୨ୟ ଟି-୨୦: ଜିମ୍ବାୱେ ଆଗରେ ୨୩୫ ରନର ଲକ୍ଷ୍ୟ ରଖିଲା ଭାରତ

ଜିମ୍ବାଓ୍ବେ ଆଗରେ ୨୩୫ ରନର ଲକ୍ଷ୍ୟ

ହରାରେ : ହରାରେ ସ୍ପୋର୍ଟସ କ୍ଲବଠାର ଖେଳାଯାଉଥିବା ଭାରତ-ଜିମ୍ବାୱେ ୨ୟ ଟି-୨୦ରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଆଧିପତ୍ୟ ଦେଖିବାକୁ ମିଳିଛି। ନିଜ ଅନ୍ତର୍ଜାତୀୟ କ୍ୟାରିୟରର ୨ୟ ଟି-୨୦ ଅଭିଷେକ ଶର୍ମା ଏକ ବିସ୍ଫୋରକ ଶତକ ହାସଲ କରିଛନ୍ତି। ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। କିନ୍ତୁ ଅଧିନାୟକ ଶୁଭମନ ଗିଲ ମାତ୍ର ୨ ରନ କରି ଆଉଟ ହୋଇଥିଲେ। ତେବେ ଅଭିଷେକ ଶର୍ମା ଓ ଋତୁରାଜ ଗାଇକ୍ବାଡ୍ ବିସ୍ଫୋରକ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ। ଅଭିଷେକ ମାତ୍ର ୪୭ଟି ବଲରେ ୧୦୦ ରନ କରିଥିବାବେଳେ ଗାଇକ୍ବାଡ୍ ୪୭ ବଲରୁ ୭୭ ରନ କରିଥିଲେ। ଅଭିଷେକ ନିଜର ଶତକ ମଧ୍ୟରେ ୮ଟି ଛକା ଓ ୭ଟି ଚୌକା ମାରିଥିଲେ। ରିଙ୍କୁ ସିଂ ମାତ୍ର ୨୨ ବଲରୁ ୪୮ ରନ କରିଥିଲେ। ରିଙ୍କୁ ୫ଟି ଛକା ଓ ୨ଟି ଚୌକା ମାରିଥିଲେ। ଭାରତ ୨୦ ଓଭରରେ ୨ଟି ଓ୍ବିକେଟ ହରାଇ ୨୩୪ ରନ କରିଥିଲା। ଜିମ୍ବାୱେ ପକ୍ଷରୁ ୱେଲିଂଟନ ମସକାଦଜା ଓ ବ୍ଲେସିଂ ମୁଜାରାବାନି ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ।

Share Now:

Kalinga News Beuro

Next Post

ପିଏନବି ବ୍ୟାଙ୍କ ଉପରେ ୧ କୋଟି ଟଙ୍କାର ଜରିମାନା ଲଗାଇଲା ଆରବିଆଇ

Sun Jul 7 , 2024
ନୂଆଦିଲ୍ଲୀ: ଦେଶର ଦ୍ୱିତୀୟ ବୃହତ୍ତମ ପବ୍ଲିକ ସେକ୍ଟର ବ୍ୟାଙ୍କ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ବିରୋଧରେ ଆରବିଆଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ରିଜର୍ଭ ବ୍ୟାଙ୍କ ପିଏନବି ଉପରେ ୧.୩୧ କୋଟି ଟଙ୍କା ଜରିମାନା ଲଗାଇଛି। କେୱାଇସି ସହ ଜଡିତ ନିୟମ ଏବଂ ‘ଅଗ୍ରୀମ ଋଣ’ ସମ୍ବନ୍ଧୀୟ ନିୟମ ଅନୁସରଣ କରି ନଥିବାରୁ ରିଜର୍ଭ ବ୍ୟାଙ୍କ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମାର୍ଚ୍ଚ ୩୧, ୨୦୨୨ ପର୍ଯ୍ୟନ୍ତ ଆର୍ଥିକ ସ୍ଥିତି ସମ୍ପର୍କରେ କେନ୍ଦ୍ରୀୟ […]
ପିଏନବି ବ୍ୟାଙ୍କ ଉପରେ ୧ କୋଟି ଟଙ୍କାର ଜରିମାନା

ଆହୁରି ପଢ଼ନ୍ତୁ

Breaking News

Most Read

Social media & sharing icons powered by UltimatelySocial