ବିଜେଡିର ବାଚସ୍ପତି ପ୍ରାର୍ଥୀ ହେଲେ ପ୍ରମିଳା ମଲ୍ଲିକ

ବିଜେଡିର ବାଚସ୍ପତି ପ୍ରାର୍ଥୀ ହେଲେ ପ୍ରମିଳା ମଲ୍ଲିକ

ଭୁବନେଶ୍ୱର: ଯାଜପୁର ବିଞ୍ଛାରପୁର ବିଧାୟିକା ତଥା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ବାଚସ୍ପତି ପ୍ରାର୍ଥୀ ଭାବେ ବିଜେଡି ଘୋଷଣା କରିଛି। ନୂଆଁଖାଇ ପାଇଁ ୨୧ ପରିବର୍ତ୍ତେ ୨୨ ତାରିଖରେ ବାଚସ୍ପତି ନିର୍ବାଚନ ହେବ। ୨୧ ତାରିଖରେ ନାମାଙ୍କନ ଦାଖଲ ହେବାକୁ ଥିବା ବେଳେ ୨୨ ତାରିଖ ସକାଳ ୯.୩୦ରେ ନିର୍ବାଚନ ହେବ। ସେପ୍ଟେମ୍ବର ୨୨ରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ଏହିଦିନ ସକାଳ ୯ଟା ୩୦ରେ ବାଚସ୍ପତି ନିର୍ବାଚନ ହେବ।
ଏହାପରେ ବିଧାନସଭା ଅଧିବେଶନ ଆରମ୍ଭ ହେବ ବୋଲି ଜଣାପଡ଼ିଛି। ଉଲ୍ଲେଖ ଥାଉ କି ବିଜେଡି ଶିବିରରେ ଆଲୋଚନା ଜୋର ଧରିଥିଲା ଯେ ଏଥର ଦଳ ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କୁ ବାଚସ୍ପତି କରିପାରେ। ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ମହିଳା କାର୍ଡ ଖେଳିବାକୁ ଚାହୁଁଥିବାରୁ ସ୍ନେହାଙ୍ଗିନୀଙ୍କୁ ଓଡ଼ିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି କରିବାକୁ ଆପାତତଃ ନିଷ୍ପତ୍ତି ନେଇଥିବା କୁହାଯାଉଥିଲା। ତେବେ ସବୁ ଚର୍ଚ୍ଚାର ଅନ୍ତ ଘଟାଇ ବିଜେଡି ସୁପ୍ରିମୋ ପ୍ରମିଳା ମଲ୍ଲିକ ବାଚସ୍ପତି ପ୍ରାର୍ଥୀ ହେବେ ବୋଲି ଘୋଷଣା କରିଛନ୍ତି।

Share Now:

Kalinga News Beuro

Next Post

ପାରାଦୀପରେ ସେନାର ସମରାଭ୍ୟାସ ଆରମ୍ଭ

Thu Sep 21 , 2023
ପାରାଦୀପ: ପାରାଦୀପରେ ସେନାର ସମରାଭ୍ୟାସ ଆରମ୍ଭ ହୋଇଛି। ଦୁଇଦିନ ଧରି ଚାଲିବ ଏହି ମିଳିତ ସମରାଭ୍ୟାସ ସାଗର କବଚ-୨। ୨୦୦୮ ନଭେମ୍ବର ମାସରେ ମୁମ୍ବାଇରେ ଆତଙ୍କବାଦୀ ଜଳପଥ ଦେଇ ଆକ୍ରମଣ କରିଥିଲେ। ଏହାପରେ ଜଳପଥରେ ଉପକୂଳର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବାକୁ ଯାଇ ଏହିଭଳି ସମରାଭ୍ୟାସ ହେଉଛି। ସମୁଦ୍ରରେ ଶତ୍ରୁକୁ ଚିହ୍ନଟ, ସାମୁଦ୍ରିକ ମତ୍ସ୍ୟଜୀବୀ ସମୁଦାୟକୁ ସୁରକ୍ଷା ଦେବା, ଯୋଗାଯୋଗ ଓ ଉପକୂଳ ସୁରକ୍ଷା ବ୍ୟବସ୍ଥାକୁ ସଠିକ ରଖିବା ଏହି […]
ପାରାଦୀପରେ ସେନାର ସମରାଭ୍ୟାସ ଆରମ୍ଭ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial