ଦିନିକିଆରେ ଆଶ୍ଚର୍ଯ୍ୟ : ବୋଲର ପକାଇଲେ ୧୧ ଓଭର, ଅମ୍ପାୟାର ବି ଜାଣିପାରିଲେନି

ଦିନିକିଆରେ ବୋଲର ପକାଇଲେ ୧୧ ଓଭର

ନୂଆଦିଲ୍ଲୀ: ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଜଣେ ବୋଲର ନିଜର ୧୦ ଓଭର କୋଟା ବାଦ ଆଉ ଏକ ଅତିରିକ୍ତ ଓଭର ପକାଇଦେଇଛନ୍ତି। ଏକଥା ଅମ୍ପାୟାର ବି ଜାଣିପାରିଲେନି। ଏହି ଘଟଣା ଘଟିଛି ଗତ ଶୁକ୍ରବାରଦିନ ଶ୍ରୀଲଙ୍କାର ଗାଲେରେ ନ୍ୟୁଜିଲାଣ୍ଡ ମହିଳା ଓ ଶ୍ରୀଲଙ୍କା ମହିଳା ଦଳ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ। ଉକ୍ତ ବୋଲର ଜଣକ ହେଲେ ଏଡେନ କାର୍ସନ। ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ମହିଳା ଦଳ ୩୨୯ ରନ କରିଥିଲା। ତାହାର ଜବାବରେ ଶ୍ରୀଲଙ୍କା ମାତ୍ର ୨୧୮ ରନ କରି ଅଲଆଉଟ ହୋଇଯାଇଥିଲା। ଶ୍ରୀଲଙ୍କା ବ୍ୟାଟିଂ ବେଳେ ନ୍ୟୁଜିଲାଣ୍ଡ ବୋଲର କାର୍ସନ ଅତିରିକ୍ତ ଗୋଟିଏ ଓଭର ପକାଇଥିଲେ।
ଏକଥା ବୋଲର କିମ୍ବା ଅମ୍ପାୟାର କେହି ଜାଣି ପାରିନଥିଲେ। କାର୍ସନ୍ ନିଜର ୪୫ତମ ଓଭରରେ ନିଜ କୋଟାର ୧୦ମ ଭାଗ ପୂରଣ କରିଥିଲେ। ଏହି ସମୟରେ ସେ ୪୦ ରନ୍ ଦେଇ ୨ଟି ୱିକେଟ୍ ପାଇଥିଲେ। ତେବେ ଏହା ସତ୍ତ୍ୱେ ସେ ଆଉ ଏକ ଓଭର ପକାଇଥିଲେ। କାର୍ସନ୍ ନିଜ ୧୧ତମ ଓଭରରେ ୫-ଡଟ୍ ବଲ୍ ବୋଲିଂ କରି ମାତ୍ର ଗୋଟିଏ ରନ୍ ଦେଇଥିଲେ। ଏହାକୁ ୫୦ ଓଭର କ୍ରିକେଟ ଇତିହାସରେ ପ୍ରଥମ ବୋଲି କୁହାଯାଉଛି। ତେବେ ପୂର୍ବରୁ ୬୦ ଓଭର ବିଶିଷ୍ଟ ଦିନିକିଆ ମ୍ୟାଚ ବେଳେ ବୋଲରମାନେ ଅଧିକ ଓଭର ପକାଉଥିଲେ।

Share Now:

Kalinga News Beuro

Next Post

୨୦୯ ଜଣ ପ୍ରାଣୀଧନ ଚିକିତ୍ସକଙ୍କୁ ନିଯୁକ୍ତି ପତ୍ର ଦେଲେ ମୁଖ୍ୟମନ୍ତ୍ରୀ

Sat Jul 1 , 2023
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବନିଯୁକ୍ତ ପ୍ରାଣୀ ଚିକିତ୍ସକଙ୍କ ପାଇଁ ଆୟୋଜିତ ଏକ ଦିଗଦର୍ଶନ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରାଣୀଧନର ବିକାଶ କ୍ଷେତ୍ରରେ ରୂପାନ୍ତର ଆଣିବା ପାଇଁ ପ୍ରାଣୀ ଚିକିତ୍ସକମାନେ ୫-ଟି ଉପକ୍ରମର ପ୍ରୟୋଗ କରିବାକୁ ପରାମର୍ଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପ୍ରଯୁକ୍ତି ବିଦ୍ୟା, ମିଳିତ ଉଦ୍ୟମ, ସ୍ୱଚ୍ଛତା ଓ ସମୟର ଉଚିତ୍ ପ୍ରୟୋଗ ଦ୍ୱାରା ରୂପାନ୍ତର ଆସିଥାଏ। ଯୁବ ପ୍ରାଣୀ ଚିକିତ୍ସକଭାବେ ପ୍ରାଣୀଧନର ସ୍ୱାସ୍ଥ୍ୟ ସୁରକ୍ଷା ଓ […]
୨୦୯ ଜଣ ପ୍ରାଣୀଧନ ଚିକିତ୍ସକଙ୍କୁ ନିଯୁକ୍ତି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial