ୟୁନିଟ-୧ ଅଞ୍ଚଳରେ ଅନନ୍ତ ଜେନା(ବୁନୁ)ଙ୍କ ପ୍ରଚାର

ୟୁନିଟ-୧ ଅଞ୍ଚଳରେ ଅନନ୍ତଙ୍କ ପ୍ରଚାର

ଭୁବନେଶ୍ୱର : ବିଜେଡିର ଭୁବନେଶ୍ୱର ମଧ୍ୟ ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା ଆଜି ୱାର୍ଡ-୪୦ରେ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ମାଧ୍ୟମରେ ନିର୍ବାଚନୀ ପ୍ରଚାର କରିଛନ୍ତି। ସ୍ଥାନୀୟ କର୍ପୋରେଟର ଆସୀୟା ବେଗମ୍‌ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯକ୍ରମରେ ଶ୍ରୀ ଜେନା ୟୁନିଟ୍‌-୧ ସ୍ଥିତ ତାଟି ବିଜୁ ଆଦର୍ଶ କଲୋନିରୁ ନିର୍ବାଚନ ପ୍ରଚାର ଆରମ୍ଭ କରି ସମଗ୍ର ୟୁନିଟ୍-୧ ଅଞ୍ଚଳ ପରିକ୍ରମା କରିଥିଲେ। ବିଧାୟକ ପ୍ରାର୍ଥୀଙ୍କ ସହ ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ ବି ଘରକୁ ଘର ବୁଲି ଭୋଟ୍ ମାଗିଥିଲେ। ଏହି କାର୍ଯ୍ୟକ୍ରମରେ ମେୟର ସୁଲୋଚନା ଦାସ, ସମସ୍ତ ବିଜେଡି କର୍ପୋରେଟର, ପୂର୍ବତନ କର୍ପୋରେଟର ଏବଂ ବିଜେଡିର ବହୁ ମହିଳା, ଯୁବ ଓ ଛାତ୍ର ନେତା ଏହି କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ। ସେହିପରି ଆଜି ସକାଳେ ୟୁନିଟ-୩ ସ୍ଥିତ ମାଳି କଲୋନି ଅଞ୍ଚଳରେ ଦୁଇ ଅସହାୟ ବୃଦ୍ଧାଙ୍କ ଚଳପ୍ରଚଳରେ ସମସ୍ୟା ହେଉଥିବା ଜାଣିବା ପରେ ସେମାନଙ୍କୁ ଭେଟି ୱାକର ପ୍ରଦାନ କରିଥିଲେ।

Share Now:

Kalinga News Beuro

Next Post

ବାଲେଶ୍ୱରରେ ବିକାଶ : ୨କିମି ଖଟିଆରେ ବୁହାହେଲେ ଗର୍ଭବତୀ ମହିଳା

Fri Apr 26 , 2024
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୩୬ ମସିହାରେ ଓଡ଼ିଶାକୁ ଦେଶର ୧ ନମ୍ବର ବିକଶିତ ରାଜ୍ୟ ଭାବେ ଗଢ଼ିବାକୁ ସ୍ୱପ୍ନ ଦେଖୁଥିବା ବେଳେ ବାଲେଶ୍ୱର ଜିଲ୍ଲା ସୋରରୁ ଆସିଛି ଜନନୀ ଯନ୍ତ୍ରଣାର ଚିତ୍ର। ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆସିପାରି ନାହିଁ। ଫଳରେ ଜଣେ ଗର୍ଭବତୀ ମହିଳାଙ୍କୁ ୨ କିଲୋମିଟର ପର୍ଯ୍ୟନ୍ତ ଖଟିଆରେ ବୋହି କି ନେବାକୁ ପଡ଼ିଛି। ସ୍ୱାଧୀନତାର ସାତ ଦଶନ୍ଧି ପରେ ବି ଗାଁକୁ ରାସ୍ତା ନଥିବାରୁ […]
୨ କିମି ଖଟିଆରେ ବୁହାହେଲେ ଗର୍ଭବତୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial