ବିଜେଡିରୁ ଇସ୍ତଫା ଦେଲେ ଖଣ୍ଡପଡ଼ାରୁ ଆଶାୟୀ ଅନୁଭବ ପଟ୍ଟନାୟକ

ଇସ୍ତଫା ଦେଲେ ଖଣ୍ଡପଡ଼ାରୁ ଆଶାୟୀ ଅନୁଭବ ପଟ୍ଟନାୟକ

ଭୁବନେଶ୍ୱର: ଟିକେଟ୍‌ ନମିଳିବା ପରେ ବିଜେଡିରୁ ଇସ୍ତଫା ଦେଲେ ଅନୁଭବ ପଟ୍ଟନାୟକ। ଖଣ୍ଡପଡା ଆସନରୁ ଟିକେଟ ଆଶାୟୀ ଥିବା ଅନୁଭବ ପଟ୍ଟନାୟକ, ଟିକେଟ୍ ପାଇବାରୁ ବଞ୍ଚିତ ହେବା ପରେ ଦଳରୁ ଇସ୍ତଫା ଦେଇଛନ୍ତି। ସେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି। ନିଜ ଇସ୍ତଫା ପତ୍ରରେ ସେ ଲେଖିଛନ୍ତି, ଦୀର୍ଘ ୪୦ ବର୍ଷ ହେଲା ତାଙ୍କ ପରିବାର ଖଣ୍ଡପଡ଼ାରେ ଦଳର ସଙ୍ଗଠନକୁ ସୁଦୃଢ କରିବାକୁ ଚେଷ୍ଟିତ ରହିଛନ୍ତି। ପ୍ରତି ନିର୍ବାଚନରେ ମଧ୍ୟ ସେ ଦଳକୁ ଜିତାଇବାକୁ କାମ କରିଛନ୍ତି। ହେଲେ ଏହାସତ୍ତ୍ୱେ ମଧ୍ୟ ୨୦୧୯ରେ ତାଙ୍କୁ ଟିକେଟ୍ ଦିଆଯାଇନଥିଲା। ହେଲେ ତା ପରେ ବି ସେ ଦଳ ପାଇ ନିଜର କର୍ତ୍ତବ୍ୟ ପାଳନ କରିଆସୁଥିଲେ। ଖାଲି ସେତିକି ନୁହେଁ, ୨୦୨୪ରେ ମଧ୍ୟ ତାଙ୍କ ପ୍ରତି ପୁଣିଥରେ ଅନ୍ୟାୟ କରାଯାଇଛି। ଖଣ୍ଡପଡାରୁ ଦଳୀୟ ପ୍ରାର୍ଥୀ ଭାବେ ଲଢିବାରୁ ତାଙ୍କୁ ବଞ୍ଚିତ କରାଯାଇଛି।
ଏଥିସହିତ ଗମ୍ଭୀର ଅଭିଯୋଗ ଆଣି ଅନୁଭବ କହିଛନ୍ତି, ବିଜୁ ଜନତା ଦଳର ଶୀର୍ଷ ନେତୃତ୍ୱ ସଦାସର୍ବଦା ତାଙ୍କୁ ଅସ୍ତ୍ର କରି ନିଜର ସ୍ୱାର୍ଥ ସାଧନ କରିଛନ୍ତି। ବର୍ଷ ବର୍ଷ ଧରି ଦଳରେ ରହିଲା ପରେ ବି, ଦଳ ଏକପ୍ରକାର ପକ୍ଷପାତିତା କରିଛି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ଯେ, ଖଣ୍ଡପଡା ଆସନ ପାଇଁ ଆଜି ବିଜେଡି ପ୍ରାର୍ଥୀ ଘୋଷଣା କରିଛି। ଏହି ଘୋଷଣାରେ ଖଣ୍ଡପଡା ଆସନରୁ ବିଜେଡି ପ୍ରାର୍ଥୀ ହେଇଛନ୍ତି ସାବିତ୍ରୀ ପ୍ରଧାନ। ତେଣୁ ସାବିତ୍ରୀଙ୍କୁ ଦଳ ପ୍ରାର୍ଥୀ କରିବା ପରେ ଅନୁଭବ ଦଳରୁ ଇସ୍ତଫା ଦେଇଛନ୍ତି।

Share Now:

Kalinga News Beuro

Next Post

ପକ୍ଷପାତ କରାଯାଇଛି : ଟ୍ୱେଣ୍ଟି-୨୦ ବିଶ୍ୱକପରୁ ରୁତୁରାଜ୍ ବାଦ୍ ପଡ଼ିବାରୁ ଏଭଳି କହିଲେ କୃଷ୍ଣମାଚାରୀ ଶ୍ରୀକାନ୍ତ

Thu May 2 , 2024
ମୁମ୍ବାଇ: ଟ୍ୱେଣ୍ଟି-୨୦ ବିଶ୍ୱକପ୍ ଲାଗି ଟିମ୍ ବାଛିବାରେ ପକ୍ଷପାତ କରିଛି ଜାତୀୟ ଚୟନ କମିଟି। ଏଭଳି କହି ଏବେ ଚର୍ଚ୍ଚାରେ ଭାରତୀୟ କ୍ରିକେଟ୍ ଦଳର ମହାନ ବ୍ୟାଟ୍ସମ୍ୟାନ୍ କୃଷ୍ଣମାଚାରୀ ଶ୍ରୀକାନ୍ତ। ୱେଷ୍ଟଇଣ୍ଡିଜ୍ ଓ ଆମେରିକାରେ ଜୁନ୍‌ ୨ରୁ ୨୯ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଟ୍ୱେଣ୍ଟି-୨୦ ବିଶ୍ୱକପ୍ ଲାଗି ମଙ୍ଗଳବାର ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ହିଟ୍‌ମ୍ୟାନ୍ ରୋହିତ ଶର୍ମାଙ୍କୁ ଆଶାଜନକ ଭାବେ ଅଭିଜ୍ଞ ଓ ଯୁବ […]
ପକ୍ଷପାତ କରାଯାଇଛି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial