ଦେଶରେ ଇନ୍‌ଫ୍ଲୁଏଞ୍ଜା ସହ ବଢୁଛି ସ୍ବାଇନ୍‌ ଫ୍ଲୁ : କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ

ଇନ୍‌ଫ୍ଲୁଏଞ୍ଜା ସହ ବଢୁଛି ସ୍ବାଇନ୍‌ ଫ୍ଲୁ

ନୂଆଦିଲ୍ଳୀ: ଏଚ୍‌୩ଏନ୍‌୨ର ସବ୍‌ଟାଇପ୍‌ ଇନ୍‌ଫ୍ଲୁଏଞ୍ଜା ମାମାଲାରେ ଦେଶରେ ବୃଦ୍ଧି ପାଇବାରେ ଲାଗିଛି। ଏହା ସହ ସ୍ବାଇନ୍‌ ଫ୍ଲୁ ବା ଏଚ୍‌୧ଏନ୍‌୧ର କିଛି ମାମଲା ବି ଚିହ୍ନଟ ହେଉଛି। ମଙ୍ଗଳବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏ ନେଇ ତଥ୍ୟ ପ୍ରକାଶ କରାଯାଇଛି। ତଥ୍ୟ ଅନୁସାରେ, ଫେବୃଆରୀ ସୁଦ୍ଧା ସମୁଦାୟ ୯୫୫ଟି ଏଚ୍‌୧ଏନ୍‌୧ ମାମଲା ଚିହ୍ନଟ ହୋଇଛି। ସର୍ବାଧିକ ମାମଲା ତାମିଲନାଡୁରେ ଚିହ୍ନଟ ହୋଇଛି। ତାମିଲନାଡୁରେ ଏବେ ସୁଦ୍ଧା ୫୪୫ଟି ମାମଲା ଚିହ୍ନଟ ହୋଇ ସାରିଲାଣି। ସେହିପରି ମହାରାଷ୍ଟ୍ରରେ ୧୭୦ ମାମଲା ଚିହ୍ନଟ ହୋଇଥିବା ବେଳେ ଗୁଜୁରାଟରେ ୭୪, କେରଳରେ ୭୨ ଏବଂ ପଞ୍ଜାବରେ ୨୮ଟି ମାମଲା ଚିହ୍ନଟ ହୋଇଛି। ମାର୍ଚ୍ଚ ଶେଷ ବେଳକୁ ସଂକ୍ରମଣ ହାସ୍ର ପାଇପାରେ ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଯାହା ବି ହେଉ, ଇନ୍‌ଫ୍‌ଲୁଏଞ୍ଜା ମାମଲା କିନ୍ତୁ ଖୁବ୍‌ ଜୋର୍‌ ବୃଦ୍ଧି ପାଇବାରେ ଲାଗିଛି। ଏବେ ସୁଦ୍ଧା ୩,୯୭,୮୧୪ ମାମଲା ଚିହ୍ନଟ ହୋଇ ସାରିଲାଣି।
ସ୍ବାସ୍ଥ୍ୟ ଗବେଷକମାନେ ସୂଚନା ଦେଇଛନ୍ତି ଯେ ଉଭୟ ଏଚ୍‌୩ଏନ୍‌୨ ଓ ଏଚ୍‌୧ଏନ୍‌୧ର କରୋନା ସହ ସମାନତା ରହିଛି। କରୋନା ମହାମାରୀର ପ୍ରାୟ ୨ ବର୍ଷ ପରେ ଏବେ ଦେଶରେ ପୁଣି ଥରେ ସଂକ୍ରମଣ ଲୋକଙ୍କ ଚିନ୍ତାର କାରଣ ପାଲଟିଛି। ରୋଗ ନିରାକରଣ ଓ ନିୟନ୍ତ୍ରଣ କେନ୍ଦ୍ର ଅନୁଯାୟୀ, ସ୍ବାଇନ୍‌ଫ୍ଲୁ ହେଉଛି ଇନ୍‌ଫ୍ଲୁଏଞ୍ଜା ଦ୍ୱାରା ସୃଷ୍ଟି ହେଉଥିବା ଘୁଷୁରୀମାନଙ୍କର ଏକ ଶ୍ବାସକ୍ରିୟାଜନିତ ରୋଗ। ୨୦୦୯ ମସିହାରେ ଏହି ଭାଇରସ୍‌ ଚିହ୍ନଟ ହୋଇଛି। ଏହା ମୁଖ୍ୟତଃ ଘୁଷୁରୀ, ପାରାଙ୍କ ଠାରୁ ହିଁ ଆସିଥାଏ।

Share Now:

Kalinga News Beuro

Next Post

ଆହ୍ଲାବାଦ ହାଇକୋର୍ଟ ପରିସରରୁ ମସଜିଦ ହଟାଇବାକୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ

Tue Mar 14 , 2023
ନୂଆଦିଲ୍ଲୀ: ଆଲ୍ଲାହାବାଦ ହାଇକୋର୍ଟ ପରିସରରେ ଥିବା ମସଜିଦକୁ ସୁପ୍ରିମ୍‌କୋର୍ଟ ୩ ମାସ ଭିତରେ ହଟାଇବାକୁ କର୍ତ୍ତୃପକ୍ଷଙ୍କୁ ଆଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ମସଜିଦଟି ଏକ ଲିଜ୍ ସମ୍ପତ୍ତି ଉପରେ ନିର୍ମିତ ହୋଇଥିଲା। ବର୍ତ୍ତମାନ ଲିଜ୍ ଅବଧି ପୂରିଯାଇଥିବାରୁ ଆବେଦନକାରୀମାନେ ତାକୁ ରଖିବାକୁ ଦାବି କରିପାରିବେ ନାହିଁ। ସୂଚନାଯୋଗ୍ୟ, ନଭେମ୍ବର ୨୦୧୭ରେ ଆଲ୍ଲାହାବାଦ ହାଇକୋର୍ଟ ୩ ମାସ ଭିତରେ ଉକ୍ତ ମସଜିଦକୁ କୋର୍ଟ ପରିସରରୁ ହଟାଇବାକୁ ଆଦେଶ ଦେଇଥିଲେ। ଏହା […]
ମସଜିଦ ହଟାଇବାକୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial