ଭାରତ ଏସିଆ କପ୍ ଚାମ୍ପିୟନ : ଶ୍ରୀଲଙ୍କାକୁ ୧୦ ଓ୍ବିକେଟରେ ହରାଇଲା

ଭାରତ ଏସିଆ କପ୍ ଚାମ୍ପିୟନ

କଲମ୍ବୋ: ଶ୍ରୀଲଙ୍କାକୁ ଶୋଚନୀୟ ଭାବେ ୧୦ ଓ୍ବିକେଟରେ ହରାଇ ୮ମ ଥର ପାଇଁ ଏସିଆ କପ୍ ଚାମ୍ପିୟନ ହୋଇଛି ଟିମ୍ ଇଣ୍ଡିଆ। ଶ୍ରୀଲଙ୍କା ଦ୍ୱାରା ରଖାଯାଇଥିବା ୫୧ ରନ ଟାର୍ଗେଟକୁ ୬.୧ ତମ ଓଭରରେ ହାସଲ କରିନେଇଥିଲା ଭାରତ। ଭାରତ ପକ୍ଷରୁ ଶୁଭମନ ଗିଲ ୨୭ ରନ ଓ ଇଶାନ କିଷନ ୨୩ ରନ କରିଥିଲେ। ତେବେ ମ୍ୟାଚର ପ୍ରକୃତ ହିରୋ ଥିଲେ ମହମ୍ମଦ ସିରାଜ। ଘାତକ ବୋଲିଂ କରି ସେ ଭାରତୀୟ ବ୍ୟାଟ୍ସମାନଙ୍କ ପାଇଁ ସ୍ଥିତିକୁ ସହଜ କରିଦେଇଥିଲେ। ସେ ୨୧ ରନ ଦେଇ ୬ଟି ଓ୍ବିକେଟ ନେଇଥିଲେ। ଭାରତ ପୂର୍ବରୁ ୧୯୮୪, ୧୯୮୮, ୧୯୯୧, ୧୯୯୫, ୨୦୧୦, ୨୦୧୬ ଓ ୨୦୧୮ରେ ଏସିଆ କପ୍ ଚାମ୍ପିଅନ ହୋଇଥିଲା। ଆଜିର ବିଜୟକୁ ମିଶାଇ ଭାରତ ମୋଟ ୮ଥର, ଶ୍ରୀଲଙ୍କା ୬ଥର ଓ ପାକିସ୍ତାନ ୨ ଥର ଚାମ୍ପିଅନ ହୋଇଛି।
ଏହି ମ୍ୟାଚରେ ଶ୍ରୀଲଙ୍କା ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଶ୍ରୀଲଙ୍କା। କିନ୍ତୁ ଶ୍ରୀଲଙ୍କାର ଏହି ନିଷ୍ପତ୍ତିକୁ ଆରମ୍ଭରୁ ହିଁ ଭୁଲ ପ୍ରମାଣିତ କରିଦେଲେ ଭାରତର ଦୁଇ ଦ୍ରୁତ ବୋଲର ଯଶପ୍ରୀତ ବୁମରା ଓ ମହମ୍ମଦ ସିରାଜ। ପ୍ରଥମ ଓଭରରେ ହିଁ ବୁମରା ଶ୍ରୀଲଙ୍କାର କୁଶଲ ପରେରାଙ୍କୁ ଆଉଟ କରିଦେଇଥିଲେ। ଏହା ପରେ ଆରମ୍ଭ ହୋଇଥିଲା ସିରାଜଙ୍କ ଅଗ୍ନିବର୍ଷୀ ବୋଲିଂ। ସେ ଭାରତର ୪ର୍ଥ ଓ ବ୍ୟକ୍ତିଗତଭାବେ ନିଜର ୨ୟ ଓଭର ବୋଲିଂ କରିବାକୁ ଆସି ଶ୍ରୀଲଙ୍କା ଟିମର ଅଣ୍ଟା ଭାଙ୍ଗିଦେଲେ। ଏହି ଓଭରରେ ସେ ଶ୍ରୀଲଙ୍କାର ୪ ଜଣ ବ୍ୟାଟ୍ସମ୍ୟାନ-ପ୍ରଥୁମ ନିଶଙ୍କା, ସଦିରା ସମରବିକ୍ରମା, ଚରିଥ୍ ଅସଲଙ୍କା ଓ ଧନଞ୍ଜୟ ଡିସିଲଭାଙ୍କୁ ପାଭିଲିୟନ ଫେରାଇଥିଲେ। ସେହିପରି ନିଜର ୩ୟ ଓଭରରେ ସେ ସନକାଙ୍କୁ ବୋଲଡ୍ କରିଦେଇଥିଲେ। ସେତେବେଳେ ଶ୍ରୀଲଙ୍କାର ସ୍କୋର ମାତ୍ର ୧୨ ରନ ଥିଲା ଓ ଦଳ ୬ଟି ଓ୍ବିକେଟ ହରାଇଥିଲା। ପରେ ସିରାଜ ନିଜର ୬ଷ୍ଠ ଓଭର ବୋଲିଂ କରିବାକୁ ଆସି କୁଶଲ ମେଣ୍ଡିସଙ୍କୁ ଆଉଟ୍ କରିଦେଇଥିଲେ। ପରେ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ବୋଲିଂ କରିବାକୁ ଆସି ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନଙ୍କୁ ବାନ୍ଧି ରଖିଥିଲେ। ସେ ମୋଟ ୩ଟି ଓ୍ବିକେଟ ନେଇଥିଲେ। ଶ୍ରୀଲଙ୍କା ୧୫.୨ ଓଭରରେ ୫୦ ରନ କରି ଅଲଆଉଟ ହୋଇଯାଇଥିଲା।

Share Now:

Kalinga News Beuro

Next Post

ଇରାନୀ ଗ୍ୟାଙ୍ଗର ଆଉ ଜଣେ ଅଭିଯୁକ୍ତ ଗିରଫ: ହନିଟ୍ରାପରେ ଫସାଇ ଟଙ୍କା ଲୁଟୁଥିଲେ

Sun Sep 17 , 2023
ଭୁବନେଶ୍ୱର: ଇରାନୀ ଗ୍ୟାଙ୍ଗର ଆଉ ଜଣେ ଅଭିଯୁକ୍ତକୁ ପୁଲିସ ଗିରଫ କରିଥିବା ଜଣାଯାଇଛି। ଅଭିଯୁକ୍ତ ତମାଣ୍ଡୋର ଦେବାନନ୍ଦ ଜେନା। ବୋଲଗଡ଼ର ପ୍ରଶାନ୍ତ ପଟ୍ଟନାୟକଙ୍କ ମାମଲା ଆଧାରରେ ଦେବାନନ୍ଦକୁ ଗିରଫ କରାଯାଇଛି। ଏହାରି ଭିତରେ କମିସନରେଟ ପୁଲିସ ଇରାନୀଙ୍କ ସ୍ୱାମୀଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟଙ୍କ ଅନୁମତି ଲୋଡ଼ିଛି। ଭୁବନେଶ୍ୱର ଏସଡିଜେଏମ କୋର୍ଟ ଅନୁମତି ଦେଲେ ଇରାନୀଙ୍କ ସ୍ୱାମୀ ନିଶିକାନ୍ତଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରିବ। ଆଉ କେମିତି ଯୋଜନାବଦ୍ଧ […]
ଇରାନୀ ଗ୍ୟାଙ୍ଗର ଆଉ ଜଣେ ଅଭିଯୁକ୍ତ ଗିରଫ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial