ବିଶାଖାପାଟଣା : ବିଶାଖାପାଟଣାରେ ଗତ ଗୁରୁବାର ଖେଳାଯାଇଥିବା ପ୍ରଥମ ଟି-୨୦ରେ ଭାରତ ଅଷ୍ଟ୍ରେଲିଆକୁ ୨ ଓ୍ବିକେଟରେ ହରାଇ ଦେଇଥିଲା। ତେବେ ଏହି ମ୍ୟାଚପରେ ପୁଣି ଚର୍ଚ୍ଚାକୁ ଆସିଯାଇଛନ୍ତି ରିଙ୍କୁ ସିଂ। ଏହି ରୋମାଞ୍ଚକର ମ୍ୟାଚର ଶେଷ ଓଭରରେ ସେ ଭାରତକୁ ଜିତାଇଥିଲେ। ଏହା ଫଳରେ ସେ ଜଣେ ବଲ ଫିନିସର ମାନ୍ୟତା ପାଇଛନ୍ତି। ମ୍ୟାଚକୁ ଫିନିସ କରିବାର କଳା ସେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କଠାରୁ ଶିଖିଥିବା ସେ […]

ମୁମ୍ବାଇ: ବିଶ୍ୱକପ୍‌ କ୍ରିକେଟ୍‌ ମ୍ୟାଚ୍‌ ଶେଷ ହେବା ସହିତ ଟିମ୍‌ ଇଣ୍ଡିଆର ହେଡ୍‌ କୋଚ୍‌ ଭାବେ ପ୍ରଖ୍ୟାତ ବ୍ୟାଟ୍‌ସ୍‌ମ୍ୟାନ୍‌ ରାହୁଲ୍‌ ଦ୍ରାବିଡ଼ଙ୍କର ଦୁଇବର୍ଷିଆ ରାଜିନାମା ମଧ୍ୟ ଶେଷ ହୋଇଛି ବୋଲି ‘ବିସିସିଆଇ’ସୂତ୍ରରୁ ତଥ୍ୟ ସଂଗ୍ରହ କରି ‘ଦି ଟାଇମ୍‌ସ୍‌ ଅଫ୍‌ ଇଣ୍ଡିଆ’ ରିପୋର୍ଟ କରିଛି। ରାଜିନାମା ସମୟ ବୃଦ୍ଧି କରିବା ପାଇଁ ଟିମ୍‌ ଇଣ୍ଡିଆର ହେଡ୍‌କୋଚ୍‌ ପଦବୀରେ ରହିବାକୁ ଅନାଗ୍ରହୀ ବୋଲି ନିଜେ ନିଷ୍ପତ୍ତି ନେବା ସହିତ ଏ କଥା […]

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର କୋଲକାତା ନାଇଟ ରାଇଡର୍ସର ମେଣ୍ଟର ହେବେ। ଏହା ପୂର୍ବରୁ ସେ ଲକ୍ଷ୍ନୌ ସୁପର ଜିଆଣ୍ଟସ ଦଳର ମେଣ୍ଟର ଭାବେ ଭୂମିକା ନିର୍ବାହ କରୁଥିଲେ। ଗମ୍ଭୀର ଲକ୍ଷ୍ମୌ ଟିମର ମେଣ୍ଟର ପଦକୁ ଛାଡ଼ିବା ପରେ ଆଇପିଏଲ ୨୦୨୪ପାଇଁ ତାଙ୍କୁ ଶାହାରୁଖ ଖାନଙ୍କ ଦଳ କେକେଆରର ପରାମର୍ଶଦାତା ଭାବରେ ନିଯୁକ୍ତି ମିଳିଛି। ଏଥିରେ ସେ ମୁଖ୍ୟକୋଚ ଚନ୍ଦ୍ରକାନ୍ତ ପଣ୍ଡିତଙ୍କ ସହିତ ମିଶି କାମ କରିବେ […]

ନୂଆଦିଲ୍ଲୀ: ‘ବିଶ୍ବକପ୍‌ ଟ୍ରଫି’ ଉପରେ ଦୁଇ ଗୋଡ଼ ରଖି ଅଷ୍ଟ୍ରେଲୀୟ କ୍ରିକେଟ୍‌ ଖେଳାଳି ମିଚେଲ୍‌ ମାର୍ସ ବସିଥିବା ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବା ପରେ ସେ ‌‘ଟ୍ରୋଲ୍‌’ ବା ସମାଲୋଚନାର ସରବ୍ୟ ହୋଇଛନ୍ତି। ଉକ୍ତ ଫଟୋକୁ ପ୍ରଥମେ ଅଷ୍ଟ୍ରେଲିଆ କ୍ରିକେଟ୍‌ ଟିମ୍‌ର ଅଧିନାୟକ ପ୍ୟାଟ୍‌ କ୍ୟୁମିନ୍‌ସ୍‌ ‘ଇନ୍‌ଷ୍ଟାଗ୍ରାମ୍‌’ରେ ସେୟାର୍‌ କରିଥିଲେ। ସେଠାରୁ ଏହି ଫଟୋ ସେୟାର୍‌ ହୋଇ ବିଭିନ୍ନ ସାମାଜିକ ଗଣମାଧ୍ୟମ ପ୍ଲାଟ୍‌ଫର୍ମକୁ ଯାଇଛି। ‘ଇଣ୍ଟର୍‌ନେଟ୍‌’ ବ୍ୟବହାକାରୀମାନେ ମାର୍ସଙ୍କର […]

ନୂଆଦିଲ୍ଲୀ: ଆସନ୍ତାକାଲି ଅହମଦାବାଦରେ ‘ଆଇସିସି ବିଶ୍ବକପ୍‌ ୨୦୨୩’ର ଫାଇନାଲ୍‌ ମ୍ୟାଚ ଖେଳାଯିବ। ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ। ଏହି ରୋମାଞ୍ଚକର ମ୍ୟାଚ୍ ଦେଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅହମଦାବାଦ ଯିବେ ବୋଲି ଜଣାପଡ଼ିଛି। ଗୁଜରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ନିଶ୍ଚିତ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ଅହମଦାବାଦର ‘ନରେନ୍ଦ୍ର ମୋଦୀ ଷ୍ଟାଡିୟମ’ରେ ବିଶ୍ୱକପ ଫାଇନାଲ ମ୍ୟାଚ୍ ଦେଖିବେ। ଗୁଜରାଟର ମୁଖ୍ୟମନ୍ତ୍ରୀ ମାଇକ୍ରୋବ୍ଲଗିଂ ସାଇଟ୍ […]

ମୁମ୍ବାଇ: ଆଜି ମହାରାଷ୍ଟ୍ରର ୱାଙ୍ଖେଡ଼େ ଷ୍ଟାଡିୟମ୍‌ରେ ଭାରତ ଓ ନ୍ୟୁଜିଲାଣ୍ଡ୍‌ ମଧ୍ୟରେ କ୍ରିକେଟ୍‌ ବିଶ୍ବକପ୍‌ ସେମି-ଫାଇନାଲ୍‌ ମ୍ୟାଚ୍‌ ହେବା ପୂର୍ବରୁ ‘ଏକ୍ସ୍‌’ରେ ମୁମ୍ବାଇ ପୁଲିସ ନିକଟକୁ ଧମକ ବାର୍ତ୍ତା ଆସିଥିବା କଥା ‘ଟାଇମ୍‌ସ୍‌ ନାଓଁ’ ରିପୋର୍ଟ କରିଛି। ଗୋଟାଏ ପିସ୍ତଲ, ହାତ ଗ୍ରେନେଡ୍‌ (ବୋମା) ଓ ଗୁଳି ଫଟୋ ସମେତ ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍‌ ହୋଇଥିବା ଏହି ଧମକ ବାର୍ତ୍ତାରେ ମୁମ୍ବାଇ ପୁଲିସକୁ ‘ଟ୍ୟାଗ୍‌’ କରାଯାଇଛି। ବାର୍ତ୍ତାରେ ଲେଖା ଯାଇଛି […]

ନୂଆଦିଲ୍ଲୀ: ଆଜି କୋଲକାତାର ଇଡେନ୍ ଗାର୍ଡେନ୍ସରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମ୍ୟାଚ ଚାଲିଥିବାବେଳେ ଏବେ ଏହାକୁ ନେଇ ଏକ ଅପଡେଟ ସାମ୍ନାକୁ ଆସିଛି। ବାସ୍ତବରେ ମ୍ୟାଚକୁ ନେଇ କୋଲକାତା ପୁଲିସ ବିସିସିଆଇ ବା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡକୁ ନୋଟିସ ପଠାଇଛି। ବାସ୍ତବରେ କ୍ରିକେଟ ପ୍ରଶଂସକମାନେ ଟିକେଟ୍ ବିକ୍ରିରେ କଳାବଜାରୀ କରାଯାଉଛି ବୋଲି ଅଭିଯୋଗ କରିଥିଲେ। ଏନେଇ ଅଭିଯୋଗ ପଞ୍ଜୀକୃତ ହେବା ପରେ କୋଲକାତା ପୁଲିସ ବିସିସିଆଇକୁ ନୋଟିସ […]

ନୂଆଦିଲ୍ଲୀ: ଗୋଡ଼ଗଣ୍ଠି ବା ବଳାଗଣ୍ଠିରେ ହୋଇଥିବା ଆଘାତ ଭଲ ହେଉ ନ ଥିବାରୁ କ୍ରିକେଟର୍‌ ହାର୍ଦ୍ଦିକ ପାଣ୍ଡ୍ୟା ‘ଆଇସିସି’ ବିଶ୍ବକପ୍‌ ୨୦୨୩ରେ ହେବାକୁ ଥିବା ବାକି ମ୍ୟାଚ୍‌ଗୁଡ଼ିକରେ ଖେଳି ପାରିବେ ନାହିଁ ବୋଲି ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ତାଙ୍କ ପରିବର୍ତ୍ତେ ୧୫ଜଣିଆ ଖେଳାଳିବିଶିଷ୍ଟ ଭାରତୀୟ ଟିମ୍‌ରେ କର୍ଣ୍ଣାଟକ ପେସର୍‌ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ସାମିଲ କରାଯାଇଛି। ‘ଆଇସିସି’ ‘ଇଭେଣ୍ଟ୍‌ ଟେକ୍ନିକାଲ୍‌ କମିଟି’ ତାଙ୍କୁ ଆଜି ହାର୍ଦ୍ଦିକଙ୍କ ବିକଳ୍ପ ଭାବେ ଚୟନ […]

ହାଙ୍ଗ୍‌ଝୌ: ଚୀନ୍‌ର ହାଙ୍ଗ୍‌ଝୌରେ ଚାଲିଥିବା ‘ଏସିଆନ୍‌ ପାରା ଗେମ୍‌ସ୍‌ ୨୦୨୩’ରେ ଆଜି ଭାରତର ବ୍ୟାଡ୍‌ମିଣ୍ଟନ୍‌ ଖେଳାଳି ପ୍ରମୋଦ ଭଗତ ଭାରତ ଲାଗି ୨୧ତମ ସ୍ବର୍ଣ୍ଣ ପଦକ ଲାଭ କରିଛନ୍ତି। ଆଜି ପୁରୁଷ ଏକକ-୩ ବର୍ଗର ଚୂଡ଼ାନ୍ତ ମ୍ୟାଚ୍‌ରେ ଭଗତ ନିଜ ଦେଶର ଖେଳାଳି ନିତେଶ କୁମାରଙ୍କୁ ୨୨-୨୦, ୧୮-୨୧, ୨୧-୧୯ରେ ପରାସ୍ତ କରି ପ୍ରଥମ ସ୍ଥାନରେ ରହି ସ୍ବର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି। ସେହିପରି, ନିତେଶ କୁମାର ମଧ୍ୟ ପ୍ରଶଂସନୀୟ […]

ବେଙ୍ଗାଲୁରୁ : ବେଙ୍ଗାଲୁରୁର ଏମ.ଚିନ୍ନାସ୍ୱାମୀ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇସିସି ବିଶ୍ୱକପର ଏକ ମ୍ୟାଚରେ ଇଂଲଣ୍ଡକୁ ୮ ଓ୍ବିକେଟରେ ହରାଇଦେଇଛି ଶ୍ରୀଲଙ୍କା। ଇଂଲଣ୍ଡ ଦ୍ୱାରା ରଖାଯାଇଥିବା ୧୫୭ ରନ ଲକ୍ଷ୍ୟକୁ ଶ୍ରୀଲଙ୍କା ୨୫.୪ ତମ ଓଭରରେ ୨ଟି ଓ୍ବିକେଟ ହରାଇ ୧୬୦ ରନ କରି ହାସଲ କରିନେଇଥିଲା। ଶ୍ରୀଲଙ୍କା ପକ୍ଷରୁ ପଥୁମ ନିଶଙ୍କା ୭୭ ରନ କରିଥିବାବେଳେ ସଦିରା ସମରବିକ୍ରମା ୬୫ ରନ କରିଥିଲେ। ଏହି ମ୍ୟାଚରେ ଇଂଲଣ୍ଡ ଟସ ଜିତି […]

Social media & sharing icons powered by UltimatelySocial