ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର କୋଲକାତା ନାଇଟ ରାଇଡର୍ସର ମେଣ୍ଟର ହେବେ। ଏହା ପୂର୍ବରୁ ସେ ଲକ୍ଷ୍ନୌ ସୁପର ଜିଆଣ୍ଟସ ଦଳର ମେଣ୍ଟର ଭାବେ ଭୂମିକା ନିର୍ବାହ କରୁଥିଲେ। ଗମ୍ଭୀର ଲକ୍ଷ୍ମୌ ଟିମର ମେଣ୍ଟର ପଦକୁ ଛାଡ଼ିବା ପରେ ଆଇପିଏଲ ୨୦୨୪ପାଇଁ ତାଙ୍କୁ ଶାହାରୁଖ ଖାନଙ୍କ ଦଳ କେକେଆରର ପରାମର୍ଶଦାତା ଭାବରେ ନିଯୁକ୍ତି ମିଳିଛି। ଏଥିରେ ସେ ମୁଖ୍ୟକୋଚ ଚନ୍ଦ୍ରକାନ୍ତ ପଣ୍ଡିତଙ୍କ ସହିତ ମିଶି କାମ କରିବେ ବୋଲି ବେଙ୍କି ମୈସୁର ଆଜି ସୂଚନା ଦେଇଛନ୍ତି। ଲକ୍ଷ୍ନୌ ସୁପର ଜିଆଣ୍ଟସର ମେଣ୍ଟର ପଦ ଛାଡ଼ିବା ପରେ ଗୌତମ ଗମ୍ଭୀର ଏକ ଭାବବିହ୍ବଳ ପୋଷ୍ଟ ସେୟାର କରିଛନ୍ତି। ଯେଉଁଥିରେ ସେ ଏହ ପଦ ଛାଡ଼ୁଥିବାରୁ ଭାବୁକ ହୋଇପଡ଼ିଥିବା ନଜର ଆସୁଛନ୍ତି।
ଏକ୍ସ(ଟୁଇଟର)ରେ ଗମ୍ଭୀର ପୋଷ୍ଟ ସେୟାର କରି ଲେଖିଛନ୍ତି, ‘ମୋର ଲକ୍ଷ୍ମୌ ସୁପର ଜିଆଣ୍ଟସ ସହିତ ଯାତ୍ରା ଶେଷ ହୋଇଯାଇଛି। ମୋତେ ଟିମର ପ୍ରତ୍ୟେକ ସଦସ୍ୟ ସମର୍ଥନ କରିଛନ୍ତି। ମୁଁ ଡକ୍ଟର ସଞ୍ଜିବ ଗୋୟନକାଙ୍କୁ (ଲକ୍ଷ୍ମୌ ଟିମର ମାଲିକ) ଧନ୍ୟବାଦ ଜଣାଉଛି। ଗୋୟନକାଙ୍କ ନେତୃତ୍ବ ଖୁବ ପ୍ରଶଂସନୀୟ। ଆଶା କରୁଛି କି ଲକ୍ଷ୍ମୌ ଟିମ ଆଗକୁ ଖୁବ ଭଲ ପ୍ରଦର୍ଶନ କରିବ। ଦଳକୁ ଅଲ ଦି ବେଷ୍ଟ।’ ଆଇପିଏଲ ୨୦୨୨ର ନୂତନ ଦଳ ଭାବେ ଆସିଥିବା ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ନିଜର ଆରମ୍ଭ ଗୌତମ ଗମ୍ଭୀରଙ୍କ ସହ କରିଥିଲା। କିନ୍ତୁ ଗୌତମ ସେଠାରେ ଅଧିକ ସମୟ ରହିପାରିଲେ ନାହିଁ।
ଲକ୍ଷ୍ନୌ ସୁପର ଜିଆଣ୍ଟସରୁ ଅଲଗା ହେଲେ ଗୌତମ ଗମ୍ଭୀର

Share Now: