ଏତେ ଅଧିକ ଥିଲା ଯେ ଦୁର୍ଘଟଣା ପରେ ନ ରୋକି ଉକ୍ତ ବ୍ୟକ୍ତି ଜଣଙ୍କୁ ପଳାଶୁଣୀରୁ ସତ୍ୟବିହାର ଯାଏଁ ଘୋଷାଡ଼ି ନେଇଥିଲା। ଫଳରେ ଦୁହିଁଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଉଭୟେ […]
ରାଜଧାନୀରେ ଅଭାବନୀୟ ଘଟଣା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial