ପାରାଦୀପ: ପାରାଦୀପରେ ସେନାର ସମରାଭ୍ୟାସ ଆରମ୍ଭ ହୋଇଛି। ଦୁଇଦିନ ଧରି ଚାଲିବ ଏହି ମିଳିତ ସମରାଭ୍ୟାସ ସାଗର କବଚ-୨। ୨୦୦୮ ନଭେମ୍ବର ମାସରେ ମୁମ୍ବାଇରେ ଆତଙ୍କବାଦୀ ଜଳପଥ ଦେଇ ଆକ୍ରମଣ କରିଥିଲେ। ଏହାପରେ ଜଳପଥରେ ଉପକୂଳର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବାକୁ ଯାଇ ଏହିଭଳି ସମରାଭ୍ୟାସ ହେଉଛି। ସମୁଦ୍ରରେ ଶତ୍ରୁକୁ ଚିହ୍ନଟ, ସାମୁଦ୍ରିକ ମତ୍ସ୍ୟଜୀବୀ ସମୁଦାୟକୁ ସୁରକ୍ଷା ଦେବା, ଯୋଗାଯୋଗ ଓ ଉପକୂଳ ସୁରକ୍ଷା ବ୍ୟବସ୍ଥାକୁ ସଠିକ ରଖିବା ଏହି ସମରାଭ୍ୟାସର ଉଦ୍ଦେଶ୍ୟ। ଉପକୂଳ ଓ ଜଳପଥ ସୀମାରେ କଡା ପ୍ରହରା ଦିଆଯାଉଛି। ମେରାଇନ, କୋଷ୍ଟ ଗାର୍ଡ, ନାଭାଲ, ବନ ବିଭାଗ, ମତ୍ସ୍ୟ ବିଭାଗ, ଗୁଇନ୍ଦା ବିଭାଗ ଏହି ସମରାଭ୍ୟାସରେ ସାମିଲ ହୋଇଛନ୍ତି।
Share Now: