ଆମାନିଆଙ୍କ ପାଇଁ ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧୫୦ରେ ପହଞ୍ଚିଲାଣି

ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧୫୦ରେ ପହଞ୍ଚିଲାଣି

ଭୁବନେଶ୍ୱର : ରାଜଧାନୀରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଲଗାତାର ୫ଦିନ ହେଲା ଶହେରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧୫୦ରେ ପହଞ୍ଚିଲାଣି। ଆଜି ଦୁଇ ହଜାର ଟପିବା ପରେ ବିଏମ୍‌ସି କର୍ତ୍ତୃପକ୍ଷଙ୍କ ନିଦ ହଜି ଯାଇଛି। ସଙ୍ଗରୋଧରେ ଥିବା ଲୋକଙ୍କ ସଂଖ୍ୟା ଯେମିତି ବଢ଼ୁଛି, ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ସେମିତି ବଢ଼ୁଛି। ବିଏମ୍‌ସି ଯାହା ନିୟମ କରୁଛି, ତାକୁ କେହି ମାନିବା ମୁଡ୍‌ରେ ନାହାନ୍ତି। ଲୋକଙ୍କ ଭୋକ ଆଗରେ କଟକଣା କାଟୁ କରୁନି। ଏପଟେ ବିଏମ୍‌ସି କର୍ତ୍ତୃପକ୍ଷ କହିଛନ୍ତି ଯେ ଲୋକ ମାନୁନଥିବାରୁ କରୋନା ମାଡ଼ୁଛି।
ରାଜଧାନୀରେ ବସ୍ତିିରେ କେବଳ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦୦ ଟପି ଗଲାଣି। ନିର୍ଦ୍ଦିଷ୍ଟ କିଛି ବସ୍ତିରେ ସ୍ଥିତି ପୂରା ଅଣାୟତ୍ତ। ବିଏମ୍‌ସି ପକ୍ଷରୁ ଏବେ ୪ଟି ବସ୍ତିରେ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଥିଲେ ହେଁ ସେଠାରେ କୋଭିଡ ସଚେତକ, ଆଶାକର୍ମୀ, ଅଙ୍ଗନୱାଡି କର୍ମୀଙ୍କ ତାଗିଦ୍‌କୁ କେହି ମାନୁନାହାନ୍ତି। ବରଂ କହୁଛନ୍ତି ଆମେ ଯଦି ଘରେ ରହିବୁ, ମୂଲ ଲାଗିବୁନି ତେବେ ତୁମେ କ’ଣ ଖାଇବାକୁ ଦେବ। ଏହାପରେ ସଚେତନତା ସୃଷ୍ଟି କରିବାକୁ ଯାଉଥିବା ଲୋକଙ୍କ ମୁହଁ ବନ୍ଦ।
ଏପଟେ ବିଏମ୍‌ସି କର୍ତ୍ତୃପକ୍ଷ ବି ବସ୍ତିବାସିନ୍ଦା କିପରି ଘରେ ରହିବେ, ସଙ୍ଗରୋଧ ନିୟମ ମାନିବେ, ବାହାରକୁ ମୂଲ ଲାଗିବାକୁ ଯିବେନି, ଅଧିକଲୋକଙ୍କ ସହ ମିଳାମିଶା କରିବେନି, ସାମାଜିକ ଦୂରତା ରଖି ସବୁ କାମ କରି‌ବେ, ସେନେଇ ବି କିଛି ବ୍ୟବସ୍ଥା କରୁନାହାନ୍ତି। ବହୁ ଆଶାକର୍ମୀ ଓ ଅଙ୍ଗନୱାଡି କର୍ମୀ କରୋନା ଆକ୍ରାନ୍ତ ହେବା ପରେ ଏବେ ଯେଉଁମାନେ ଆକ୍ଟିଭ୍ ସର୍ଭେଲାନ୍ସ କାମ କରୁଛନ୍ତି, ସେମାନେ ବସ୍ତିରେ ସର୍ଭେ କରିବାକୁ ଡରୁଛନ୍ତି। ଏମିତି ସ୍ଥିତିରେ ଏବେ କିଏ କ’ଣ କରିବେ ଜାଣିପାରୁ ନାହାନ୍ତି।
କେବଳ ଲୋକ ଭୋକ ବିକଳରେ ନିୟମ ମାନୁନାହାନ୍ତି, ତାହା ନୁହେଁ। ଲୋକମାନେ ସଚେତନ ନଥିବାରୁ ଏହା ଅଧିକ ବ୍ୟାପୁଛି। ସବୁ ବସ୍ତିରେ ଲୋକ କହୁଛନ୍ତି ଯେ ଆମକୁ ତ କରୋନା ହୋଇନି ଆମେ କାହିଁକି ଘରେ ବାନ୍ଧି ହୋଇ ରହିବୁ। ଅଧିକାଂଶଙ୍କ ନିକଟରେ କରୋନା ଲକ୍ଷଣ ଦେଖାଯାଉ ନଥିବାବେଳେ ସେମାନେ ଏକାଠି ତାସ୍‌ ଖେଳୁଛନ୍ତି, ଭୋଜି କରୁଛନ୍ତି, ତ୍ରିନାଥ ମେଳା କରୁଛନ୍ତି, ଗଞ୍ଜେଇ ଟାଣୁଛନ୍ତି, ହାଣ୍ଡିଆ ପିଉଛନ୍ତି। ଯାହା ଗୋଷ୍ଠୀ ସଂକ୍ରମଣ ବଢ଼ିବାର ବଡ଼ କାରଣ ସାଜିଛି। କଟକଣା ନ ମାନିବାରୁ ସଂକ୍ରମଣ ବଢ଼ି ଚାଲିଛି ବୋଲି ବିଏମ୍‌ସି ପକ୍ଷରୁ ସଫେଇ ଦିଆଯାଇଛି।

Share Now:

Kalinga News Beuro

Next Post

ଆସନ୍ତାକାଲି ପହଞ୍ଚିବ ରାଫେଲ୍‌: ଫ୍ରାନ୍ସରୁ ଉଡ଼ାଣ ଆରମ୍ଭ କଲା,ଅମ୍ବାଲାରେ ଅବତରଣ କରିବ

Tue Jul 28 , 2020
ନୂଆଦିଲ୍ଲୀ: ଫ୍ରାନ୍ସ କମ୍ପାନି ଡାସଲ୍ଟ ଏଭିଏସନକୁ କ୍ରୟ ଆଦେଶ ଦିଆଯିବାର ପ୍ରାୟ ୪ ବର୍ଷ ପରେ ଭାରତକୁ ଏହାର ବହୁ ପ୍ରତୀକ୍ଷିତ ଅତ୍ୟାଧୁନିକ ଲଢ଼ୁଆ ବିମାନ ରାଫେଲ୍ ମିଳିଛି। ଫ୍ରାନ୍ସର ଦକ୍ଷିଣ ଭାଗରେ ଥିବା ମେରିଗ୍‌ନାକ୍ ବିମାନ ଘାଟିରୁ ୫ଟି ରାଫେଲ ବିମାନ ସୋମବାର ସକାଳେ ଭାରତ ଅଭିମୁଖେ ଉଡ଼ାଣ ଆରମ୍ଭ କରିଛି। ହରିୟାଣାର ଅମ୍ବାଲାସ୍ଥିତ ବାୟୁସେନା ଘାଟିରେ ଏଗୁଡ଼ିକ ଆସନ୍ତା ବୁଧବାର ଅବତରଣ କରିବ। ଦୀର୍ଘ ପ୍ରାୟ ୭୦୦୦ […]
ଆସୁଛି ରାଫେଲ୍

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial