ବ୍ରିଟେନରେ ବ୍ୟାପୁଛି କୋଭିଡର ନୂଆ ଭାରିଆଣ୍ଟ ‘ଏରିସ୍’ : ଏସିଆରେ ବି ସଂକ୍ରମଣ ବଢିବା ଆଶଙ୍କା

ବ୍ରିଟେନରେ ବ୍ୟାପୁଛି କୋଭିଡ

ଲଣ୍ଡନ: କିଛିଦିନର ବ୍ୟବଧାନ ପରେ ପୁଣି ଥରେ କାୟା ମେଲାଇଛି କୋଭିଡ୍। ଏବେ ଇଂଲଣ୍ଡରେ ଏରିସ୍ ବା ଇଜି.୫.୧ ନାମକ ଏକ ନୂଆ କୋଭିଡ୍ ଭାରିଆଣ୍ଟ ଏବେ ଚିନ୍ତାର କାରଣ ପାଲଟିଛି। ସମଗ୍ର ବ୍ରିଟେନରେ ଏହା ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଜୁଲାଇ ୩୧ତାରିଖରେ ପ୍ରଥମେ ଏହାକୁ ଭାରିଏଣ୍ଟ ଭାବେ ଚିହ୍ନଟ କରାଯାଇଥିଲା। ଏରିସ୍ ହେଉଛି ଓମିକ୍ରୋନ୍ ଷ୍ଟ୍ରେନର ଏକ ସବ୍-ଭାରିଏଣ୍ଟ। ଏହା ଏବେ ଦ୍ଵିତୀୟ ସର୍ବାଧିକ ସଂକ୍ରମଣଶୀଳ ଭାରିଆଣ୍ଟରେ ପରିଣତ ହୋଇଛି, ପ୍ରତି ୧୦ ଟି କୋଭିଡ୍ ମାମଲା ମଧ୍ୟରୁ ଗୋଟିଏ ଏରିସ ମାମଲା ବାହାରୁଛି। ଏହି ନୂତନ କୋଭିଡ୍ ଭାରିଏଣ୍ଟରୁ କରୋନା ସଂକ୍ରମଣ ବୃଦ୍ଧି ଏପରି ଏକ ସମୟରେ ଘଟିଛି ଯେତେବେଳେ ଇଂଲଣ୍ଡର ଡାକ୍ତରଖାନାରେ ରୋଗୀ ସଂଖ୍ୟା ବଢିଚାଲିଛି। ଖରାପ ପାଗ ଏବଂ ଲୋକଙ୍କ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହେବା ଏହାକୁ ଆହୁରି ବଢ଼ାଇ ଦେଇଛି। ଜୁଲାଇ ୧୦ରୁ ଆରମ୍ଭ ହୋଇଥିବା ସପ୍ତାହରେ ବ୍ରିଟେନର ପ୍ରାୟ ୧୧.୮% କୋଭିଡ୍ ମାମଲା ଏରିସ୍ ସଂକ୍ରମଣ ଥିବା ଜଣାପଡ଼ିଥିଲା।
ଏଭଳି ପରିସ୍ଥିତିରେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସତର୍କ ଘଣ୍ଟି ବଜାଇଛନ୍ତି। ଓମିକ୍ରୋନ୍, ଆର୍କ୍ଟୁରସ୍ ଓ ଏରିସ୍ ଉପପ୍ରଜାତିରୁ କୋଭିଡର ଆଉ ଏକ ବଡ଼ ଲହର ଆସିବାର ଆଶଙ୍କା ରହିଛି ବୋଲି ସେ ଚେତାବନୀ ଦେଇଛନ୍ତି। ବିଶେଷ କରି ଏସୀୟ ଦେଶଗୁଡ଼ିକରେ ଏରିସ୍ ସଂକ୍ରମଣର ଆନ୍ତର୍ଜାତିକ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି।

Share Now:

Kalinga News Beuro

Next Post

ମରଣଯନ୍ତା ପାଲଟିଛି ରାସ୍ତା : ନଦୀବନ୍ଧରେ ଫସିଲା ଆମ୍ବୁଲାନ୍ସ

Mon Aug 7 , 2023
ପାଣିକୋଇଲି: ଯାଜପୁର ଜିଲ୍ଲା କୋରେଇ ବ୍ଲକ୍‌ ଅନ୍ତର୍ଗତ ମୂଳାପାଳ ଗ୍ରାମ ଠାରୁ ବୈତରଣୀ ବ୍ରିଜ୍‌ ପର୍ଯ୍ୟନ୍ତ ନଦୀବନ୍ଧ ରାସ୍ତା ଏବେ ମରଣଯନ୍ତା ପାଲଟିଛି। ଏହି ବୈତରଣୀ ନଦୀବନ୍ଧରେ ଗତକାଲି ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ରୋଗୀ ନେଇ ଯାଉଥିବା ଏକ ଆମ୍ବୁଲାନ୍ସ କାଦୁଅରେ ଫସି ରହିଥିଲା। ସ୍ଥାନୀୟ ଲୋକଙ୍କ ସହଯୋଗରେ ଆମ୍ବୁଲାନ୍ସଟିକୁ ବାହାର କରାଯାଇଥିଲା। ଏହି ନଦୀବନ୍ଧ ରାସ୍ତାରେ ମୂଳାପାଳ ପଞ୍ଚାୟତର ଲୋକମାନେ ବ୍ୟାଙ୍କ, ସ୍କୁଲ୍‌ କଲେଜ, ଲିଙ୍ଗେଶ୍ବର ଶିଶୁମନ୍ଦିର […]
ନଦୀବନ୍ଧରେ ଫସିଲା ଆମ୍ବୁଲାନ୍ସ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial